ଚିଲିକାରେ ହେବ ଫ୍ଲୋଟିଂ ରେସ୍ତୋରାଁ, ହାଉସ୍‌ବୋଟ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଖୁବ୍‌ଶୀଘ୍ର ଏସିଆ ମହାଦେଶର ସର୍ବବୃହତ୍‌ ଲୁଣାହ୍ରଦ ଚିଲିକାରେ ଆରମ୍ଭ ହେବ ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’। ଚିଲିକାର ରମ୍ଭା ଏବଂ ବଡ଼କୂଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ୬ କୋଟି ୧୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବାବେଳେ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଏହି ସେବା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଓଟିଡିସି ଏମ୍‌ଡି ହେମାକାନ୍ତ ସଏ କହିଛନ୍ତି। ପର୍ଯ୍ୟଟକମାନେ ଚିଲିକା ଭିତରେ ବୁଲିବା ସମୟରେ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ। ଏହାବ୍ୟତୀତ ଚିଲିକାରେ ରାଜ୍ୟର ପ୍ରଥମ ହାଉସ୍‌ବୋଟ୍‌ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ଅର୍ଥ ବରାଦ କରିସାରିଥିବାବେଳେ ଖୁବ୍‌ଶୀଘ୍ର ଏକ ବୈଷୟିକ ଟିମ୍‌ ଚିଲିକା ହ୍ରଦ ଭ୍ରମଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ୨ଟି ହାଉସ୍‌ବୋଟ୍‌ ଆସିବାକୁ ଥିବାବେଳେ ଆଇଆଇଟି ମାଡ୍ରାସର ଜଣେ ନାଭାଲ ଆର୍କିଟେକ୍‌ଚର୍‌ ଏହାର ଡିଜାଇନ୍‌ ଦାୟିତ୍ୱରେ ରହିବେ ବୋଲି ସଏ ସୂଚନା ଦେଇଛନ୍ତି।
କୋଣାର୍କ ନିକଟ ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ପୂର୍ବ ଭାରତର ପ୍ରଥମ ‘ଗ୍ଲାମର୍ସ କ୍ୟାମ୍ପିଂ’ ଉତ୍ସବ ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’କୁ ପ୍ରବେଶଶୁଳ୍କ ମୁକ୍ତ କରିଛି ପର୍ଯ୍ୟଟନ ବିଭାଗ। ଏଣିକି ପର୍ଯ୍ୟଟକମାନେ ବିନା ଦେୟରେ ଇକୋ ରିଟ୍ରିଟ୍‌ ବୁଲିବା ସହ ଲାଇଭ୍‌ କନ୍‌ସର୍ଟର ମଜା ନେଇପାରିବେ। ପ୍ରତି ଶନିବାର ଖ୍ୟାତନାମା କଳାକାରଙ୍କ ଦ୍ୱାରା ଏଠାରେ ମ୍ୟୁଜିକାଲ କନସର୍ଟ ଆୟୋଜିତ ହେଉଥିବାବେଳେ ଆସନ୍ତା ଶନିବାର ଲୋକପ୍ରିୟ ବ୍ୟାଣ୍ଡ୍‌ ‘ଇଣ୍ଡିଆନ୍‌ ଓସେନ୍‌’ ସଙ୍ଗୀତ ପରିବେଷଣ କରିବ। ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ଭୁବନେଶ୍ୱରରୁ ପର୍ଯ୍ୟଟକ ତଥା ଦର୍ଶକଙ୍କୁ ନେବା ଲାଗି ସ୍ବତନ୍ତ୍ର ବସ୍‌ ସୁବିଧା ଉପଲବ୍ଧ କରାଯିବ। ଶନିବାର ଅପରାହ୍ନ ୪ଟାରେ ଖଣ୍ଡଗିରି, ୪ଟା ୩୦ରେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ୫ଟାରେ କଳ୍ପନାରୁ ଉକ୍ତ ବସ୍‌ କୋଣାର୍କ ଅଭିମୁଖେ ଯିବ। ପର୍ଯ୍ୟଟକମାନେ ଟେଣ୍ଟ୍‌ରେ ନ ରହିଲେ ବି ପବ୍ଲିକ୍‌ ଏରିଆରେ ବିଭିନ୍ନ ପ୍ରକାର ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ମାର୍କେଟ୍‌ ଓ ଖାଦ୍ୟପେୟକୁ ଉପଭୋଗ କରିପାରିବେ। ପ୍ରାରମ୍ଭରୁ କେବଳ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ଓ୍ବେବ୍‌ସାଇଟ୍‌ରେ ଇକୋ ରିଟ୍ରିଟ୍‌ ବୁକିଂ ସୁବିଧା ଉପଲବ୍ଧ ଥିବାବେଳେ ଏବେ ଏମ୍‌ଏମ୍‌ଟି, ଗୋଆଇବିବୋ ଏବଂ ୟାତ୍ରା ଡଟ୍‌ କମ୍‌ ଓ୍ବେବ୍‌ସାଇଟ୍‌ ଏବଂ ମୋବାଇଲ୍‌ ଆପ୍‌ରେ ମଧ୍ୟ ବୁକିଂ କରିହେବ। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ‘ଗ୍ଲାମର୍ସ କ୍ୟାମ୍ପିଂ’ ଇଭେଣ୍ଟକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭଲ ରେସ୍‌ପନ୍ସ ମିଳିଥିବାବେଳେ ଏବେ ସୁଦ୍ଧା ମୋଟ ୨୨୫୦ ରୁମ୍‌ରୁ ୧୦୨୦ରୁ ଊର୍ଦ୍ଧ୍ୱ ରୁମ୍‌ ବୁକିଂ ହୋଇସାରିଛି। ୪୯ ଦିନର ଏହି ଉତ୍ସବ ପାଇଁ ୫ ଦିନରେ ୪୫%ରୁ ଅଧିକ ବୁକିଂ ଶେଷ ହୋଇଥିବାବେଳେ ଏମ୍‌ଏମ୍‌ଟି, ଗୋଆଇବିବୋ ଏବଂ ୟାତ୍ରା ଦ୍ୱାରା ୨୨ ଲକ୍ଷରୁ ଅଧିକ ଟଙ୍କାର ବୁକିଂ ହୋଇଥିବା ସଏ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧ ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ...

ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି ।...

ବାମପନ୍ଥୀ ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରଣନୀତି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ରାଜ୍ୟରେ ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଆରମ୍ଭ ହୋଇଛି ନୂଆ ରଣନୀତି। ଏନେଇ ବିଏସ୍‌ଏଫ୍‌ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ବୁଧବାର ଓଡ଼ିଶା ଗସ୍ତରେ ଆସି ପୋଲିସ...

ବାତ୍ୟା ପରେ କାଦୁଅଫିଙ୍ଗା

ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ...

ଶ୍ରୀମନ୍ଦିରରେ ଗାନ୍ଧୀ

ସେ ଦିନ ଥିଲା ୧୯୨୧ ମାର୍ଚ୍ଚ ୨୩। କଟକ ରେଳ ଷ୍ଟେଶନ ପାଲଟିଥିଲା ଜନ ସମୁଦ୍ର। ଅସଂଖ୍ୟ ଜନତାଙ୍କ ଆକାଂକ୍ଷିତ ମଣିଷ ମହାତ୍ମା ଗାନ୍ଧୀ ପାଦ...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ...

ପାରାଦୀପଠାରେ ଆଇଓସିଏଲ୍‌ର ପିଏଡିସି ଉଦ୍‌ଘାଟିତ

ଭୁବନେଶ୍ୱର,୨୬ା୬(ବ୍ୟୁରୋ):ପାରାଦୀପଠାରେ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ୪୩ କୋଟି ଟଙ୍କା ବ୍ୟୟରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ବା ପ୍ରଡକ୍ସ ଆପ୍ଲିକେଶନ ଆଣ୍ଡ୍‌ ଡେଭଲପମେଣ୍ଟ ସେଣ୍ଟର(ପିଏଡିସି)...

ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର,୯।୬(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିଛନ୍ତି। ତେବେ ସେମାନେ...

Advertisement
Archives

Model This Week