ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଚା ଦୋକାନରେ ଲେଖକଙ୍କ ସମ୍ମିଳନୀ ହେବା ବା କୌଣସି ବହି ଉପରେ ଚର୍ଚ୍ଚା ହେବା କଥା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏକ ଗଁାରେ ଥିବା ଚା ଦୋକାନରେ କିଛି ଲେଖକ ନିଜ ଚର୍ଚ୍ଚାର ଆଶ୍ରୟ ସ୍ଥଳି କରିଛନ୍ତି। ଏହି ଦୋକାନକୁ ୫୮ ବର୍ଷୀୟ ଶୁକୁର ନାମକ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ଏହାର ନାମ ହେଉଛି ‘ବରାନ୍ଦା ଚାୟପେଡ଼ିକା’ ଅର୍ଥାତ୍‌ ‘ଦ ଟି ଶପ୍‌ ବରାନ୍ଦା ବୁକ୍‌ କ୍ଲବ’। ଶୁକର ଲେଖିବା ଓ ପଢ଼ିବାର ସୌଖୀନ ଥିବା ବେଳେ ସେ ନିଜେ ‘ବରାନ୍ଦା’ ନାମକ ଏକ ରୋମାଣ୍ଟିକ ନୋଭେଲର ଲେଖକ ଅଟନ୍ତି। ତେଣୁ ସେ ସବୁ ମାସରେ ନିଜ ଚା ଦୋକାନରେ ଏଭିଳି ଏକ କାର୍ଯ୍ୟକ୍ରମକୁ ଆୟୋଜିତ କରିଥାନ୍ତି। ଏଥିରେ ତାମିଲ, ମଲୟାଲମ୍‌ ଓ କନ୍ନଡ ଭାଷାର ଲେଖକ ଓ ପାଠକମାନେ ଏକତ୍ରିତ ହୋଇ କୌଣସି ବହିର ଲେଖାକୁ ନେଇ ଚର୍ଚ୍ଚା, ତର୍କ-ବିତର୍କ ଓ ସମୀକ୍ଷା କରିଥାନ୍ତି। ୨ଘଣ୍ଟା ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ଶୁକୁର ଓ୍ବାନ ମ୍ୟାନ ଆର୍ମି ଭାବେ ଆୟୋଜିତ କରିଥାନ୍ତି। ଏହି କାର୍ଯ୍ୟକ୍ରମ ବିଷୟରେ ପ୍ରଥମେ ସେ ଫେସ୍‌ବୁକ୍‌ ୟୁଜର୍ସଙ୍କୁ ସୂଚନା ଦେଇଥାନ୍ତି। ଆଉ କାର୍ଯ୍ୟକ୍ରମ ସମୟରେ ଲେଖକ ଓ ପାଠକମାନଙ୍କ ପାଇଁ ଶୁକୁର ଚା’ ବିସ୍କୁୁଟ ଓ ଚିପ୍ସର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହି ସମ୍ମିଳନୀରେ ପ୍ରାୟ ୭୦ ଜଣ ପାଠକ ଭାଗ ନେଉଥିବା ବେଳେ ପୂର୍ବରୁ ପାଠକଙ୍କୁ ବହି ବିକ୍ରି କରାଯାଇଥାଏ। ଯେଉଁଥିରୁ ସେମାନେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇପାରିବେ। ତେବେ ୪ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏବେ ପର୍ଯ୍ୟନ୍ତ ୩୮ଟି ସମ୍ମିଳନୀ ହୋଇଥିବା ନେଇ ଶୁକୁର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଖୁବ୍‌ଶୀଘ୍ର କରୋନା ଟିକା ଆଣିବ ‘ଅଷ୍ଟ୍ରାଜେନେକା’

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବାର କୌଣସି ଉପାୟ...

ମୁସଲମାନ୍‌ ଯୁବତୀ-ହିନ୍ଦୁ ଯୁବକଙ୍କ ବିବାହ ନୁହେଁ ବୈଧ: ହାଇକୋର୍ଟ

ଚଣ୍ଡିଗଡ଼,୧୩।୩: ପଞ୍ଜାବ ହରିୟାଣା ହାଇକୋର୍ଟ ମୁସଲମାନ୍‌ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ମଧ୍ୟରେ ବିବାହ ବୈଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏକ ମାମଲାର ବିଚାର...

ଅଚାନକ ଲେହରେ ପହଞ୍ଚିଲେ ମୋଦି

ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍‌ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ...

‘ଆଦିପୁରୁଷ’ ଟ୍ରେଲରକୁ ନେଇ ବିବାଦ: ଗୃହମନ୍ତ୍ରୀ ଦେଲେ ଚେତାବନୀ

ଭୋପାଳ,୪।୧୦: ବଲିଉଡ ଫିଲ୍ମ ‘ଆଦିପୁରୁଷ’ ଟ୍ରେଲରର ଏକ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର କହିଛନ୍ତି, ସେ ‘ଆଦିପୁରୁଷ’ ଟ୍ରେଲର...

କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…

ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ...

ସୋସିଆଲ ମିଡିଆରେ ଯୁବକଙ୍କ ବ୍ରେନ୍ ୱାଶ କରୁଛି ଆଇଏସ୍‌, ଚେତାବନୀ ଦେଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୮ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଏବେ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ଭାରତ ଉପରେ ପଡିବାକୁ ଯାଉଥିବା କୁହାଗଲାଣି । ପାକିସ୍ତାନର...

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ...

୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍‌ ଚଳାଚଳ ଆରମ୍ଭ …

ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି...

Advertisement
Archives

Model This Week