ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର ନାଁ ଗନ୍ଧ ନାହିଁ। ଲଗାତର ୧୫ ଦିନ ହେଲାଣି ପ୍ରବଳ ଖରା ଯୋଗୁ ଗ୍ରୀଷ୍ମଋତୁ ପରି ଅନୁଭୂତ ହେଉଛି। ବର୍ଷା ଅଭାବରୁ ଏବେ ସମଗ୍ର ବ୍ଲକରେ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇଛି। ଜୁନରେ ଚାଷୀମାନେ ଧାନ ବୁଣା ସାଙ୍ଗକୁ ତଳିପକା କାର୍ଯ୍ୟ କରିଥିଲେ। ଅଦ୍ୟାବଧି ବର୍ଷା ହେଉ ନ ଥିବାରୁ ଚାଷକାର୍ଯ୍ୟ ଆଗେଇପାରୁନି। ଆଉ କିଛି ଦିନ ଏପରି ଲାଗି ରହିଲେ ମରୁଡ଼ି ସ୍ଥିତି ଉପୁଜିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ସାଧାରଣତଃ ଜୁଲାଇରେ ୨୫୦ ମିମିରୁ ୩୦୦ ମିମି ବର୍ଷା ଆବଶ୍ୟକ ହୋଇଥାଏ। ହେଲେ ବ୍ଲକ ଅଫିସ ବୃଷ୍ଟିପାତ ବିବରଣୀ ଅନୁଯାୟୀ ମାତ୍ର ୪ ଦିନ ଜୁଲାଇରେ ୨ରେ ୧୨.୬ ମିମି, ୩ରେ ୬.୨ମିମି, ୪ରେ ୧୩.୪ ମିମି, ୬ରେ ୯.୬ ମିମି ବର୍ଷା ହୋଇଛି। ସେହିପରି ଜୁନରେ ମୌସୁମୀ ବର୍ଷା ନ ଥିବାବେଳେ କେବଳ ଲଘୁଚାପଜନିତ ୨୦୮.୪ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଏହାପରଠାରୁ ଆଦୌ ବୃଷ୍ଟିପାତ ହୋଇ ନ ଥିବା ଯୋଗୁ ଧାନ ସହ ଅଣଧାନ ଫସଲ, ପନିପରିବା ଚାଷ ଆଦି ଉଜୁଡିବାକୁ ବସିଛି। ହାତଗଣତି ଭାବେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ବନ୍ଧ, ଗାଡିଆ, ପୋଖରୀ ସହ ନଈନାଳ ଆଦି ଶୁଖିଲା ହୋଇପଡିଛି। ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଏବେ ସେମାନେ ଫସଲହାନି ଚିନ୍ତାରେ ପଡିଛନ୍ତି। ଏହାର ମୁକାବିଲା ପାଇଁ କୃଷି ବିଭାଗ, ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ଥିତିରେ ସୁଧାର ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ନିୟମ ଉଲ୍ଲଂଘନ, ୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ୍‌, ୮।୭ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ବିଶେଷକରି ସକାଳ ୭ଟାରୁ...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

ଆଶା ଆଶଙ୍କାରେ ୩ଶହ ମୂର୍ତ୍ତି କାରିଗର

ବଅଁରପାଳ,୮ା୮(ଡି.ଏନ.ଏ.) – ପୂଜାଋତୁ ଆସିବ। ମାସ ମାସ ଧରି ଗଢ଼ାଯାଇଥିବା ମୂର୍ତ୍ତିସବୁ ବିକ୍ରି ହୋଇଯିବ। ବର୍ଷକର ଖୋରାକ ଯୋଗାଡ଼ରେ ଆଉ ଅସୁବିଧା ହେବନି। ଏପରି ଭାବନା...

ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର ବୈଠକ: ‘ଚାଷୀ ବିକାଶ ନେଇ ସଂଗ୍ରାମ ଜାରି ରହିବ’

ବଅଁରପାଳ, ୨୨।୭(ଡି.ଏନ୍‌.ଏ.) ନାଲ୍‌କୋ ଏମ୍ପ୍ଲୋଇଜ ଶ୍ରମିକ ସଂଘ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ...

ସାବିତ୍ରୀ ବ୍ରତ ପାଇଁ ମାନିଲେନି କଟକଣା: ଜିନିଷ କିଣିବାକୁ ଠେଲାପେଲା

ଅନୁଗୋଳ ଅଫିସ, ୨୧।୫- ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଗୁରୁବାର ଲୋକମୟ ହୋଇଉଠିଥିଲା ଅନୁଗୋଳ ବଜାର। କରୋନା ପାଇଁ ଜାରି ସବୁ କଟକଣାକୁ ଭୁଲି...

Advertisement
Archives

Model This Week