ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ ଲୋକ ଭୟଭୀତ କରି ୧୨ ଏକର ଜମି ଛଡ଼ାଇ ନେବା ସହିତ ଗ୍ରାମରୁ ତଡ଼ି ଦେବାରୁ ଏକ ପରିବାର ନିଜ ଘର ଛାଡ଼ି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରିଆ ଥାନା ବରମକେଲା ନିକଟ କମରିକ୍‌ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ତେବେ ୬ ମାସ ତଳର ଘଟଣାକୁ ନେଇ ଥାନାରେ ଏତଲା ହୋଇଥିଲେ ସୁଦ୍ଧା ସମ୍ପୃକ୍ତ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ପୋଲିସର ବିଫଳ ହୋଇଛି । ପୋଲିସର ଏଭଳି ଉଦାସୀନତା ନେଇ ବୁଧବାର ପୀଡ଼ିତ ପରିବାର ଲୋକେ ବରଗଡ଼ ଏସପିଙ୍କୁ ଫେରାଦ ହୋଇଥିଲେ । ଏସପି ମୁକେଶ କୁମାର ଭାମୁଙ୍କୁ ଭେଟି ସେମାନେ ଏକ ସ୍ମାରକପତ୍ର ଦେବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।
ବରଗଡ଼ ସାମ୍ବାଦିକ ସଂଘ ଅଫିସରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି ପୀଡ଼ିତ ପରିବାରର ମୁଖ୍ୟ ଉକିଆ ଦାଶ(୭୫) କହିଥିଲେ, ତାଙ୍କ ସ୍ବାମୀ ସ୍ବର୍ଗତ ଗୋପାଳ ଚନ୍ଦ୍ର ଦାଶ ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ଥିଲେ । ମହାପ୍ରଭୁଙ୍କ ଜମି ତାଙ୍କ ନାମରେ ଥିବାରୁ ସେ ଚାଷବାସ କରି ଆସୁଥିଲେ । ସ୍ବାମୀ ପରିଣତ ବୟସରେ ଉପନୀତ ହେବାବେଳେ ଜ୍ୱାଇଁ ତରଣୀ ପୂଜାକାର୍ଯ୍ୟ ସମ୍ଭାଳି ଆସୁଥିଲେ । ଏହା ସହିତ ସେ ସେହି ଜମିରେ ଚାଷକାର୍ଯ୍ୟ ମଧ୍ୟ କରି ଆସୁଥିଲେ । ମାତ୍ର ଗ୍ରାମର କିଛି ମୁଷ୍ଟିମେୟ ଲୋକ ୩ ବର୍ଷ ହେଲା ସେମାନଙ୍କ ଉପରେ ଅତ୍ୟାଚାର ଚଳାଇ ଆସୁଥିବା ସେ ଅଭିଯୋଗ କରିଛନ୍ତି । ସେମାନେ ଚାଷବାସ କରିଥିବାବେଳେ ସମ୍ପୃକ୍ତ ଲୋକେ ଅମଳ ସମୟରେ ଧାନ କାଟି ନେଉଥିଲେ । ପରେ ପୂଜା ଓ ଜମିରୁ ସେମାନଙ୍କୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଥିବା ଉକିଆ କହିଛନ୍ତି । ଗତ ଜାନୁୟାରୀ ୧ତାରିଖରେ ସ୍ବାମୀଙ୍କ ଦେହାନ୍ତ ହେବା ପରେ ତାଙ୍କ ପରିବାର ଉପରେ ସମ୍ପୃକ୍ତ ମୁଷ୍ଟିମେୟ ଲୋକଙ୍କ ଅତ୍ୟାଚାର ଆହୁରି ବଢ଼ି ଯାଇଥିଲା । ସ୍ବାମୀଙ୍କ ଶୁଦ୍ଧିକ୍ରିୟାର ଠିକ୍‌ ପରିଦିନ ସମ୍ପୃକ୍ତ ଲୋକେ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ । ସେହି ମାସ ୧୬ତାରିଖ ସୁଦ୍ଧା ଘର ନ ଛାଡ଼ିଲେ, ସେମାନେ ଘରକୁ ପୋଡ଼ି ଦେବେ ବୋଲି କୁଆଡ଼େ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ସେହି ମାସ ୧୪ତାରିଖରେ ଉକିଆଙ୍କ ପରିବାର ଲୋକେ ଛତିଶଗଡ଼ ରାଜ୍ୟ କମରିକ୍‌ ଗ୍ରାମର ନିଜ ଘରକୁ ଚାଲି ଯାଇଥିଲେ । ଏ ନେଇ ଥାନାରେ ଏତଲା ଦେଇଥିବା ସତ୍ତ୍ବେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଏସପିଙ୍କୁ ଭେଟି ନିବେଦନ କରିଥିବା ଉକିଆ କହିଛନ୍ତି । ଖବରଦାତା ସମ୍ମିଳନୀରେ ଉକିଆଙ୍କ ସମେତ ଜ୍ୱାଇଁ ତରଣୀ, ନାତି କୃଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ସମୟରେ ୧୪୯ଟି ରେକ୍‌ରେ ଚାଉଳ ପରିବହନ

ସମ୍ବଲପୁର, ୨୭।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଲକ୍‌ ଡାଉନ ଜାରି ରହିଛି । ଏହି ସମୟରେ ସମ୍ବଲପୁର ରେଳମଣ୍ଡଳ ଅନବରତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ...

୬୧ଅଭିଯୋଗର ଶୁଣାଣି କଲେ ଜିଲାପାଳ

ସୋନପୁର,୧।୭(ନି.ପ୍ର.): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ବନ୍ଦ ଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଜନଶୁଣାଣି ସୋମବାରଠାରୁ ପୁଣି...

ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍‌

ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ...

୨୮ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍‌...

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ...

ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

Advertisement
Archives

Model This Week