ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ :

ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର, ଜାଇଫଳ, ଜାୟତ୍ରୀ, ସାଜିରା, ବଡଅଳେଇଚ, କେଓଡା(କିଆଫୁଲ ସେଣ୍ଟ), ଘିଅ, କେଶର, ଜିରା ପାଉଡର, ହଳଦୀଗୁଣ୍ଡ, ମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ, ରିଫାଇନ ତେଲ, ଲୁଣ, କଞ୍ଚାଲଙ୍କା, ଲେମ୍ବୁ, ଧନିଆପତ୍ର, ପାଣି, ଭଜାଆଳୁ, ଟମାଟୋ, ଗୋଲାପଜଳ, ବିରିୟାନି ଅତର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ କଟା ଚିକେନ୍‌, ଦହି, (ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ସାଜିରା, କଳାମରିଚ, ଜିରା ପାଉଡର୍‌, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଭଜାଯାଇ ଗୁଣ୍ଡ), କଟା ହୋଇଥିବା ପୋଦିନାପତ୍ର, ଧନିଆପତ୍ର, ଅଦାରସୁଣ ପେଷ୍ଟ, ଲେମ୍ବୁ, ଟମାଟୋକୁ ମିଶ୍ରଣ କରି ୨-୩ ଘଣ୍ଟା ଲାଗି ମାରିନେଟ ହେବାପାଇଁ ରଖିଦିଅନ୍ତୁ। ତା ପରେ କଟା ହୋଇଥିବା ପିଆଜକୁ କଡ଼େଇରେ ରିଫାଇନ ତେଲରେ ବ୍ରାଉନ ହେବାପର୍ଯ୍ୟନ୍ତ ଭାଜି ଅନ୍ୟ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏକପାତ୍ରରେ ପାଣି ଗରମ କରି ସେଥିରେ ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ପୋଦିନାପତ୍ର, ଧନିଆପତ୍ର, କଳାମରିଚ, ବଡ଼ ଅଳେଇଚ ଓ ଘିଅ ପକାଇଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ମୁତାବକ ବସୁମତୀ ଚାଉଳ, ଗୋଲାପଜଳ ଓ ସ୍ବାଦ ମୁତାବକ ଲୁଣ ପକାଇ ପାଣିରେ ଉକ୍ତ ଚାଉଳକୁ ଅଧା ସିଝାଇ ଦିଅନ୍ତୁ। ଦେଖିବେ ଚାଉଳ ଯେମିତ ବେଶି ଶିଝି ନ ଯାଏ। ଶିଝି ସାରିବା ପରେ ସେଥିରେ ପକାଯାଇଥିବା ମସଲାଜାତୀୟ ଦ୍ରବ୍ୟକୁ କାଢ଼ି ଦିଅନ୍ତୁ। ତାପରେ ଥିବା ଭାତକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାପରେ ରଖାଯାଇଥିବା ମସଲାଯୁକ୍ତ ଚିକେନ୍‌କୁ ତେଲ ଦେଇ ଏକ କଡେଇରେ ଫ୍ରାଏ କରାଯିବ। ଅନ୍ୟ ଏକ ବିରିୟାନି ହାଣ୍ଡି(ସମତଳ ଥିବା ହାଣ୍ଡି) ଆଣି ସେଥିରେ ତଳେ ଘିଅ ଲଗାଇ ଉପରେ ଫ୍ରାଏ ହୋଇଥିବା ଚିକେନ୍‌କୁ ସଜେଇ ରଖାଯିବ ଯେପରିକି ହାଣ୍ଡିର ତଳ ସ୍ତରରେ ସବୁ ଚିକେନ୍‌ ଲାଗୁଥିବ। ଏହା ଉପରେ ଭଜାଯାଇଥିବା କିଛି ବ୍ରାଉନ ଓନିଅନ ରଖନ୍ତୁ। ତା’ପରେ ଅଧା ସିଝିଥିବା ଭାତ ଗୋଟିଏ ସ୍ତର ପକାନ୍ତୁ। ତା’ପରେ କିଛି କଟା ହୋଇଥିବା ପୋଦିନା ଓ ଧନିଆପତ୍ର, ଭଜାଯାଇଥିବା ପିଆଜ, ଘିଅ, କେଉଡା, ଗୋଲାପଜଳ ପକାଇ ଅନୁରୂପ ଦୁଇସ୍ତର ରଖନ୍ତୁ। ଶେଷରେ କିଛି କ୍ଷୀରରେ କେଶର, ଅତର, ଗୋଲାପଜଳ ମିଶାଇ ଏହା ଉପରେ ପକାଇ ଦିଅନ୍ତୁ। ବିରିୟାନି ହାଣ୍ଡିର ଧାରରେ ପୂର୍ବରୁ ଚକଟା ହୋଇଥିବା ଅଟା ଦେଇ ଢାଙ୍କୁଣୀକୁ ଭଲ ଭାବେ ଘୋଡ଼ାଇ ଦିଅନ୍ତୁ। ଯେପରିକି ଭିତରୁ ବାଷ୍ପ ବାହାରକୁ ନ ବାହାରି ପାରିବ। କିଛି ସମୟ ଅଧିକ ଜାଳ ଦିଆଯାଇ ପରେ କମାଇ ଦିଅନ୍ତୁ। ଏହାପରେ ପ୍ରାୟ ୧ ଘଣ୍ଟା ଦମ୍‌ରେ ବସାଯିବ। ସ୍ବାଦ ମୁତାବକ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଏଥିରେ ସିଝାଅଣ୍ଡା ଓ ଭଜାଆଳୁ ମିଶ୍ରଣ କରାଯାଇପାରିବ। ଖାଇବା ସମୟରେ ଦହି କଚୁମ୍ବର ସାଙ୍ଗରେ ଖାଇଲେ ବେଶ ରୁଚିକର ହୋଇଥାଏ।
– ରିପୋର୍ଟ: ବିଭୁ ପ୍ରସାଦ ବେହେରା, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri