ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ପ୍ରକାଶ ବିଳମ୍ବ ହେଉଥିବା ଯୋଗୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଜିଲାରୁ ଯାଇଥିବା ମୋଟ ୨୨୩ ରକ୍ତ ଓ ସ୍ବାବ୍‌ ନମୁନାରୁ ଏ ପର୍ଯ୍ୟନ୍ତ ମାତ୍ର ୬୭ଜଣଙ୍କ ରିପୋର୍ଟ ଜଣାପଡିଛି । ସମସ୍ତ ନେଗେଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ହେଲେ ଅନ୍ୟ ୧୫୬ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ତେଣୁ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉଙ୍କି ମାରୁଛି । ରବିବାର ସୁନ୍ଦରଗଡ ଜିଲାରେ ୨ଟି ପଜିଟିଭ ଥିବା ଜଣାପଡିବା ପରେ ଲୋକମାନେ ଆହୁରି ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ଜିଲାରୁ ଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ କରାଯାଉ ବୋଲି ଦାବି ହେଉଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୨ଟି ଅଇଁଠାପାଲି ଓ ଗୋଶାଳାରେ କ୍ବାରାଣ୍ଟାଇନ ହୋମରେ ରଖାଯାଇଛି । ସେହିପରି ହୋମ କ୍ବାରାଣ୍ଟାଇନରେ ମଧ୍ୟ ରଖାଯାଇ ତାଙ୍କ ଘର କାନ୍ଥରେ ସୂଚନା ପ୍ରଦାନ କରାଯାଇଛି । ହେଲେ ହୋମ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ପରିବାର ମଧ୍ୟ ବାହାରକୁ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଜିଲା ପୋଲିସ ଏ ନେଇ ନିୟମ ଉଲ୍ଲଂଘନ କରୁଥିବା ଯୋଗୁ କେତେ ଜଣଙ୍କ ନାମରେ ମାମଲା ରୁଜୁ କରିସାରିଛି । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଓ ବାକିଥିବା ପରୀକ୍ଷା ରିପୋର୍ଟରେ ଯଦି ପଜିଟିଭ ଆସେ ତାହେଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ରବିବାର ସୁଦ୍ଧା କ୍ବାରାଣ୍ଟାଇନ ହୋମରେ ୭୦ଜଣ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇ ଡାକ୍ତରି ଟିମ୍‌ ଯାଞ୍ଚ କରୁଛନ୍ତି । ଏ ସମ୍ପର୍କରେ ଏଡିଏମଓ ଅଶୋକ ଦାଶ କହିଛନ୍ତି ଯେ, ଜିଲାବାସୀ ସେମିତି ଭୟଭୀତ ହେବାର କୌଣସି କାରଣ ନାହିଁ । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କର ସେଭଳି କିଛି ଲକ୍ଷଣ ଦେଖାଯାଇନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଗୋ’ ପୂଜା, ସେପଟେ ଚାଲାଣ

ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ...

ହାଇକୋର୍ଟ ଗଲେ ସୁମିତ୍‌ଙ୍କ ବାପା

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ...

ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ଟିକାକେନ୍ଦ୍ରରେ ଅସମ୍ଭାଳ ଭିଡ଼:ଗର୍ଜିଲେ ଲୋକେ

ଦିଗପହଣ୍ଡି,୧୪।୯(ଡି.ଏନ.ଏ): କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଦିଗପହଣ୍ଡି ସହରରେ ଲୋକଙ୍କୁ ମିଳୁନି କରୋନା ଟିକା। ଗତ ଜାନୁୟାରୀ ୧୬ରୁ...

ଚାଲିଛି ମାନସମନ୍ଥନ

ବ୍ରଜରାଜନଗର,୫।୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି...

୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫:  ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି...

ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି...

୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା,୫ା୧(ଡି.ଏନ୍‌.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି...

Advertisement
Archives

Model This Week