Posted inଜାତୀୟ

ଜମ୍ମୁ-କଶ୍ମୀର: କେନ୍ଦ୍ର ଅଧୀନରେ ରହିବ ପୋଲିସ

ନୂଆଦିଲ୍ଲୀ,୧୨ା୮: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ପୋଲିସ ଓ ଆଇନଶୃଙ୍ଖଳା ଉପରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଅନ୍ୟପକ୍ଷରେ ଜମିଜମା ଉପରେ ଅଧିକାର ଜମ୍ମୁ-କଶ୍ମୀର ନିର୍ବାଚିତ ସରକାରଙ୍କର ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଥିବା ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ଆଇନ୍‌ରେ ପରିଣତ ହୋଇଛି। ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଆତ୍ମପ୍ରକାଶ କରିବ। ଜମ୍ମୁ-କଶ୍ମୀର ବିଧାନସଭା ଉକ୍ତ ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରିବ। ତେବେ ପୋଲିସ ଓ ପବ୍ଲିକ ଅର୍ଡର ଉପରେ ବିଧାନସଭା କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ଅନ୍ୟପକ୍ଷରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ, ଆଇନଶୃଙ୍ଖଳା ସମେତ ଜମିଜମା ମଧ୍ୟ ଉପରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଜମ୍ମୁ-କଶ୍ମୀର ହାଇକୋର୍ଟ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ସୋମବାର ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ମାରି ଜେଲ୍‌ ଗଲେ ଶିକ୍ଷକ

ଝାବୁଆ,୧୭।୫: ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶର ଝାବୁଆ ଜିଲାର ଥାନ୍ଦଲା ଅଞ୍ଚଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଏକ...

ଭାରତରେ ଦିନକୁ ୧୦୦ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୩୦ା୩: ବ୍ୟାଙ୍କ ଠକେଇ ଓ ଦୁର୍ନୀତି ଯୋଗୁ ଗତ ୭ ବର୍ଷ ହେଲା ଭାରତ ଦୈନିକ ଅନୂ୍ୟନ ୧୦୦ କୋଟି ଟଙ୍କା ହରାଇଆସୁଛି ବୋଲି ରିଜର୍ଭ...

ସରକାରଙ୍କୁ ଖୋଲା ଧମକ ଦେଲେ କୃଷକ ନେତା

ନୂଆଦିଲ୍ଲୀ,୨।୧: କୃଷକ ନେତା ରାକେଶ ଟିକାଏତ୍‌ ପୁଣିଥରେ ସରକାରଙ୍କୁ ଧମକ ଦେଇଛନ୍ତି। ଟିକାଏତ୍‌ କହିଛି ଯେ ଜାନୁୟାରୀ ୨୬ରେ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର...

କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ...

୪ଶହ ରେଲଓ୍ବେ ଷ୍ଟେଶନରେ ବ୍ୟବହାର ହେବ ମାଟି ଚା’ର ପାତ୍ର

ନୂଆଦିଲ୍ଲୀ,୩।୧୦: ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି। ଗୁରୁବାର...

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ...

Advertisement
Archives

Model This Week