ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଲାଗିଲା ଆଉ ୩ ଡାୟାଲିସିସ୍‌ ୟୁନିଟ୍‌, ଅଟୋ ଆନାଲାଇଜର

ଜଗତ୍‌ସିଂହପୁର ଅଫିସ,୧୫ା୩: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାୟାଲିସିସ୍‌ ୟୁନିଟ୍‌ରେ ପୁଣି ୩ଟି ମେଶିନ୍‌ ବୃଦ୍ଧି ହୋଇଛି। ଏହାକୁ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଆଗରୁ ୩ଟି ମେଶିନ୍‌ରେ କାର୍ଯ୍ୟ ହେଉଥିଲା। ଏବେ ଏହାକୁ ମିଶାଇ ୬ଟି ମେଶିନ୍‌କୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା କିଡ୍‌ନୀ ସମସ୍ୟାଜନିତ ରୋଗୀଙ୍କ ସୁବିଧାରେ ଡାୟାଲିସିସ୍‌ ହୋଇପାରିବ। ଡାୟାଲିସିସ୍‌ ନିମନ୍ତେ ରୋଗୀଙ୍କୁ କଟକ ଯିବାକୁ ପଡିବ ନାହିଁ। ଏଥିସହିତ ମେଡିକାଲ ଲାବୋରେଟୋରୀର ଏକ ଅଟୋ ଆନାଲାଇଜରକୁ ମଧ୍ୟ ବିଧାୟକ ଓ ଜିଲାପାଳ ଉଦ୍‌ଘାଟନ କରିଛନ୍ତି। ଏହି ଅଟୋ ଆନାଲାଇଜର ମାଧ୍ୟମରେ ଗ୍ଲୁକୋଜ୍‌, ୟୁରିଆ, କ୍ରିଏଟିନାଇନ୍‌, ବିଲିରୁବିନ୍‌, ଆଲ୍‌କାଲାଇନ୍‌ ଫସଫେଟ୍‌, କୋଲେଷ୍ଟରଲ୍‌, ଟ୍ରାଇଗ୍ଲିସେରାଇଡ୍‌, ୟୁରିକ୍‌ ଏସିଡ୍‌ ପରୀକ୍ଷା କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା, ଏଡିଏମ୍‌ଓ (ମେଡିକାଲ) ଡ. ଲାଲମୋହନ ରାଉତରାୟ, ଡିପିଏଚ୍‌ଓ ଡ. ଶତୃଘ୍ନ ଦାସ, ଏଡିପିଏଚ୍‌ଓ (ଟିବି) ଡ. ବସନ୍ତ ବାରିକ, ଏଡିପିଏଚ୍‌ଓ (ଭିଭିଡି)ଡ. କ୍ଷେତ୍ରବାସୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଜିଲାପାଳ ଓ ବିଧାୟକ ନିର୍ମାଣ ହେବାକୁ ଥିବା ଏମ୍‌ସିଏଚ୍‌ ବିଲ୍ଡିଂ ସ୍ଥାନ ପରିଦର୍ଶନ କରି କିପରି ଏହା ଶୀଘ୍ର ଆରମ୍ଭ ହେବ ତା’ଉପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ରଖି ଚାଷୀଙ୍କ ରାସ୍ତାରୋକୋ

ଜଳେଶ୍ୱର,୨୪।୧(ଡି.ଏନ.ଏ.)-ମଣ୍ଡିରେ ଧାନକ୍ରୟରେ ଅନିୟମିତତା ବିରୋଧରେ ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ...

ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ...

କରୋନା ପ୍ରଭାବ: ଖୋଲା ଅଛି ଏଟିଏମ୍‌, ଟଙ୍କା ନାହିଁ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ସମସ୍ତ ଏଟିଏମ୍‌ ଖୋଲା ରହିଥିଲେ ମଧ୍ୟ ଏଥିରେ ଟଙ୍କା ନ ଥିବାରୁ ଲୋକେ ଜରୁରୀ ସମୟରେ ବହୁ...

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ...

କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ...

୭ ଦିନ ମଧ୍ୟରେ ଜାଗା ଖାଲି କର

ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍‌ଏମ୍‌ସିର ଫୁଡ୍‌କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା...

କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା...

୫ କି.ମି. କାନ୍ଧରେ ବୁହାଗଲା ମୃତଦେହ

ଫୁଲବାଣୀ ଅଫିସ, ୧୬ା୧୧: କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ...

Advertisement
Archives

Model This Week