ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର ବିଧାୟକ ଏଥିରେ ବାଧା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିବା ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଆସୋସିଏଶନ ସଭାପତି କରୁଣାକର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ସହ-ସମ୍ପାଦକ ସୁନୀଲ ବିଶ୍ୱାଳ, ସଦସ୍ୟ ଆରବ୍ୟ ସାହୁ, ଦୁଃଶାସନ ସାହୁ ପ୍ରମୁଖ ଟ୍ରକ୍‌ ଲୋଡିଂ ସମସ୍ୟା ସମ୍ପର୍କରେ ମତାମତ ରଖିଥିଲେ। ସଭାପତି ସାହୁ କହିଥିଲେ, ଘଣ୍ଟପଡ଼ା, ରୋଢ଼ାଶର, ଚାଳଗଡ଼, ବଇଣ୍ଡା, ପଦ୍ମାବତୀପୁର, ବାହାଳ ଆଦି ଗ୍ରାମ କୋଇଲା ଖଣି ଦ୍ୱାରା ପ୍ରଭାବିତ ହୋଇଥିବାରୁ କେତେଜଣ ବେକାର ଯୁବକ ଟ୍ରକ୍‌ ଦ୍ୱାରା କୋଇଲା ପରିବହନ କରି କିଛି ରୋଜଗାର କରୁଛନ୍ତି। କିନ୍ତୁ କିଛି ଦିନ ହେବ କୋଇଲା ଲୋଡିଂରେ ବହୁ ପ୍ରକାରର ବାଧାବିଘ୍ନ ଘଟୁଛି। ଲୋଡିଂ ଯେଉଁ ପରିମାଣର ହେବା କଥା ତାହା ହୋଇପାରୁ ନାହିଁ। ୧୦୩ ମାଲିକଙ୍କ ୧୮୦ ଟ୍ରକ୍‌ ମଧ୍ୟରୁ ୮୦ରୁ ୧୦୦ ଟ୍ରକ୍‌ରେ ମାଲ ପରିବହନ କରାଯାଉଛି। ଏହି ସମୟରେ ସେରାବାଲି କମ୍ପାନୀ ନାମକ ଏକ ଠିକା ସଂସ୍ଥା ସ୍ଥାନୀୟ କୋଇଲା ଖଣିରୁ ପରିବହନ ପାଇଁ ଅନୁମତି ପାଇଛି। ଏହି କମ୍ପାନୀ ନିଜର ୩୦ଟି ଟ୍ରକ୍‌କୁ ଆଣି ଖଣି ନିକଟରେ ରଖିଛି। ଆଗକୁ କମ୍ପାନୀ ସମସ୍ତ କୋଇଲା ନିଜ ଟ୍ରକ୍‌ ଦ୍ୱାରା ପରିବହନ କରିବ ବୋଲି ସାହୁ କହିଛନ୍ତି। ଏପରି କି ତାଳଚେର ଅଞ୍ଚଳର କେତେଜଣ ଯୁବକଙ୍କୁ ସୁପରଭାଇଜର କରି ଏପରି କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୩ ହଜାର ଟନ୍‌ କୋଇଲା ଉପତ୍ାଦନ ହେଉଛି। ଅନ୍ୟସ୍ଥାନରୁ କୋଇଲା ପରିବହନ ପାଇଁ ଆମେମାନେ ସ୍ଥାନୀୟ ବିଧାୟକଙ୍କ ନିକଟକୁ ୧୫ ଦିନ ପୂର୍ବରୁ ଯାଇଥିଲୁ। କିନ୍ତୁ ସେ ଆମକୁ ସହଯୋଗ କରିବା ପରିବର୍ତ୍ତେ ମାନସିକ ଚାପ ଦେଇଥିଲେ। ଏ ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। ତେବେ ତାଳଚେର ଉପଜିଲାପାଳଙ୍କ ଜରିଆରେ ଏମ୍‌ପି, ବିଧାୟକ, ଥାନା ଅଧିକାରୀ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିବା ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିମାନେ ହସ୍ତକ୍ଷେପ କରି ସମାଧାନ କରିବାକୁ ଆସୋସିଏଶନ କର୍ମକର୍ତ୍ତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡି ଜଣେ ମୃତ

ପବିତ୍ରନଗର, ୧୨।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସମଲ ଥାନା ବିରୁ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ...

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ...

ବଧୂହତ୍ୟା ଅଭିଯୋଗ:ସ୍ବାମୀଙ୍କ ସହ ଶ୍ୱଶୁର ଅଟକ

ଅନୁଗୋଳ ଅଫିସ, ୧୦।୯ ଅନୁଗୋଳ ଜିଲା ନାଲ୍‌କୋ ଥାନା ବଳରାମପ୍ରସାଦରେ ବଧୂହତ୍ୟା ଅଭିଯୋଗ ହୋଇଛି। ସୌମ୍ୟାଶ୍ୱେତା ବାରିକ(୨୩)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ବାନାମ୍ବର ବାରିକ...

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୩୫୦ ସିସିଟିଭି

ଅନୁଗୋଳ ଅଫିସ, ୧୨।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ୍‌: ୭ ଗିରଫ, ମାରଣାସ୍ତ୍ର ଜବତ

ତାଳଚେର,୧।୯(ନି.ପ୍ର.) – ତାଳଚେରର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଚଳାଉଥିବା ଏକ ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ କଲିୟରୀ ପୋଲିସ ଚଢ଼ାଉ କରି ଶନିବାର ଗିରଫ...

‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି...

Advertisement
Archives

Model This Week