ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର । ତା’ କୁନି ପାଦରେ ଚାଲି, ତା’ କାନ୍ଦ, ତା’ ହାସ, ସମସ୍ତଙ୍କୁ କିମିଆ କରିଥିଲା । ଶ୍ରଦ୍ଧାରେ ନାମ ଦିଆଯାଇଥିଲା ଚିନ୍ମୟ । ସମୟ ଗଡ଼ିଚାଲିଲା । ମା’, ବାପା ଆପେକ୍ଷା କରିଥିଲେ, ପୁଅ ପାଟିରୁ ଡାକ ଶୁଣିବାକୁ । କିନ୍ତୁ ଚିନ୍ମୟ କଥା କହିପାରୁ ନ ଥିଲେ । କାରଣ ଜନ୍ମର ମାତ୍ର ଛ’ ମାସ ପରେ ତାଙ୍କ ଜିଭ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଲା । ପ୍ରଥମେ ପ୍ରଥମେ ଏହାକୁ ଅତି ହାଲୁକା ଭାବେ ନେଇଥିଲେ ପରିବାର ବର୍ଗ । ହେଲେ ସମୟକ୍ରମେ ଜିଭର ଆକାର ବଢ଼ି ଚାଲିଲା ।
ଯନ୍ତ୍ରଣାରେ ଚିନ୍ମୟ ନିତି କାନ୍ଦୁଥାଏ । ମା’ ବାପା ସମ୍ବଳ ଅନୁଯାୟୀ ଚିକିତ୍ସା କରାଇଲେ । କିନ୍ତୁ ଅଧିକ ଚିକିତ୍ସାରେ ବାଧକ ହେଲା ଅଭାବ। ଏହା ଭିତରେ ଛ’ ବର୍ଷ ବିତିଗଲାଣି । ଅଭିଶପ୍ତ ଜିଭକୁ ନେଇ ବଞ୍ଚୁଛନ୍ତି ଚିନ୍ମୟ ।
ବ୍ଲକ ସୁତୁମୁସର ଗ୍ରାମର ଗୌରହରି ବରାଡ଼ ଏବଂ ମାଳ ବରାଡ଼ଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ହେଲେ ଚିନ୍ମୟ ।
ଜନ୍ମ ପରଠୁ ସବୁ କିଛି ସ୍ବାଭାବିକ ଥିଲା । କିନ୍ତୁ ଠିକ୍‌ ଛ’ ମାସ ପରେ ଜିଭ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଲା । ଏହାର ଆକାର ଏତେ ବଡ଼ ହୋଇଗଲା ଯେ, ପାଟିକୁ ସଂପୂର୍ଣ୍ଣ ବନ୍ଦ କରିଦେଲା । ଚିନ୍ମୟ କଥା କହିବା ତ ଦୂରର କଥା ଖାଇବାରେ କଷ୍ଟ ଅନୁଭବ କଲେ । ଯନ୍ତ୍ରଣାରେ ଛଟପଟ ହେଲେ । ବ୍ରହ୍ମପୁରକୁ ଆଣି ଡାକ୍ତରଙ୍କୁ ଦେଖାଇଲେ ।
ଡାକ୍ତର କହିଲେ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦାଦାନ ଖଟି ଘର ଚଳାଉଥିବା ଗୌରହରିଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟ ହୋଇପଡ଼ିଲା । ଏଣୁ ଆଉ ଚିକିତ୍ସା କରିପାରିଲେ ନାହିଁ। ତେବେ ଅଞ୍ଚଳର କେତେକ ବୁଦ୍ଧିଜୀବୀ ଗତ କିଛି ଦିନ ହେଲା ଚିନ୍ମୟଙ୍କ ଚିକିତ୍ସା ପାଇଁ ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ । ଏହି କ୍ୟାମ୍ପେନ୍‌କୁ ଦେଖି ବିଭିନ୍ନ ସ୍ଥାନରୁ ସହାୟତା ମିଳିବା ଆରମ୍ଭ ହୋଇଯାଇଛି । ଶନିବାର ଜୟ ଜଗନ୍ନାଥ ଗ୍ରୁପ୍‌ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚିନ୍ମୟଙ୍କ ଚିକିତ୍ସା ପାଇଁ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉପଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର୍‌ ବିନୋଦ କୁମାର ବେହେରାଙ୍କ ଜରିଆରେ ଏହି ଟଙ୍କା ଚିନ୍ମୟଙ୍କ ବାପା ଗୌରହରିଙ୍କୁ ପ୍ରଦାନ କରାଯାଇଛି ।
ଏଥି ସହ ଚିନ୍ମୟଙ୍କ ଅଧିକ ଚିକିତ୍ସା ଦିଗରେ ସରକାର ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା । ଦାବିପତ୍ର ଗ୍ରହଣ କରିବା ପରେ ଆସିଷ୍ଟାଣ୍ଟ କଲେକ୍ଟର ବେହେରା ଜୟ ଜଗନ୍ନାଥ ଗ୍ରୁପ୍‌ର କର୍ମକର୍ତ୍ତା ଏବଂ ଚିନ୍ମୟଙ୍କ ବାପା ଗୌରହରୀଙ୍କୁ ନେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଚରଣ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ । ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଡା. ରାଜୁ ଦାସ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏଠାରେ ଚିକିତ୍ସା ହୋଇପାରିବ ନାହିଁ ବୋଲି ମେଡ଼ିକାଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ ମନା କରିବା ସହ ଭେଲେର୍‌ରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ । ଜୟ ଜଗନ୍ନାଥ ଗ୍ରୁପର ଆଡମିନ୍‌ କାର୍ତ୍ତିକ ପାଣିଗ୍ରାହୀ, ଗ୍ରୁପ୍‌ ସଭାପତି ରାଜେନ୍ଦ୍ର ପାତ୍ର, ଭଉଣୀ ମମତା ପାତ୍ର, ମିଡିଆ ମୁଖପାତ୍ର ରଞ୍ଜନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି

ଗୋପାଳପୁର,୨୮ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କନିଷି ହାଟସ୍ଥିତ ତୁଳୁ ରୋଡ୍‌ରେ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କୁ କନିଷି ତହସିଲ ପକ୍ଷରୁ ଉଚ୍ଛେଦ ନେଇ ନୋଟିସ ଜାରି କରାଯାଇଛି।...

କରୋନା କଟକଣା କୋହଳ ଯୋଗୁଁ ଆରମ୍ଭ ହେଲା ଚାଷ କାର୍ଯ୍ୟ: ଜିଲାପାଳଙ୍କୁ ଧନ୍ୟବାଦ ଦେଲେ ଚାଷୀ

ପୁରୁଷୋତ୍ତମପୁର, ୨୧।୪(ଡି.ଏନ୍‌.ଏ.): କରୋନା ସହ ମୁକାବିଲା ପାଇଁ ସରକାର ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ହେଲା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ଗଞ୍ଜାମରେ ବିଭିନ୍ନ...

ଘାଇରୁ ପାଣି ନେବାକୁ କେନ୍ଦ୍ର କରି ୨ ଗ୍ରାମବାସୀ ମୁହଁ।ମୁହିଁ

ବୁଗୁଡ଼ା,୧୨ା୮(ଡି.ଏନ୍‌.ଏ.)- ଘାଇରୁ ପାଣି ନେବାକୁ କେନ୍ଦ୍ରକରି ଦୁଇ ଗ୍ରାମବାସୀ ମୁହଁ।ମୁହିଁ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚତ୍ ସମାଧାନ କରିଛନ୍ତି। ଏଭଳି ଘଟଣା ଘଟିଛି ବୁଗୁଡା...

ନାରୀଙ୍କ ଉଦାହରଣ ସାଜିଛନ୍ତି ସୁମିତ୍ରା

ବ୍ରହ୍ମପୁର ଅଫିସ,୨୧ା୧-ରେଶମନଗରୀ ମହିଳାମାନେ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି ା ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହୋଇ ପରିବାର...

ବଜ୍ରପାତରେ ୧୦ ମହିଳା ଆହତ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ଗ୍ରାମ ପଞ୍ଚାୟତର ଗଙ୍ଗାପୁର-୧ କମା ସାହିରେ ଶୁକ୍ରବାର ବଜ୍ରପାତରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଆହତ ହୋଇଛନ୍ତି। ସେମାନେ...

ଚିକରଡ଼ା ଗ୍ରାମରେ ଝାଡ଼ାବାନ୍ତି: ଦୂଷିତ ପାଣି ପିଇ ପୁଣି ୧୦୦ ଆକ୍ରାନ୍ତ

ଗୋପାଳପୁର,୨ା୧୦ -ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ମଙ୍ଗଳବାର ପୁଣି ୧୦୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମରେ ୨...

ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ...

ସରିଲା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକିୟା

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଥିଲା ପାର୍ଥିପତ୍ର ଯାଞ୍ଚ l ନିର୍ବାଚନ ମଇଦାନରେ ଥିବା ବିଭିନ୍ନ ଦଳର ୩୧...

Advertisement
Archives

Model This Week