ଚିଲିକାରେ ୧୪୨ ମାଛଧରା ଡଙ୍ଗା ଯାଞ୍ଚ

ବାଲୁଗାଁ, ୫-୨(ଡି.ଏନ.ଏ.):ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ ପ୍ରଶାସନର ଚେତା ପଶିଛି। ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଥିବା ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଯାଞ୍ଚ ପାଇଁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଏକ ଟାସ୍କଫୋର୍ସ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ମଙ୍ଗଳବାର ଚଢ଼ାଉ ଅଭିଯାନ ଆରମ୍ଭ କରିଛନ୍ତି। ଜିଲା ମତ୍ସ୍ୟ ଅଧିକାରୀ ଜୀବ ଓ ପ୍ରଯୁକ୍ତି, ବାଲୁଗାଁ କ୍ଷେତ୍ରବାସୀ ବେହେରାଙ୍କ ନେତୃତ୍ୱରେ ଗଠିତ ଉକ୍ତ ଟାସ୍କଫୋର୍ସ ଟିମ୍‌ରେ ଚିଲିକା ତହସିଲ, ସିଡିଏ, ପୋଲିସ୍‌ ଓ ଏଆରସିଏସ୍‌ ଫିଶରିର କର୍ମଚାରୀ ସାମିଲ ହୋଇଥିଲେ। ବାଲୁଗାଁ ନିକଟସ୍ଥ ବଡ଼କୁଳ ପାନ୍ଥନିବାସ ଓ ଚନ୍ଦ୍ରାପୁଟ ଜେଟିଠାରେ ୧୪୨ଟି ମାଛଧରା ଡଙ୍ଗାର ପଞ୍ଜୀକରଣ, ନବୀକରଣ, ଫିଟ୍‌ନେସ୍‌ ଓ ମାଛଧରା ଲାଇସେନ୍ସ ଆଦି ଯାଞ୍ଚ କରାଯାଇଥିଲା। ଯାଞ୍ଚରେ ସମସ୍ତ ଡଙ୍ଗା ସରକାରୀ ନିୟମ ମୁତାବକ ଠିକ୍‌ ଥିବା ମତ୍ସ୍ୟ ବିଭାଗୀୟ ଅଧିକାରୀ ବେହେରା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ୧୩ଗୋଟି ଡଙ୍ଗାର ମାଲିକ ଯାଞ୍ଚ ସମୟରେ ଅନୁପସ୍ଥିତ ଥିବାବେଳେ ୫ଟି ଲାଇସେନ୍ସ ପ୍ରାପ୍ତ ଡଙ୍ଗା ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଉକ୍ତ ୫ଟି ଡଙ୍ଗାର ଲାଇସେନ୍ସ ରଦ୍ଦ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
ପ୍ରକାଶଥାଉ କି, ଡଙ୍ଗା ଯାଞ୍ଚ କାର୍ଯ୍ୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ମାଛଧରା ଡଙ୍ଗାର ଯାତ୍ରୀ ପରିବହନ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ଡଙ୍ଗାବୁଡ଼ି ଘଟଣା ଆଖିରୁ ନ ଲିଭୁଣୁ ମଙ୍ଗଳବାର ପୁନର୍ବାର ଚନ୍ଦ୍ରାପୁଟ ଗ୍ରାମର କିଛି ପରିବାର ଛୋଟ ଛୋଟ ପିଲାଙ୍କୁ ନେଇ ମାଛଧରା ଡଙ୍ଗାରେ ମା’ କାଳିଜାଈଙ୍କ ପୀଠକୁ ଭୋଜି କରିବା ପାଇଁ ବାହାରିଥିଲେ। ଟାସ୍କଫୋର୍ସ ପହଞ୍ଚତ୍ ଡଙ୍ଗା ମାଲିକ ଓ ଯାତ୍ରୀଙ୍କୁ ଉକ୍ତ ଡଙ୍ଗାରେ ଯାତ୍ରା ନ କରିବା ପାଇଁ ବାରଣ କରିଥିଲେ। ମାତ୍ର ତାହା ତାଙ୍କ ନିଜସ୍ବ ଡଙ୍ଗା ଏବଂ ପ୍ରତିବର୍ଷ ସେମାନେ ଏପରି ଯାଉଥିବା କହି ଯୁକ୍ତି କରିଥିଲେ। ଦୀର୍ଘ ୧ ଘଣ୍ଟା ଧରି ପ୍ରଶାସନ ଓ ମତ୍ସ୍ୟଜୀବୀ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯାତ୍ରୀବାହୀ ଡଙ୍ଗାରେ ସେମାନଙ୍କୁ ବୁଝାଶୁଝା କରି କାଳିଜାଈଙ୍କ ପୀଠକୁ ପଠାଇବାରେ ପ୍ରଶାସନ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Petrol-Diesel Price Hike: ଗ୍ରାହକଙ୍କୁ ଜୋରଦାର ଝଟକା, ୧୦ ଦିନରେ ପୁଣିଥରେ ବଢିଳା ତୈଳ ଦର

ନୂଆଦିଲ୍ଲୀ,୨୫।୫: ଆଜି ଅର୍ଥାତ ସୋମବାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ୨୫ ମଇ, ୨୦୨୬ ସକାଳ ୬ଟାରୁ ନୂଆ ଦର…

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri