ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା ଅଫିସ,୧୪।୬: ଚିକିତ୍ସା ଅବହେଳାରୁ ବାରିପଦା ମେଡିକାଲ କଲେଜରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏ ନେଇ ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରାଯାଇଛି।
ସୂଚନା ମୁତାବକ ଖୁଣ୍ଟା ଥାନା ଅଧୀନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ ସ୍ତ୍ରୀ ବାଙ୍ଗିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୧ ତାରିଖରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅଲ୍‌ଟ୍ରାସାଉଣ୍ଡ ବେଳେ ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା ଜଣାପଡ଼ିଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିବା ସ୍ବାମୀ ଦାଶରଥି ଅଭିଯୋଗ କରିଛନ୍ତି। ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ମେଡିକାଲ ପକ୍ଷରୁ କାହାର ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ସ୍ଲୁଇସ୍‌ ଗେଟ୍‌ କାମ, ମୁକୁଳା ନଦୀବନ୍ଧ

ଆରଡ଼ି, ୨୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକର କୁଳସାହି ନିକଟ ବୈତରଣୀ ନଦୀବନ୍ଧରେ ୮ ମାସ ତଳେ ଆରମ୍ଭ ହୋଇଥିବା ସ୍ଲୁଇସ୍‌ ଗେଟ୍‌...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗ ପକ୍ଷରୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୪୧୫, କଟକରୁ...

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘର ପରିବାର ଭୁଲି ତ୍ୟାଗ ମନୋଭାବ ନେଇ କୋଭିଡ୍‌ ଯୋଦ୍ଧାମାନେ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି। ଏପରିକି...

ପରିତ୍ୟକ୍ତ ଗାଡ଼ି ଉଠାଇବାକୁ ସ୍ପେଶାଲ ଡ୍ରାଇଭ: ଟୁଇଟର, ଫେସ୍‌ବୁକ, ୧୦୦ ଡାଏଲ କରି ଜଣାନ୍ତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜଧାନୀର ଅନେକ ସ୍ଥାନରେ ରାସ୍ତାପାର୍ଶ୍ୱରେ ପରିତ୍ୟକ୍ତ ଅବସ୍ଥାରେ ଅନେକ ଗାଡ଼ି ପଡ଼ିରହୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ପଡ଼ିରହୁଥିବାରୁ ବହୁ ଜାଗା ମାଡ଼ିବସୁଛି, ଯାହାକି...

ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ରାଧାମୋହନ କଲୋନୀର ଅଭିମନ୍ୟୁ ନାୟକଙ୍କୁ ପଥରରେ ଛେଚି ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦ୍ୱିତୀୟ ଅତିରିକ୍ତ ଜିଲା...

ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ...

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ...

Advertisement


Archives

Model This Week

Why Dharitri