Posted inଜାତୀୟ

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଏହାକୁ ହ୍ୟାକ୍‌ କରିଛନ୍ତି। ଏବେ ଭାରତରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଟିକୋଟି ଜନତାଙ୍କ ଡାଟା ଲିକ୍‌ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଜୟ ନାମକ ଜଣେ ପ୍ରୋଗ୍ରାମର ଏହାକୁ ହ୍ୟାକ କରିଥିବାର ଦାବି କରିଛନ୍ତି। ଜୟ ପ୍ରଥମେ ଆରୋଗ୍ୟ ସେତୁ ଆପ୍‌ ରେ ଥିବା ସିକ୍ୟୁରିଟି ବ୍ରିଚ୍‌କୁ ନେଇ ଅନୁସନ୍ଧାନ କରୁଥିଲେ। ପରେ ସେ ଏହି ଆପ୍‌କୁ ହ୍ୟାକ କରିବାରେ ସଫଳ ହେଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏଥିକାଲ ହ୍ୟାକର ଏଲିଅଟ ଆଲଡରଶନ କିଛିଦିନ ପୂର୍ବେ ମେ’ ୫ରେ ଟୁଇଟ୍‌ କରି କହିଥିଲେ ଯେ ଭାରତର ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷା ସମସ୍ୟା ରହିଛି। ଏହା ଜାଣିବା ପରେ ଜୟ ଆରୋଗ୍ୟ ସେତୁ ଆପ୍‌କୁ ହ୍ୟାକ କରିବାକୁ ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିବା ପରେ ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫ ।୧୧: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଥିଲା । ହେଲେ ଗୁରୁବାର ପୁଣି ଏହି ସଂଖ୍ୟାରେ ବୃଦ୍ଧି...

ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ

ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ...

ଆମେରିକା-ବ୍ରାଜିଲକୁ ପୁଣି ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୬।୮: କରୋନା ମହାମାରୀ ଏବେ ଦେଶରେ ଯେଉଁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏବେସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ...

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର...

ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…

ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ...

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ...

କୃଷି ଆଇନକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା,୨୮ ।୧: ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ଯେଉଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା)...

ମ୍ୟାଜିକ୍‌ ନମ୍ବର ପାଇଁ ଛିଡୁନି ଅଙ୍କକଷା: ମହାରାଷ୍ଟ୍ରରେ ସଙ୍କଟମୋଚନ ସାଜିବ କିଏ ?

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁ ନ ଥିବାରୁ କଂଗ୍ରେସ, ଏନସିପି ସହିତ ଅନ୍ୟ...

Advertisement
Archives

Model This Week