ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ :

ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର, ଜାଇଫଳ, ଜାୟତ୍ରୀ, ସାଜିରା, ବଡଅଳେଇଚ, କେଓଡା(କିଆଫୁଲ ସେଣ୍ଟ), ଘିଅ, କେଶର, ଜିରା ପାଉଡର, ହଳଦୀଗୁଣ୍ଡ, ମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ, ରିଫାଇନ ତେଲ, ଲୁଣ, କଞ୍ଚାଲଙ୍କା, ଲେମ୍ବୁ, ଧନିଆପତ୍ର, ପାଣି, ଭଜାଆଳୁ, ଟମାଟୋ, ଗୋଲାପଜଳ, ବିରିୟାନି ଅତର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ କଟା ଚିକେନ୍‌, ଦହି, (ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ସାଜିରା, କଳାମରିଚ, ଜିରା ପାଉଡର୍‌, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଭଜାଯାଇ ଗୁଣ୍ଡ), କଟା ହୋଇଥିବା ପୋଦିନାପତ୍ର, ଧନିଆପତ୍ର, ଅଦାରସୁଣ ପେଷ୍ଟ, ଲେମ୍ବୁ, ଟମାଟୋକୁ ମିଶ୍ରଣ କରି ୨-୩ ଘଣ୍ଟା ଲାଗି ମାରିନେଟ ହେବାପାଇଁ ରଖିଦିଅନ୍ତୁ। ତା ପରେ କଟା ହୋଇଥିବା ପିଆଜକୁ କଡ଼େଇରେ ରିଫାଇନ ତେଲରେ ବ୍ରାଉନ ହେବାପର୍ଯ୍ୟନ୍ତ ଭାଜି ଅନ୍ୟ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏକପାତ୍ରରେ ପାଣି ଗରମ କରି ସେଥିରେ ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ପୋଦିନାପତ୍ର, ଧନିଆପତ୍ର, କଳାମରିଚ, ବଡ଼ ଅଳେଇଚ ଓ ଘିଅ ପକାଇଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ମୁତାବକ ବସୁମତୀ ଚାଉଳ, ଗୋଲାପଜଳ ଓ ସ୍ବାଦ ମୁତାବକ ଲୁଣ ପକାଇ ପାଣିରେ ଉକ୍ତ ଚାଉଳକୁ ଅଧା ସିଝାଇ ଦିଅନ୍ତୁ। ଦେଖିବେ ଚାଉଳ ଯେମିତ ବେଶି ଶିଝି ନ ଯାଏ। ଶିଝି ସାରିବା ପରେ ସେଥିରେ ପକାଯାଇଥିବା ମସଲାଜାତୀୟ ଦ୍ରବ୍ୟକୁ କାଢ଼ି ଦିଅନ୍ତୁ। ତାପରେ ଥିବା ଭାତକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାପରେ ରଖାଯାଇଥିବା ମସଲାଯୁକ୍ତ ଚିକେନ୍‌କୁ ତେଲ ଦେଇ ଏକ କଡେଇରେ ଫ୍ରାଏ କରାଯିବ। ଅନ୍ୟ ଏକ ବିରିୟାନି ହାଣ୍ଡି(ସମତଳ ଥିବା ହାଣ୍ଡି) ଆଣି ସେଥିରେ ତଳେ ଘିଅ ଲଗାଇ ଉପରେ ଫ୍ରାଏ ହୋଇଥିବା ଚିକେନ୍‌କୁ ସଜେଇ ରଖାଯିବ ଯେପରିକି ହାଣ୍ଡିର ତଳ ସ୍ତରରେ ସବୁ ଚିକେନ୍‌ ଲାଗୁଥିବ। ଏହା ଉପରେ ଭଜାଯାଇଥିବା କିଛି ବ୍ରାଉନ ଓନିଅନ ରଖନ୍ତୁ। ତା’ପରେ ଅଧା ସିଝିଥିବା ଭାତ ଗୋଟିଏ ସ୍ତର ପକାନ୍ତୁ। ତା’ପରେ କିଛି କଟା ହୋଇଥିବା ପୋଦିନା ଓ ଧନିଆପତ୍ର, ଭଜାଯାଇଥିବା ପିଆଜ, ଘିଅ, କେଉଡା, ଗୋଲାପଜଳ ପକାଇ ଅନୁରୂପ ଦୁଇସ୍ତର ରଖନ୍ତୁ। ଶେଷରେ କିଛି କ୍ଷୀରରେ କେଶର, ଅତର, ଗୋଲାପଜଳ ମିଶାଇ ଏହା ଉପରେ ପକାଇ ଦିଅନ୍ତୁ। ବିରିୟାନି ହାଣ୍ଡିର ଧାରରେ ପୂର୍ବରୁ ଚକଟା ହୋଇଥିବା ଅଟା ଦେଇ ଢାଙ୍କୁଣୀକୁ ଭଲ ଭାବେ ଘୋଡ଼ାଇ ଦିଅନ୍ତୁ। ଯେପରିକି ଭିତରୁ ବାଷ୍ପ ବାହାରକୁ ନ ବାହାରି ପାରିବ। କିଛି ସମୟ ଅଧିକ ଜାଳ ଦିଆଯାଇ ପରେ କମାଇ ଦିଅନ୍ତୁ। ଏହାପରେ ପ୍ରାୟ ୧ ଘଣ୍ଟା ଦମ୍‌ରେ ବସାଯିବ। ସ୍ବାଦ ମୁତାବକ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଏଥିରେ ସିଝାଅଣ୍ଡା ଓ ଭଜାଆଳୁ ମିଶ୍ରଣ କରାଯାଇପାରିବ। ଖାଇବା ସମୟରେ ଦହି କଚୁମ୍ବର ସାଙ୍ଗରେ ଖାଇଲେ ବେଶ ରୁଚିକର ହୋଇଥାଏ।
– ରିପୋର୍ଟ: ବିଭୁ ପ୍ରସାଦ ବେହେରା, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟୋପକାରୀ ବ୍ରେକ୍‌ଫାଷ୍ଟ

ପ୍ରଥମ କଥା ହେଲା, ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁଦିନେ ଯେପରି ଏହା ଦୈନନ୍ଦିନ ରୁଟିନ୍‌ରେ ସାମିଲହେବ ସେ ନେଇ ସଚେତନ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

କ୍ଷୀର, ଲୁଣର ମିଶ୍ରଣ ବ୍ୟବହାର କଲେ ହେବ ହାତ, ପାଦ ଗୋରା

ବର୍ତ୍ତମାନ ସମୟରେ ସୁନ୍ଦର ହେବା ପାଇଁ ସମସ୍ତଙ୍କ ଇଚ୍ଛା। ବିଶେଷ କରି ମହିଳାମାନେ ନିଜର ତ୍ୱଚାକୁ ନେଇ ବେଶ୍‌ ଯତ୍ନଶୀଳ। ସ୍କ୍ରବ୍‌ ଓ କ୍ଲିନ୍‌ଅପ୍‌ କରାଇବା...

କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି।...

ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି

ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ...

ସୌନ୍ଦର୍ଯ୍ୟ ବଢ଼ାଏ ଅଦା, କିଭଳି ଜାଣନ୍ତୁ…

ଅଦା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆପଣ ଅଦାର ଅନେକ ଔଷଧୀୟ ଗୁଣ ସମ୍ପର୍କରେ ଆଗରୁ ଜାଣିଥିବେ। ମାତ୍ର ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ବୋଲି...

ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *