ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ: କହିଲେ ‘କୋଭିଡ-୧୯ ସମଗ୍ର ମାନବଜାତି ପାଇଁ ଆହ୍ବାନ, ରବିବାର ସମସ୍ତେ ଘରେ ରୁହନ୍ତୁ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ମହାମାରୀ କରୋନା ଭୂତାଣୁକୁ ନେଇ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ବାର୍ତ୍ତା ଦେଇଛନ୍ତି। ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି।

ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି ପାଇଁ ରବିବାର ସମସ୍ତେ ଘରେ ରୁହନ୍ତୁ। ଏଥିରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସୂଚନାଯୋଗ୍ୟ, ବିକଶିତ ରାଷ୍ଟ୍ର ଉପରେ କରୋନା ପ୍ରଭାବ ପଡ଼ୁଥିବାବେଳେ ଭାରତରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାବିବା ଠିକ୍‌ ନୁହେଁ। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଆସିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷକରି ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ଏଣୁ ଆସନ୍ତା ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି କାର୍ତ୍ତିକ ଅବସରରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼

କୋଣାର୍କ, ୧୫ା୧୦(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପହିଲି କାର୍ତ୍ତିକ ଅବସରରେ ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକମାସ ଅବସରରେ ମାସ ବ୍ୟାପି ବ୍ରତ ପାଳନ ଓ ସୂର୍ଯ୍ୟନାରାୟଣଙ୍କ...

ଭୁବନେଶ୍ୱରରୁ ପୁଣେ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ରବିବାର ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର...

ପରୀ ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ପରିବାର...

ବୀମାଭୁକ୍ତ କାର୍ଯ୍ୟରତ ଖବରଦାତାଙ୍କୁ ଟିକା

ଭୁବନେଶ୍ୱର, ୫।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକଟ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବରଦାତାମାନେ ଅହରହ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଖବରଦାତାଙ୍କ କୋଭିଡ୍‌ରେ ମୃତ୍ୟୁ...

ଭିତିରି ବୁଝାମଣାର ଅନ୍ତ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାର ବର୍ଷେ ୭ ମାସ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ବରିଷ୍ଠ ନେତାମାନେ...

ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣିଦେଲେ

ବଅଁରପାଳ,୪ା୫(ଡି.ଏନ.ଏ.): ଗତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ନିଜେ ନିର୍ବାଚନ ଲଢ଼ିଥିଲେ। ସମର୍ଥତ୍ତ ଜଣେ ମହିଳାଙ୍କୁ ସମିତି ସଭ୍ୟ ପ୍ରାର୍ଥୀ କରାଇଥିଲେ। ହେଲେ ଦୁହେଁ ପରାଜିତ...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଡିଲେଶ୍ୱରୀ

ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍‌ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍‌। ସରକାରୀ ଯୋଜନାରେ ସେବା ପାଇବାର ଲାଗି...

ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା...

Advertisement
Archives

Model This Week