କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଆଙ୍କୁଶପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ଗୋଷ୍ଠୀର କେତେଜଣଙ୍କୁ ଥାନାକୁ ଆଣିଥିଲା। ୨ ଗୋଷ୍ଠୀ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ପ୍ରକାରେ ପୋଲିସ ପୃଥକ ୨ଟି ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଭାବନାନନ୍ଦ ପ୍ରଧାନଙ୍କ ସୂଚନା ଦେଇଛନ୍ତି। ଗୋଷ୍ଠୀ ସଂଘର୍ଷରେ ଗୁରୁତର ମହିଳା ପ୍ରତିମା ଦାସ ଓ ରମା ଦାସ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂଚନା ଅନୁଯାୟୀ, ମମତାଙ୍କ ଚାଳରେ କୁକୁଡ଼ା ଚଢ଼ି ଛପର ତାଡ଼ି ନଷ୍ଟ କରୁଥିଲା। ବର୍ଷା ବେଳେ ଘରେ ପାଣି ଗଳିବାରୁ ସାହି ମଝିରେ ମମତା ଗାଳିଗୁଲଜ କରିଥିଲେ। ରମା ଦାସ ଏହାର ପ୍ରତିବାଦ କରିବାରୁ ପାଟିତୁଣ୍ଡ ଆହୁରି ବଢ଼ିଥିଲା। ପରେ ଉଭୟଙ୍କ ସମ୍ପକୀୟମାନେ ଆସବାରୁ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା। ଖବରପାଇ ପୋଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଅରବିନ୍ଦ ଦାସଙ୍କ ଅଭିଯୋଗ ପ୍ରକାରେ ନଂ.୧୬୬/୧୯ରେ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ଗୌରା ଦାସ, ବିଷ୍ଣୁ ଦାସ, ମମତା ଦାସ, ମୌସୁମୀ ଦାସ ଓ ଟିଟୁ ଦାସ। ସେହିପରି ଗୌରା ଦାସଙ୍କ ଅଭିଯୋଗ ପ୍ରକାରେ ନଂ.୧୬୭/୧୯ରେ ମାମଲା ରୁଜୁ ହୋଇଛି। ଏଥିରେ ୩ ଜଣ ସପନା ଦାସ, ଅରବିନ୍ଦ ଦାସ ଓ ତାରିଣୀ ଦାସଙ୍କୁ ଗିରଫ ପରେ ଗୁରୁବାର କୋର୍ଟଚାଲାଣ କରାଯାଇଛି ।

କାଳ ସାଜିଲା ବଜ୍ରପାତ
ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି...

କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି
ଗଞ୍ଜାମ, ୩।୪(ଡି.ଏନ୍.ଏ.): କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ l ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି।...

ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି
ଛତ୍ରପୁର,୨୬ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା...

ଦୁର୍ଘଟଣାରେ ଯୁବକ ମୃତ
କୁକୁଡାଖଣ୍ଡି,୭ା୧୨(ଡି.ଏନ.ଏ.): କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା କାଳୁଆ ମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନ ସାଢେ ୪ଟାରେ ଏକ ସଡ଼କ ଦୁଘଟଣାରେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଜଣେ...

ଡଙ୍ଗା ଯାତ୍ରୀଙ୍କୁ ମିଳିଲା ଲାଇଫ୍ ଜାକେଟ
ପାତ୍ରପୁର,୧ା୯(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାର ଦେଇ ଡଙ୍ଗାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଶନିବାର ଲାଇଫ୍ ଜାକେଟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ...
ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା
ଆସିକା,୧୨ା୪(ଡି.ଏନ୍.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି...

ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଗଞ୍ଜାମ,୫ା୧୨(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠସ୍ଥିତ ଜୟଶ୍ରୀ ଛକଠାରେ ରବିବାର ଭୋର୍ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି ପର୍ବଳ...

ଜାଲ ନୋଟ ଜବତ, ୨ ଗିରଫ
ପୁରୁଷୋତ୍ତମପୁର,୧ା୩(ଡି.ଏନ.ଏ.)-ପୁରୁଷୋତ୍ତମପୁର ପୋଲିସ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଶାଶନପଲ୍ଲୀ ଗ୍ରାମର କେ.ଶୁରେଶ...