ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ ଦର୍ଶକଙ୍କ ପାଇଁ ଅପାସୋରା ହୋଇରହିଛନ୍ତି। ଏହି ତାମିଲ କଳାକାର ମାତ୍ର ୧୩ ବର୍ଷ ବୟସରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ସେ ଥିଲେ ଲକ୍ଷେ ଦିଲ୍‌ କି ଧଡକନ। କେତେଜଣ ନାୟକ ତାଙ୍କ ପ୍ରେମରେ ପଡିଥିବା ବେଳେ ସେ କିନ୍ତୁ ବିବାହ କରିଥିଲେ ଜଣେ ଡାକ୍ତରଙ୍କୁ। ନିମୋନିଆରେ ପୀଡିତ ଥିବା ବୈଜୟନ୍ତୀ ମାଲାଙ୍କୁ ଡା. ଚମନଲାଲ ବାଲି ଚିକିତ୍ସା କରୁଥିବା ସମୟରେ ବୈଜୟନ୍ତୀ ତାଙ୍କ ପ୍ରେମରେ ପଡିଥିଲେ। ଆଉ ମାର୍ଚ୍ଚ ୧୦, ୧୯୬୮ରେ ଉଭୟ ବିବାହ କରିଥିଲେ। ଏହି ପ୍ରେମ କାହାଣୀ ସମ୍ପର୍କରେ ଅନେକଙ୍କୁ ଜଣା ନ ଥିବ। ତେବେ ୧୯୫୧ରେ ବଲିଉଡ୍‌ ଦୁନିଆରେ ଫିଲ୍ମ ‘ବହାର’ ମାଧ୍ୟମରେ ବୈଜୟନ୍ତୀ ପାଦ ରଖିଥିଲେ। ଏହାପରେ ସେ ‘ନୂଆଦିଲ୍ଳୀ’, ‘ନୟାଦୋର’, ‘ଆଶା’ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୧୯୬୪ରେ ଫିଲ୍ମ ‘ସଙ୍ଗମ’ରେ ବୈଜୟନ୍ତୀଙ୍କ ବୋଲ୍ଡ ଲୁକ୍‌ ଦେଖିବାକୁ ମିଳିଥିଲା। ଆଉ ଏଥିରେ ଥିବା ଗୀତ ‘ମେ କ୍ୟା କରୁ ରାମ ମୁଝେ ବୁଢା ମିଲଗୟା’ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧିଛି। ଆଉ ଫିଲ୍ମ ‘ଜୁଏଲ ଥିପ୍‌’ର ଗୀତ ‘ହୋଁଟୋ ପେ ଏସି ବାତ୍‌’ ଆଜିବି ଦର୍ଶକେ ଗୁଣୁଗୁଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଭୂମୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌କମ୍‌ ସମୟ ପାଇଁ ନଜର ଆସିଥିବା ନାୟିକା ଭୂମୀ ପେଡନେକର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୁସାନ ଫିଲ୍ମ ଫେଷ୍ଟିଭାଲରେ ଯୋଗ...

ଅନୁଭବଙ୍କ ନାଁରେ ଥାନାରେ ବର୍ଷାଙ୍କ ଅଭିଯୋଗ

କଟକ ଅଫିସ,୨୩ା୫: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ...

ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର

ଇସ୍‌ଲାମାବାଦ୍‌,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର...

ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ

ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌...

ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରିଷି

ମୁମ୍ବାଇ: ବଲିଉଡ୍‌ ନାୟକ ରିଷି କପୁର ୨୦୧୮ ମସିହାରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ହେଲେ ସେଠାରେ ସେ କେଉଁ ରୋଗ ଚିକିତ୍ସା କରାଉଛନ୍ତି ତାହା ତାଙ୍କ...

ଫୁଟବଲ୍‌ ଖେଳାଳୀଙ୍କୁ ଚାପୁଡ଼ାମାରି ବିବାଦ ଘେରକୁ ଆସିଥିଲେ ଏହି ଅଭିନେତା

ସାଉଥ୍‌ ଫିଲ୍ମର ସୁପରଷ୍ଟାର ସୂର୍ୟ୍ୟ ପ୍ରାୟତଃ ବିବାଦରେ ରହିଥାନ୍ତି। ଏକଦା ସେ ଜଣେ ଯୁବ ଫୁଟବଲ ଖେଳାଳୀଙ୍କୁ ଚାପୁଡ଼ା ମାରି ଫଶି ଯାଇଥିଲେ । ତେବେ...

କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍‌ ଆକ୍ଟିଭ୍‌...

Advertisement
Archives

Model This Week