ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି ହୋଇଛି। ଏଥିରୁ ଚିତ୍ରକରମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। କରୋନା ଯୋଗୁ ସେମାନେ ହାତଗୋଡ଼ ବାନ୍ଧି ବସିଛନ୍ତି। ମାତ୍ର ଏହି ଦୁର୍ଦ୍ଦଶା ସମୟରେ ନିଜର ତୂଳୀକୁ ଶାଣିତ କରିଛନ୍ତି ଚିତ୍ରକର। ଲୋକମାନଙ୍କୁ ଘରେ ରହିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ଶେରଗଡ଼ ଚାରି ଛକ, ତିନିଛକ, ବଜାର ଛକରେ ଚିତ୍ରରେ ଲୋକମାନଙ୍କୁ ଶେରଗଡ଼ ଚିତ୍ରକର ସଂଘ ପକ୍ଷରୁ ଏହି ସଚେତନତା ବାର୍ତ୍ତା ଦିଆଯାଇଛି। ଏହି ବାର୍ତ୍ତା ଏବେ ସମସ୍ତଙ୍କ ମନକୁ ଛୁଇଁଛି। ଚିତ୍ରକରଙ୍କ ଏହି ପ୍ରୟାସକୁ ଶେରଗଡ଼ବାସୀ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri