Posted inଜାତୀୟ

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି ଦିନ ହେବ ଉଭୟ ଦଳ ପୋଷ୍ଟକାର୍ଡ ଓ୍ବାର ଆରମ୍ଭ କରି ସାରିଛନ୍ତି। ଏବେ ଦକ୍ଷିଣ କୋଲକାତାରେ ଥିବା କାଳିଘାଟ ପୋଷ୍ଟ ଅଫିସରେ ଭାଜପା ଦ୍ୱାରା ପଠାଯାଇଥିବା ହଜାର ହଜାର ସଂଖ୍ୟାରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟ କାର୍ଡ ପହଞ୍ଚୁଛି। ଯାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠିକଣାରେ ଆସୁଛି। ଏବେ ପୋଷ୍ଟ ଅଫିସର କର୍ମଚାରୀଙ୍କ ପାଇଁ ଏହି ପୋଷ୍ଟକାର୍ଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପୋଷ୍ଟ ମାଷ୍ଟରଙ୍କ କହିବା କଥା ହେଲା ମମତା ବାନାର୍ଜୀ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ପ୍ରାୟ ପ୍ରତିଦିନ ଏଠାକୁ ୩୦ରୁ ୪୦ ପୋଷ୍ଟକାର୍ଡ ଓ ରେଜିଷ୍ଟର ଲେଟର ଆସିଥାଏ। ସେଥିପାଇଁ ଜଣେ ଡାକ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ମମତାଙ୍କ ଘରେ ଚିଠି ଗୁଡିକ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି। ଆଉ ସେହି କର୍ମଚାରୀ ଜଣକ ସେଠାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସେ ସବୁ ପତ୍ର ହସ୍ତାନ୍ତର କରିଥାଆନ୍ତି। ହେଲେ ଏବେ ମମତାଙ୍କ ଠିକଣାରେ ଏତେ ପରିମାଣରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ ଆସୁଛି ଯେ ଡାକଘରକୁ ଆସୁଥିବା ସମସ୍ତ ଚିଠିଠାରୁ ଏହା ଦଶଗୁଣା ଅଧିକ। ତେଣୁ ଏହା ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ପୋଷ୍ଟ ମାଷ୍ଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାକୁ ସାମ୍ନା କରିବାକୁ ଆନ୍ଦୋଳନରତ କୃଷକଙ୍କ ପାଇଁ ଲାଗିଲା ଫ୍ରିଜ୍‌, ଫ୍ୟାନ୍‌, ପାଣିପମ୍ପ

ନୂଆଦିଲ୍ଲୀ,୪ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ଡିସେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରବଳ...

‘କେନ୍ଦ୍ର ସତ୍ୟପାଠ ସନ୍ତୋଷଜନକ ନୁହେଁ’

ନୂଆଦିଲ୍ଲୀ, ୧୮ା୮: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ କରାଯିବା ପାଇଁ ଦାଖଲ ପିଟିଶନ ଆଧାରରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ।...

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ।...

ଟଳିବ ମହାରାଷ୍ଟ୍ର ସଙ୍କଟ: ଶିବସେନା ନେତୃତ୍ୱରେ ସରକାର ଗଠନ ପାଇଁ ଏନ୍‌ସିପି-କଂଗ୍ରେସ ରାଜି

ନୂଆଦିଲ୍ଲୀ,୨୧।୧୧(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ...

ନୂଆ ଆଇଟି ନିୟମ ମାନୁନାହିଁ ଟୁଇଟର

ନୂଆଦିଲ୍ଲୀ, ୨୯।୫: ପ୍ରିଭେସିକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ଼ ନେଇଛି। ଦେଶର...

ଏନ୍‌ସିବି ବିରୋଧରେ ପାତର ଅନ୍ତର ଅଭିଯୋଗ, ୮ଗିରଫ ହୋଇଥିବାବେଳେ ୩ ଜଣଙ୍କୁ କାହା ନିର୍ଦ୍ଦେଶରେ ଛଡ଼ାଯାଇଛି…

ନୂଆଦିଲ୍ଲୀ,୯।୧୦: କ୍ରୁଜ୍‌ ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଗିରଫକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା...

ସୁପ୍ରିମ୍‌କୋର୍ଟର ଅଧା କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍‌କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ...

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ...

Advertisement
Archives

Model This Week