ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର କୁମାର ଦାସ ଯୋଗଦେଇ ମ୍ୟାଲେରିଆ ଅଞ୍ଚଳରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଉପରେ ଗୁରୁତ୍ୱାରୋପ କରି ଆଶା, ଅଙ୍ଗନୱାଡ଼ି କର୍ମୀ, ଗାଁ କଲ୍ୟାଣ ସମିତି, ଏଏନଏମ୍‌ ମାନଙ୍କୁ ସଚେତନତା କାର୍ଯ୍ୟରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ଡା. କଳ୍ପନା ଦଳେଇ ଏବଂ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ପ୍ରଶାନ୍ତ କୁମାର ତ୍ରିପାଠୀ ମ୍ୟାଲେରିଆର କାରଣ, ଭୟାବହତା, ନିରାକରଣ ସମ୍ପର୍କରେ କହିଥିଲେ। ଚଳିତବର୍ଷର ବାର୍ତ୍ତା ‘ମ୍ୟାଲେରିଆ ମୁକ୍ତ ଅଭିଯାନ ମୋ ଠାରୁ ଆରମ୍ଭ ହେଉ’ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭେକ୍ଟରବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ପାଇଁ ବିଭିନ୍ନ କାର୍ଯ୍ୟ, ବାର୍ତ୍ତା, ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ, ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଜଣଙ୍କୁ ମ୍ୟାଲେରିଆ ହେଲେ ୧୦ ଜଣଙ୍କୁ ସଂକ୍ର୍ରମିତ ହେବା ଆଶଙ୍କା ରହିଛି। ଏଣୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତା ରହିଛି। ୨୦୧୮ରେ ୨ ଲକ୍ଷ ୪୧ ହଜାର ୯୯୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ୪ ହଜାର ୬୯୮ ଜଣଙ୍କୁ ମ୍ୟାଲେରିଆ ସଂକ୍ରମିତ ହୋଇଛନ୍ତି। ୨୦୧୭ରେ ୩୫ ହଜାର ୬୫୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ୨୦୧୯ ମାର୍ଚ୍ଚ ସୁଦ୍ଧା ୫୧ ହଜାର ୨୮୧ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ୩୭୫ ଜଣଙ୍କ ମ୍ୟାଲେରିଆ ପଜେଟିଭ୍‌ ଥିବା ଜଣାପଡ଼ିଛି। ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ...

ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ...

ସରପଞ୍ଚ, ଭାଜପା ନେତାଙ୍କୁ ଆକ୍ରମଣ ଘଟଣା, ୪ ଅଟକ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ଘଟଣାରେ...

ନବଜାତ ଶିଶୁ କନ୍ୟା ସହ ମିଳିଲେ ମହିଳା: ପୋଷ୍ୟକନ୍ୟା ପାଇଁ ଚେଷ୍ଟା ବେଳେ…

ଦିଗପହଣ୍ଡି,୨୦।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଶନିବାର ସକାଳେ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନଏସି ପ୍ରଶାସନ ପକ୍ଷରୁ...

ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା...

ଭିଡିଓ କନ୍‌ଫରେନ୍ସିଂରେ ବିଞ୍ଜିଗିରିବାସୀଙ୍କ ପାଇଁ ଦେବେ ଉଦ୍‌ବୋଧନ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଲୁକ୍କାୟିତ ଅବସ୍ଥାରେ ଥିବା ଘୁମୁସର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଗତ କିଛି ମାସ ହେବ...

ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥଳୀକୁ ସ୍ମାରକୀ ଘୋଷଣା କରିବେ ପ୍ରଧାନମନ୍ତ୍ରୀ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଞ୍ଜିଗିରିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଭାସି ମାଧ୍ୟମରେ...

ଚତୁର୍ଦଶ ଦିବସରେ ଅଗସ୍ତି ନୂଆ ଗାଁ ଠାକୁରାଣୀ ଯାତ୍ରା, ମନମୋହୁଛି ବାଘ ନାଚ, ରାମାୟଣ ନାଟକ

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ପ୍ରତି ତିନି ବର୍ଷକୁ ଥରେ ଅଗସ୍ତି ନୂଆ ଗାଁ’ରେ ଅନୁଷ୍ଠିତ ହେଉଥିବା ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦ୍ଵାଦଶ ଦିବସରେ ପହଁଚିଛି l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri