ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ସଫଳ ହେବା ପରେ ଜନ୍ମ ନେଲା ନୂଆ ସଂକଳ୍ପ। ଏଣିକି ଆଉ ଖଟି ନୁହେଁ, ସମୟ ମିଳିଲେ ଅନ୍ୟ ପାଇଁ କିଛି କରିବାର ଇଚ୍ଛା ଉଙ୍କିମାରିଲା ସେମାନଙ୍କ ମନରେ। ସେଦିନର ସେହି ଛୋଟିଆ ପ୍ରୟାସ ଆଜି ସେମାନଙ୍କୁ ଆଦର୍ଶ ପ୍ରୟାସ ନାମରେ ଦେଇଛି ନୂଆ ପରିଚୟ। ଦେବକଲ୍ୟାଣ ମହାପାତ୍ର, ଦେବୀପ୍ରସାଦ ସାହୁ, ଦେବ ମଣ୍ଡଳ, ଦେବବ୍ରତ ପତି, ଦୀପକ ସାହୁ, ଦୀପକ ସ୍ବାଇଁ ଓ ଅମରେଶ ମଣ୍ଡଳ ପ୍ରମୁଖଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଯୁବକ ଏବେ ଆଦର୍ଶ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପାରାଦୀପର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରନ୍ତି। ଆଉ କେତେଜଣ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି। ସମୟ ମିଳିଲେ ଅଠରବାଙ୍କୀ ଛକସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ମିଳିତ ହୋଇ ଖଟି କରନ୍ତି। ୨୦୧୧ ମସିହାରେ ଦିନେ ସେହି ଯୁବକମାନେ ଉକ୍ତ ଛକରେ ବସିଥିବାବେଳେ ଏକ ଦୁର୍ଘଟଣା ଘଟିଲା। ଏକ ଭାରିଯାନ ଧକ୍କାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରାସ୍ତାରେ ପଡି ଛଟପଟ ହେଉଥିଲେ। କେହି ତାଙ୍କୁ ଉଠାଇ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ନ ଥିଲେ। ତେବେ ଦେବୀପ୍ରସାଦ ଓ ଅମରେଶ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ନିଜ ମଧ୍ୟରେ ଅର୍ଥ ଆଦାୟ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଇଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହୋଇଥିଲେ। ଏହି ଘଟଣା ଯୁବଗୋଷ୍ଠୀଙ୍କ ମନରେ ଏକ ପ୍ରକାର ଭାବାନ୍ତର ସୃଷ୍ଟି କଲା। ସେବେଠାରୁ ଚାଲିଲା ସାମାଜିକ କାର୍ଯ୍ୟ। ସେମାନଙ୍କ ସହ ଯୋଡ଼ିହେଲେ ବନ୍ଦର ଯନ୍ତ୍ରୀ ତଥା ପରିବେଶ ପ୍ରେମୀ ଅମରେଶ ନରେଶ ସାମନ୍ତ। ପାରାଦୀପର କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସେମାନେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କଲେ। ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ପରିସରରେ ଗଛ ଲଗାଇବା ସହ ପାଳି କରି ପାଣି ଦେଲେ ଓ ଯତ୍ନ ନେଲେ। ଧିରେ ଧିରେ ସେମାନଙ୍କ ସହ ଆହୁରି ଅନେକ ଯୁବକ ସାମିଲ ହେଲେ। ୨୦୧୨ରେ ସମସ୍ତେ ମିଶି ତିଆରି କଲେ ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ। କୌଣସି ସରକାରୀ ଓ ବେସରକାରୀ ସହଯୋଗ ବିନା ସେମାନେ ଗଛ ଲଗାଇ ଚାଲିଲେ। ୭ ବର୍ଷ ମଧ୍ୟରେ ସେମାନେ ହସ୍ପିଟାଲ, ପାରାଦୀପ ଗଡ଼ ବିଦ୍ୟାଳୟ, ଡପ୍‌ଲର ରାଡ଼ାର ଓ କଲେଜ ପରିସରରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏଥିସହ ଜଙ୍ଗଲରେ ଜୀବଜନ୍ତୁ ଓ ପକ୍ଷୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଇଛି। ଖରାଦିନେ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉଛି। ମାନସିକ ବିକାରଗ୍ରସ୍ତଙ୍କୁ ଚିକିତ୍ସା, ପୋଷାକ ଓ ଖାଦ୍ୟ ଆଦି ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗାଉଛନ୍ତି। ଏଥିସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସହାୟତା, ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ, ପ୍ରତିମାସ ଓ ପୂଜା ପାର୍ବଣ ବେଳେ ସଫେଇ, ବେଳାଭୂମି ସଫେଇ, ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନତା ସୃଷ୍ଟି, ଝୋଟ ବ୍ୟାଗ ବଣ୍ଟନ, ରକ୍ତଦାନ ଶିବିର, ଅଗ୍ନି ବିପନ୍ନଙ୍କୁ ସହାୟତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ, ଟ୍ରାଫିକ ସଚେତନତା ଆଦି କାର୍ଯ୍ୟ କରାଯାଉଥିବା ସଙ୍ଗଠନର ଉପଦେଷ୍ଟା ବିଷ୍ଣୁ ଚରଣ ମୁଦୁଲି କହିଛନ୍ତି। ଏଥିପାଇଁ ସଙ୍ଗଠନକୁ ପୌରପାଳିକା ପକ୍ଷରୁ ଏକାଧିଥର ସମ୍ମାନିତ କରାଯାଇଛି। କିନ୍ତୁ ଅନ୍ୟ କେଉଁଠାରୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳିନାହିଁ ବୋଲି କହିଛନ୍ତି ସଦସ୍ୟ କୈବଲ୍ୟ ସାହୁ। ତେବେ ସଙ୍ଗଠନ କାହାଠାରୁ ଆର୍ଥିକ ପ୍ରୋତ୍ସାହନ ଆଶା କରୁନାହିଁ। କାରଣ ସଦସ୍ୟମାନେ ପ୍ରତ୍ୟକ ଖର୍ଚ୍ଚ ମିଳିତ ହୋଇ ବହନ କରୁଛନ୍ତି। ଆଗାମୀ ଦିନରେ ପ୍ରଦୂଷଣମୁକ୍ତ ପାରାଦୀପ ଓ ଦୁର୍ଘଟଣା ରହିତ ରାଜପଥ ନିମନ୍ତେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ସୁଧିର ପରିଡ଼ା। ଆଜିର ଯୁବପିଢି ବିଭିନ୍ନ କାରଣରୁ ପଥଭ୍ରଷ୍ଟ ହେଉଛନ୍ତି। ଏଭଳି ସ୍ଥିତିରେ ବ୍ୟବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟ ରଖି ଆଗେଇ ଚାଲିଥିବା ଆଦର୍ଶ ପ୍ରୟାସର ଯୁବକମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?