ଛାଡ଼ ପାଇବେ ୩୨ ବିଚାରାଧୀନ କଏଦୀ

କେନ୍ଦୁଝର, ୬।୪ (ସ୍ବ.ପ୍ର.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୭ ବର୍ଷରୁ କମ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଜାମିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିପ୍ରେକ୍ଷୀରେ କେନ୍ଦୁଝର ଜେଲରେ ଥିବା ୩୨ ଜଣ ବିଚାରାଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ ଓ ୬ ଜଣଙ୍କୁ ପାରୋଲରେ ଛାଡିବା ପାଇଁ ନିଷ୍ପତ୍ତି କରାଯାଇଛି। ସେଥିମଧ୍ୟରୁ କେନ୍ଦୁଝର ଜେଲ୍‌ରେ ୮ ଜଣ ରହିଛନ୍ତି। ତେବେ ଅନ୍ତରୀଣ ଜାମିନରେ ଯିବାକୁ ହେଲେ କୋର୍ଟରେ ଜାମିନ ଆବେଦନ କରି ଯାଇ ପାରିବେ। ଅନ୍ୟମାନେ ଆନନ୍ଦପୁର, ଚମ୍ପୁଆ, ବଡବିଲ ଜେଲର ବିଚାରାଧୀନ କଏଦୀ ଅନ୍ତରୀଣ ଜାମିନରେ ଯାଇପାରିବେ। ସେହିପରି ଜିଲାପାଳଙ୍କ ଆଦେଶ କ୍ରମେ ଚମ୍ପୁଆ ଓ ବଡବିଲ ଜେଲ୍‌ରେ ଥିବା ୬ ଜଣ ପାରୋଲରେ ଯାଇପାରିବେ ବୋଲି ଜଣାପଡିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଜଜ ବେଣୁଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଏଥିରେ ଜିଲାପାଳ ଆଶୀଷ ଥାକରେ, ଏସପି ମିତ୍ରଭାନୁ ମହାପାତ୍ର, ଜିଲା ଆଇନସେବା ପ୍ରାଧୀକରଣ ସଚିବ ସୌଦାମିନୀ ବିଶ୍ୱାଳ, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ଓ ବଡବିଲ ଜେଲର ଅଧୀକ୍ଷକ ମାନେ ଉପସ୍ଥିତ ଥିଲେ। କାରାଗାର ଗୁଡିକରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବାରୁ କରୋନା ସଂକ୍ରମଣ ଆଶଙ୍କା ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକାକଳାରେ ସୁଦର୍ଶନଙ୍କ ‘ପଖାଳ ଦିବସ’ ବାର୍ତ୍ତା: ଘରେ ରହି ଉପଭୋଗ କରନ୍ତୁ

ପୁରୀ ଅଫିସ,୨୦।୩: ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଏକଦା ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ ବୋଲି କୁହାଯାଉଥିଲା। ହେଲେ...

ମହିଳାଙ୍କ ପାଇଁ ୨୯ ସରପଞ୍ଚ ପଦବୀ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ୧୫ ଏବଂ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୪ଟି ସରପଞ୍ଚ ପଦବୀ ବିଭିନ୍ନ...

ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା...

ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ରହିଛି।...

ବଜେଟ ଖର୍ଚ୍ଚ ୫୧ ହଜାର କୋଟି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ୨.୨୭ ପ୍ରତିଶତ ରାଜସ୍ବ ବୃଦ୍ଧି...

ହାତୀ ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ବର,୨୦।୧୧(ବ୍ୟୁରୋ): ହାତୀ ବେକରେ ଲାଗିବ ରେଡିଓ କଲାର। ଏ ନେଇ ପିସିସିଏଫ ଶଶୀ ପଲ ସୂଚନା ଦେଇଛନ୍ତି । ଏହି ରେଡିଓ କଲାର ଦ୍ବାରା ହାତୀଙ୍କ...

ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ

ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି...

Advertisement
Archives

Model This Week