ଜଙ୍ଗଲରେ ବନରକ୍ଷୀଙ୍କୁ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ.ଏ): ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରେ ବନରକ୍ଷୀ କାର୍ତ୍ତିକେୟ ପ୍ରଧାନଙ୍କୁ ଆକ୍ରମଣ ହୋଇଛି। ପଡୋଶୀ ଅନଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଛନ୍ତି। ଏମାନେ ଗଛ କାଟି ଚୋରି କରି ନେଉଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ପାଟକୁମୁଣ୍ଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଶଗଡରେ ଜଙ୍ଗଲରୁ କଞ୍ଚା ଗଛ କାଟି ନେଉଥିଲେ। କର୍ତ୍ତିକେୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେବା ସହ ସରକାରୀ ଗାଡିକୁ ଭଙ୍ଗାରୁଜା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ବ୍ରହ୍ମପୁର ଅଫିସ,୧୭ା:  ଗଞ୍ଜାମ ଜିଲା ଗୋପାଳପୁର ଲେବଲକ୍ରସିଂ ନିକଟ ରେଳଧାରଣାରୁ ଜିଆରପି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ଗୋପାଳପୁର...

ସମସ୍ୟା ବୁଝିବେ ସ୍ବେଚ୍ଛାସେବୀ

ଢେଙ୍କାନାଳ ଅଫିସ, ୨୧।୨ – ଢେଙ୍କାନାଳ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗୁରୁବାର ସ୍ଥାନୀୟ ଏଡିଆର ବିଲ୍ଡିଂ ସଭାଗୃହରେ ନୂତନ ଭାବେ ମନୋନୀତ ପାରାଲିଗାଲ ଭଲ୍ୟୁଣ୍ଟିୟରଙ୍କୁ...

ଫର୍ନେସ୍‌ରେ ପୋଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୨୩।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀ ଫର୍ନେସ୍‌ରେ ପୋଡ଼ି ଗୁରୁତର ଥିବା ଶ୍ରମିକଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ମୃତକ ବରପଦାର ବିଜୟ...

ବହୁ ପଦବୀ ଆଶାୟୀ ନିରାଶ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍‌ଦାର ଲବି କରିଥିଲେ...

୧୧ନିଶାସକ୍ତ ଡ୍ରାଇଭରଙ୍କୁ କୋର୍ଟଚାଲାଣ

ବାରିପଦା ଅଫିସ,୮।୫: ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶକୁ ଭିତ୍ତି କରି ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ମଦୁଆ ଚାଳକଙ୍କୁ ଯାଞ୍ଚ କରାଯାଇଛି। ବାରିପଦା ଟାଉନ ଥାନା...

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା...

ଜଙ୍ଗଲ ଜମି ଅଧିକାର କର୍ମଶାଳା

ଆସିକା,୨୦ା୧୦(ଡି.ଏନ୍‌.ଏ.) -ରାଜ୍ୟର ବିଭିନ୍ନ ଜଙ୍ଗଲରେ ବସବାସ କରୁଥିବା ବନବାସୀ ପରିବାରର ସାମଗ୍ରୀକ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ...

କୃଷି ଅର୍ଥନୀତିକୁ ବିଗାଡୁଛି ପ୍ରାକୃତିକ ବିପର୍ଯ୍ୟୟ

କେନ୍ଦ୍ରାପଡ଼ା ଅଫିସ,୨୫ା୭: କେନ୍ଦ୍ରାପଡ଼ା ଜିଲାରେ ଉର୍ବର ଭୂମି ସହ ଲୋକସମ୍ବଳ ଅଛି। ଏହାସତ୍ତ୍ୱେ କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାର ସାମାଜିକ ଓ ଅର୍ଥନୀତି ଦୁର୍ବଳ...

Advertisement
Archives

Model This Week