Posted inଖେଳ

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି ୱାର୍ମଅପ କରିବା ସହିତ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଛନ୍ତି ରାଜ୍ୟର ପ୍ରତିଭାବାନ କ୍ରିକେଟ ଖେଳାଳିମାନେ। ପ୍ରାୟ ଦୁଇମାସର ବ୍ୟବଧାନପରେ ଚଳଚଞ୍ଚଳ ହୋଇ ଉଠିଛି କ୍ରୀଡ଼ା ଜଗତ ଓ କ୍ରୀଡ଼ାବିତ। ଲକ୍‌ଡାଉନର ୪ର୍ଥ ପର୍ଯ୍ୟାୟ ଜାରି ରହିଥିଲେ ସୁଦ୍ଧା କଟକଣା କୋହଳ ରହିଛି। ଖେଳାଳିମାନେ ଫିଟନେସକୁ ଗୁରୁତ୍ୱ ଦେବା ସହିତ ନିଜ ଟାର୍ଗେଟ ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ଓ ସାନିଟାଇଜେଶନ୍‌ ପ୍ରକ୍ରିୟାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଇଛି।

ଉତ୍ସାହ ବଢ଼ିଛି
ଦୀର୍ଘଦିନ ଧରି ଖେଳ ପଡ଼ିଆ ଠାରୁ ଦୂରେଇ ରହିବା ପରେ ଏବେ ଖେଳାଳିମାନଙ୍କ ଭିତରେ ଉତ୍ସାହ ବହୁଗୁଣିତ ହୋଇଛି ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ତାରକା ପେସ୍‌ ବୋଲର ତଥା ରାମେଶ୍ୱର ସ୍ପୋର୍ଟିଂର ପ୍ରଶିକ୍ଷକ ଦୀପକ ମଙ୍ଗରାଜ। ଭୁବନେଶ୍ୱର ଓଲ୍ଡ ଟାଉନ୍‌ଠାରେ ରହିଛି କ୍ଲବର ଖେଳ ପଡ଼ିଆ। କ୍ଲବ ଅଧୀନରେ ରାଜ୍ୟର ଅନେକ ନାମୀଦାମୀ ଖେଳାଳି ରହିଛନ୍ତି। ଜୁନିୟର ବର୍ଗର ଖେଳାଳିଙ୍କୁ ଅଧିକ ଅଭ୍ୟାସ କରିବାକୁ ଦିଆଯାଉଛି ବୋଲି ସେ କହିଥିଲେ।

ଟିମ୍‌ ମେଟ୍‌ଙ୍କୁ ଭେଟିବାକୁ ଇଚ୍ଛା
ଲକ୍‌ଡାଉନ୍‌ ସମୟରେ ଅନଲାଇନ ଟ୍ରେନିଂ ଜରିଆରେ ଫିଟନେସ ବଜାୟ ରଖିବା ପାଇଁ ଚେଷ୍ଟା କରିଥିଲି । ଏବେ ଧୀରେଧୀରେ ଅଭ୍ୟାସ ଆରମ୍ଭ କରୁଛି। ସକାଳୁ ଉଠି ଜଗିଂ କରୁଛି। ପୁନର୍ବାର ବଲ ଓ ବ୍ୟାଟ ସହିତ ସମୟ ବିତାଇବା ଆରମ୍ଭ କଲିଣି। ଅଭ୍ୟାସ ଠାରୁ ଦୂରେଇ ରହିବା ମୋ ପାଇଁ ମୁସ୍କିଲ ବୋଲି କହିଛନ୍ତି ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି। ଟିମମେଟ୍‌ଙ୍କୁ ଗୋଟିଏ ଗ୍ରାଉଣ୍ଡରେ ଭେଟିବାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।

ଏକାଡେମୀ ଖୋଲିବାକୁ ଅପେକ୍ଷା
ଅନେକ ଦିନ ଘରେ ରହିବା ପରେ ସାମାନ୍ୟ ଓଜନ ବୃଦ୍ଧି ପାଇଛି ବୋଲି ମୋର ଆଶଙ୍କା। ନିୟମିତ ଶାରୀରିକ ଅଭ୍ୟାସ କରୁଛି। ତଥାପି ଗ୍ରାଉଣ୍ଡରେ ଯେଉଁ ପରିଶ୍ରମ ହେଉଥିଲା, ତାହା ଏଯାଏଁ ହୋଇନାହିଁ। ଓଜନ ହ୍ରାସ କରିବା ପ୍ରତି ବିଶେଷ ନଜର ଦେଉଛି ବୋଲି ତାରକା ଖେଳାଳି ବିପ୍ଳବ ସାମନ୍ତରାୟ କହିଛନ୍ତି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କ୍ରିକେଟ ଏକାଡେମୀରେ ଅଭ୍ୟାସ କରେ। କ୍ରିକେଟ ଏକାଡେମୀ ଚାଲୁ ହେବାକୁ ଅପେକ୍ଷା ରହିଛି।

ପିଚ୍‌ ଖରାପ, ନେଟ୍ସରେ ଅଭ୍ୟାସ ଚାଲିଛି
ଏବେ ନେଟ୍ସରେ ଅଧିକରୁ ଅଧିକ ସମୟ ଅଭ୍ୟାସ କରୁଛି। ଦୁଇ ଦିନ ହେବ ଗ୍ରାଉଣ୍ଡକୁ ଆସିବା ଆରମ୍ଭ କଲି। ପିଚ୍‌ ଖରାପ ହୋଇ ଯାଇଛି। ନେଟ୍ସ ଅଞ୍ଚଳର ପିଚ ମଧ୍ୟ ଭଲ ଅବସ୍ଥାରେ ନାହିଁ। ପିଚ୍‌ ମରାମତି ଆରମ୍ଭ ହୋଇସାରିଲାଣି ବୋଲି ନିମପୁର ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ରାଜ୍ୟର ଯୁବ ତାରକା ଖେଳାଳି ରାଜେଶ ଧୂପର କହିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜ ଖେଳପଡ଼ିଆରେ ଅଭ୍ୟାସ କରିବାର ଆନନ୍ଦ ନିଆରା ବୋଲି ରାଜେଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟକରି…

ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି...

ମଙ୍କି କମେଣ୍ଟ କରିଥିବା ଫ୍ୟାନଙ୍କୁ ଆଜୀବନ ବାସନ୍ଦାଦେଶ ଦାବି କଲେ ଓଲେ ଗୁନ୍ନର

ମାଞ୍ଚେଷ୍ଟର,୮।୧୨(ଏଏଫ୍‌ପି)- ଏଠାରେ ପ୍ରିମିୟର ଲିଗ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ମାଞ୍ଚେଷ୍ଟର ସିଟିକୁ ହରାଇ ଦେଇଛି। ମାତ୍ର ଏହି ମ୍ୟାଚ୍‌ରେ...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଜୁନିୟର ବର୍ଗରେ ଝିଲିଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୩।୧୦(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ଭାରୋତ୍ତୋଳନ ପ୍ରତିଭା ଝିଲ୍ଲୀ ଦଳବେହେରା କ୍ୟାରିୟରରେ ଆଉ ଏକ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଦକ୍ଷିଣ କୋରିଆରେ ଚାଲିଥିବା ଏସିଆନ ଭାରୋତ୍ତୋଳନ...

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା...

ଚେନ୍ନାଇକୁ ପରାସ୍ତ କଲା ଆରସିବି

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି।...

ଅନ୍ତିମ ଲିଗ୍‌ରେ ପଞ୍ଜାବର ବୃହତ୍‌ ବିଜୟ

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୫.୧ ଓଭରରେ ୫ ଉଇକେଟରେ ପଞ୍ଜାବ କିଙ୍ଗ୍ସ ହରାଇ...

ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ମୁମ୍ବାଇ, ୨୧।୪: ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବେନ ଷ୍ଟୋକ୍ସଙ୍କ ପରେ ଆଉ ଜଣେ ଖେଳାଳି ଦଳରୁ...

ବିଶ୍ୱକପ ଦଳ ଘୋଷଣା କଲା ହକି ଇଣ୍ଡିଆ: ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୩ା୧୨: ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ହକି ବିଶ୍ୱକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର-ରାଉରକେଲାରେ ହେବାକୁ...

Advertisement
Archives

Model This Week