ଜନତା କର୍ଫ୍ୟୁ ସମର୍ଥନରେ ବାଲୁକା ଶିଳ୍ପୀ ମାନସ କୁମାରଙ୍କ ସ୍ୟାଣ୍ଡ ଆନିମେଶନ

ପୁରୀ ଅଫିସ,୨୨।୩: ମହାମାରୀ କରୋନାକୁ ନେଇ ଏବେ ସବୁଠି ଆତଙ୍କ। ସମଗ୍ର ବିଶ୍ୱ କରୋନା ସହିତ ଲଢ଼େଇ କରୁଥିବାବେଳେ ଭାରତ ବି ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। କିନ୍ତୁ ବେକାବୁ କରୋନା ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି। କେବଳ ନୂଆ ଦେଶକୁ ମାଡ଼ୁନି ବରଂ ଅନେକ ମୁଣ୍ଡ ବି ଗଡ଼ାଇ ଚାଲିଛି। ଏହାକୁ କିପରି ରୋକାଯାଇପାରିବ ସେନେଇ ସବୁସ୍ତରରେ ଚିନ୍ତା ପ୍ରକଟ କରାଯାଉଛି। ତେବେ ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଜନତା କର୍ଫ୍ୟୁରେ ସମସ୍ତେ ସହଯୋଗ କରିବା ଲାଗି ସ୍ୟାଣ୍ଡ ଆନିମେଶନରେ ଅନୁରୋଧ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଏହି ପ୍ରାଣଘାତୀ କରୋନା ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରିପାରି ନ ଥିବାବେଳେ କେବଳ ସଚେତନତା ହିଁ ଏହାକୁ ପରାସ୍ତ କରିହେବ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ମାନସ ତିଆରି କରିଛନ୍ତି ସଚେତନତାଭିତ୍ତିକ ସ୍ୟାଣ୍ଡ ଆନିମେଶନ। ଏହା ମାଧ୍ୟମରେ ସେ ଜନସମାଜର ସମର୍ଥନ ଲୋଡିଛନ୍ତି। ସମସ୍ତଙ୍କୁ ନିଜ ଆର୍ଟ ମାଧ୍ୟମରେ ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ଆହ୍ବାନ ଦେଇଛନ୍ତି। ସେ ତାଙ୍କ ସ୍ୟାଣ୍ଡ ଆନିମେଶନରେ ବିଭିନ୍ନ ରାଜ୍ୟର ଐତିହ୍ୟ କୀର୍ତ୍ତିରାଜି ଓ ରାସ୍ତାଘାଟ କିପରି ଶୂନ୍‌ଶାନ ରହିଛି ତାହା ଦର୍ଶାଇଛନ୍ତି। ଏହାକୁ ପ୍ରସ୍ତୁତ କରିବା ଲାଗି ମାନସଙ୍କୁ ୩ ଘଣ୍ଟା ସମୟ ଲାଗିଥିବାବେଳେ ଏଥିରେ ସେ ସପୋର୍ଟ ଜନତା କର୍ଫ୍ୟୁ, ସେଭ୍‌ ସେଲ୍‌ଫର ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri