ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ (ଏନ୍‌କ୍ୟୁଏସ) ପ୍ରମାଣପତ୍ର ହାସଲ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି।  ହସ୍ପିଟାଲର ଆଇପିଡି, ଓପିଡି, କାଜୁଆଲଟି, ଅପରେଶନ ଥିଏଟର, ପ୍ରସୂତି ଗୃହ, ଏକ୍ସ-ରେ, ପେଡିଆଟ୍ରିକ୍‌, ଗାଇନିକ୍‌, ମେଡିସିନ୍‌ ଓ ଜେନେରାଲ ୱାର୍ଡ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ନିରାମୟ ଆଦିକୁ ଆଧାର କରି ଏନ୍‌କ୍ୟୁଏସ ପ୍ରମାଣପତ୍ର ପାଇଁ ମାର୍କ ମିଳିଥାଏ। ଏସବୁ ମଧ୍ୟରୁ ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟରର ମାନରେ ଉନ୍ନତି ହେଲେ ‘ଲକ୍ଷ୍ୟ’ ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବା ପାଇଁ ଛତ୍ରପୁର ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌ ହସ୍ପିଟାଲକୁ ଆସି ତଥ୍ୟ ସଂଗ୍ରହ ସହ ହସ୍ପିଟାଲର କ୍ୱାଲିଟି ସର୍କଲ ଟିମ୍‌ ସହ ଆଲୋଚନା କରିଥିଲେ। ସରୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଟିମରେ ବ୍ରହ୍ମପୁରସ୍ଥିତ ସିଡିଏମଓଙ୍କ ଅଫିସ୍‌ରୁ କ୍ୱାଲିଟି ଆସ୍ୟୁରାନ୍ସର ଆସିଷ୍ଟାଣ୍ଟ ମ୍ୟାନେଜର ସଞ୍ଜୟ ପରିଡା, ଆରସିଏଚ୍‌ର ଡେପୁଟି ମ୍ୟାନେଜର ଶକ୍ତି ଦିଗାଲ ଆସିଥିଲେ। ଆଲୋଚନା ବୈଠକରେ ସିନିୟର କନସଲଣ୍ଟାଣ୍ଟ ଡା.ଜିତେନ୍ଦ୍ର ମୋହନ ବେବର୍ତ୍ତା, ଡା.ସୁଦର୍ଶନ ସାହୁ ଓ ଡା. ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ସମେତ ହସ୍ପିଟାଲ କ୍ୱାଲିଟି ସର୍କଲ ଟିମ୍‌ ସଦସ୍ୟମାନେ ଉପସ୍ଥିତ ଥିଲେ। ଟିମ୍‌ର ସଦସ୍ୟ ପ୍ରଥମେ ଛତ୍ରପୁର ହସ୍ପିଟାଲ ପ୍ରସୂତି ଗୃହ ଓ ଅପରେଶନ ଥିଏଟର ପରିଦର୍ଶନ କରିଥିଲେ। ଲକ୍ଷ୍ୟ ପ୍ରମାଣପତ୍ର ପାଇଁ ପ୍ରସୂତି ଗୃହ ଓ ଅପରେଶନ ଥିଏଟର କିଭଳି ରହିବ ତାହାର ଗାଇଡଲାଇନ୍‌ ସମ୍ପର୍କରେ ହସ୍ପିଟାଲ ଟିମକୁ ପରାମର୍ଶ ଦେଇଥିଲେ।  ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା ଉଦ୍ଦେଶ୍ୟରେ ଏହି ଲକ୍ଷ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଲକ୍ଷ୍ୟ ପୁରସ୍କାର ହାସଲ କଲେ ଏ ବାବଦରେ ୩ ବର୍ଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁଦାନ ମିଳିବ। ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟର ସଫାସୁତୁରା ରଖିବା, ଶୀତତାପ ନିୟନ୍ତ୍ରିତ କରିବା ଓ ଟାଇଲ୍‌ ପକାଇବା, ପ୍ରସୂତିଙ୍କୁ ଗାଉନ୍‌ ପିନ୍ଧାଇ ନେବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ପୁଣି କେନ୍ଦ୍ରୀୟ ଟିମ୍‌ ଆସି ତଥ୍ୟ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ହସ୍ପିଟାଲରେ ଗଠିତ କ୍ୱାଲିଟି କଣ୍ଟ୍ରୋଲ ସର୍କଲ ଟିମ୍‌ରେ ହସ୍ପିଟାଲ ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ବିଭାଗର ସ୍ପେଶାଲିଷ୍ଟ, ଶିଶୁ ରୋଗ ବିଶେଷଜ୍ଞ, ହସ୍ପିଟାଲ ମ୍ୟାନେଜର, ପ୍ରସୂତି ଗୃହର ଇନଚାର୍ଜ, ଆସିଷ୍ଟାଣ୍ଟ ମ୍ୟାଟ୍ରନ୍‌, ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବନ୍ଦ ପ୍ରଭାବ ଶୂନ

ଛତ୍ରପୁର, ୮।୧(ଡି.ଏନ.ଏ): ଗଞ୍ଜାମ ଜ଼ିଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦର ପ୍ରଭାବ ଆଦୌ ପଡିନି। ଏଠାରେ ପରିବା, ମାଛ ମାର୍କେଟ ସହ ସମସ୍ତ...

ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର ଅଫିସ,୧୫।୮-ଗୋଶାଣିନୁଆଗାଁ ଥାନା ନୂଆ ଖଜୁରିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ମଞ୍ଜୁଲତା ଦଳାଇ (୨୨)। ଏ ନେଇ ପୋଲିସ...

ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ

ଭଞ୍ଜନଗର ୨୮।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଖଲାସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରୁ ସନ୍ତୋଷ ପଣ୍ଡାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେଇ...

ପୃଥକ୍‌ ଦୁର୍ଘଟଣାରେ ୫ ଗୁରୁତର

ସୋରଡା,୨୩ା୧୨(ଡି.ଏନ୍‌.ଏ.) -ସୋରଡା-ଆସିକା ଜାତୀୟ ରାଜପଥ ନଂ.୫୯ କରଡାବାଡି ଗ୍ରାମଠାରେ କାର ଓ ବୁଲେଟ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ହାତ ଛିଣ୍ଡିବା ସହ ଗୋଡ...

ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲି ଜରିମାନା ଦେଲେ ଦୋକାନୀ

ଭଞ୍ଜନଗର,୧୪।୪(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ପ୍ର୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟନଣା କଡାକଡି ଭାବେ ପାଳନ କରାଯାଉଛି। ମଙ୍ଗଳବାର ସକାଳ ୫ଟାରୁ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ...

ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ

ଗଞ୍ଜାମ,୧୧।୪(ଡି.ଏନ୍‌.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତି କରିଛି। ଉଭୟ ଯୁବକ...

ଗଞ୍ଜାମ ପୋଲିସର ଧରପଗଡ଼: ମାସ୍କ ପିନ୍ଧି ନ ଥିବାରୁ ୨୪ ଘଣ୍ଟାରେ ୪୧ ହଜାର ଜରିମାନା

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଲକଡାଉନ୍‌ର ନୂଆ ନିୟମକୁ କଡ଼ାକଡ଼ି ପାଳନ ନେଇ ଗଞ୍ଜାମ ପୋଲିସର ଏନ୍‌ଫୋର୍ସମେଣ୍ଟ ଜାରିରହିଛି। କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନ...

ମନ୍ଦିରରୁ ହୁଣ୍ଡି ଚୋରି

ବ୍ରହ୍ମପୁର ଅଫିସ,୧୯ା୬: ସହରରେ ଚୋରି ବଢ଼ିବାରେ ଲାଗିଛି। ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁର କଲୋନୀରେ ଥିବା ଶିବ ମନ୍ଦିର ହୁଣ୍ଡି...

Advertisement
Archives

Model This Week