ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ କଟାଇଥିଲେ।
କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦାଠାରୁ ସାତପଡା ପର୍ଯ୍ୟନ୍ତ ଚିଲିକାରେ ଯାତାୟାତ କରୁଛି ଯାତ୍ରୀବାହୀ ଭେସେଲ। ତୀର୍ଥକ୍ଷେତ୍ର ପୁରୀକୁ ଏହା ହେଉଛି ଏକ ପ୍ରମୁଖ ପଥ। ଏହି ପଥଦେଇ ପ୍ରତିଦିନ କୃଷ୍ଣପ୍ରସାଦ ବ୍ଲକ ସମେତ ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପର୍ଯ୍ୟଟକ ଯାତାୟାତ କରିଥାନ୍ତି। ଭେସେଲରେ ଯାତ୍ରୀଙ୍କ ସହ ବଡ ବଡ ଯାନବାହନକୁ ମଧ୍ୟ ଲୋକେ ନେବାଆଣିବା କରନ୍ତି। ଏହାବ୍ୟତୀତ ଶହ ଶହ ଯାତ୍ରୀ ଡଙ୍ଗାରେ ଯାତାୟାତ କରିଥାନ୍ତି। ଶନିବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ଭେସେଲଟି ଏକ ଯାତ୍ରୀବାହୀ ବସ୍‌, ୨ କାର୍‌, ୨ ଅଟୋ, ୨୦ ମୋଟରସାଇକେଲ ସହ ୧୦୦ ଜଣ ଯାତ୍ରୀ ନେଇ ଜହ୍ନିକୁଦାରୁ ସାତପଡା ଅଭିମୁଖେ ବାହାରିଥିଲା ା ଯାତ୍ରା ଆରମ୍ଭ କରିବାର ୨୦ ମିନିଟ ପରେ ହଠାତ୍‌ ଚିଲିକାର ଏକ ଢିପରେ ତାହା ଅଟକି ରହିଥିଲା। ଯାତ୍ରୀମାନେ ଝିପିଝିପି ବର୍ଷା, କୋହଲା ପବନରେ ଥରି ଥରି ଆତଙ୍କିତ ଅବସ୍ଥାରେ ସମୟ କାଟିଥିଲେ। ଏହିଭଳି ୨ ଘଣ୍ଟା ବିତିବା ପରେ ସାତପଡାଠାରୁ ଅନ୍ୟ ଏକ ଭସାପୋଲରେ ଡ୍ରୋଜର ଆସି ଅଟକିଥିବା ଭେସେଲକୁ ଟାଣି ବାହାର କରିଥିଲା। ପରେ ଭେସେଲଟି ଯାତ୍ରୀଙ୍କୁ ନେଇ ଅପରାହ୍ନ ୩ଟା ପରିବର୍ତ୍ତେ ୫ଟାରେ ସାତପଡାଠାରେ ପହଞ୍ଚତ୍ଥିଲା। ଭସାପୋଲ ଯାତାୟାତ କରୁଥିବା ଚିଲିକାର ଚ୍ୟାନେଲକୁ ୧୦ବର୍ଷ ଧରି ଖୋଳାଯାଇ ନାହିଁ। ଏହି କାରଣରୁ ବିଭିନ୍ନ ସମୟରେ ଯାତ୍ରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ, ଚିଲିକାର ଚ୍ୟାନେଲ ପୋତିହେବାରେ ଲାଗିଛି। ଏହାକୁ ଖୋଳିବା ପାଇଁ ଇନ୍‌ଲ୍ୟାଣ୍ଡ ଓ୍ବାଟର ବିଭାଗକୁ ଜଣାଇଛୁ। ସେମାନେ କେନ୍ଦ୍ର ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ସେଠାରୁ ଅନୁମତି ମିଳିଲେ ଖୋଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ ପର୍ଯ୍ୟାପ୍ତ ଔଷଧ ରଖିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ୍‌, ୬।୨ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ମଙ୍ଗଳବାରଠାରୁ ଅନୁଗୋଳ ଜିଲା ଗସ୍ତରେ...

ଆଜି ରାଜ୍ୟରେ ୧୦୧୮ ପଜିଟିଭ୍‌ ଚିହ୍ନଟ: ରାୟଗଡ଼ାରେ ଶୂନ, ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଶୁକ୍ରବାର ୨୯ ଜିଲାରୁ ୧୦୧୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୭୦୦୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମାର୍କେଟ୍‌ ଗଲେ ମାଡ଼, ଘରେ ପରିବା ବିକୁଛନ୍ତି ଚାଷୀ

ରାଇକିଆ,୧୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ପରେ କଡ଼ା...

ଆଜି ବିଜୟା ଦଶମୀ: ମାଣିକେଶ୍ୱରୀଙ୍କ ପୀଠରେ ଅନୁଷ୍ଠିତ ହେଲା ଲାଖମରା ପର୍ବ

ଭବାନୀପାଟଣା,୫।୧୦(ସ୍ବ.ପ୍ର.)-କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ବୁଧବାର ବିଜୟା ଦଶମୀ ଅବସରରେ ଭବାନୀପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୭୦୫କୁ ବୃଦ୍ଧି

ଭୁବନେଶ୍ୱର, ୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫,୭୦୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ...

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣଙ୍କ ଇସ୍ତଫା: ରାଜ୍ୟରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ଅନେକ ତୁଙ୍ଗ ନେତା। ଶୁକ୍ରବାର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ...

ରଥଯାତ୍ରା ପ୍ରସ୍ତୁତି: ପୋଲିସ ପକ୍ଷରୁ ସ୍ବତନ୍ତ୍ର ମକ୍‌ଡ୍ରିଲ

ପୁରୀ ଅଫିସ,୨୮।୬: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ...

ଏଣିକି ଷ୍ଟିଲସିଟିରେ ମିଳିବ ତଟକା ପରିବା

ରାଉରକେଲା ଅଫିସ,୮।୫: ସୁନ୍ଦରଗଡ଼ ଜିଲା ଲାଠିକଟା, କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ଆଦି ବ୍ଲକର ପରିବା ଚାଷ କରୁଥିବା ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କ ଅଭାବୀ...

Advertisement
Archives

Model This Week