ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। ଉକ୍ତ ଘଟଣାରେ ୭ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପାଇଁ ବିଶ୍ୱନାଥ ସାହୁ ଏବଂ ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ସେନାପତି ମାମଲା ପରିଚାଳନା କରୁଥିଲେ।
ପ୍ରକାଶ ଯେ, ୨୦୦୮ ଅଗଷ୍ଟ ୨୫ରେ ସୁଲୁଡି ଗ୍ରାମସ୍ଥିତ ଚର୍ଚ୍ଚକୁ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭାଙ୍ଗିବା ଓ ଏକ ବାଇକ୍‌ ପୋଡି ଦେଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଥିଲା। ୨୭ ତାରିଖରେ ଚର୍ଚ୍ଚର ଫାଦର ମାଥ୍ୟୁ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ହୃଷୀକେଶ ପାତ୍ର, ବାଳକୃଷ୍ଣ ପଣ୍ଡା, ନବୀନ ଚନ୍ଦ୍ର ନାୟକ, ବୃନ୍ଦାବନ ସେନାପତି, ଉମା ଶଙ୍କର କଂସବେହେରା, କେ.ଗୌରୀ ଏବଂ ଅମିତ କୁମାର ସାହୁଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାର ବିଚାର ଗୁଣପୁର କୋର୍ଟରେ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁଣପୁର ଏଡିଜେ ନିଶୀଥ ନିଶ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଜାମିନରେ ଥିଲେ। ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଅବସରରେ କନ୍ଧମାଳର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆତତାୟୀମାନେ ହତ୍ୟା କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରେ ହିଂସା ଘଟିଥିଲା। ଏହି ହତ୍ୟାକାଣ୍ଡର ପ୍ରଭାବ ସେତେବେଳେ ରାୟଗଡା ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

MGNREGA କାମରେ ମହା ଦୁର୍ନୀତି: ୪ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା,୨୨।୫(ଆଶିଷ ରଞ୍ଜନ ପଣ୍ଡା:): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୋଖରୀ ଖନନ ନାଁରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିଶନ ଓ ମୃତ୍ତିକା...

ଯାତ୍ରା ଦେଖିବାକୁ ଯିବାବେଳେ ଚାପିଦେଲା ଅଜଣାଗାଡ଼ି, ୩ ଜଣଙ୍କ ଜୀବନ

ପଦ୍ମପୁର,୨୧ା୫(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ପାଖ ଗୁମୁଡ଼ା ବ୍ରିଜ୍‌ ଉପର ଅଜଣାଗାଡ଼ି ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ...

ମଲ୍‌ରେ ବଡ଼ ଧରଣର ରେଡ୍‌: ୧ ଲକ୍ଷ ଜରିମାନା

ଗୁଣୁପୁର,୧୯।୫: ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ।...

ବର୍ବରକାଣ୍ଡ: କାଠଫାଳିଆରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣପୁର,୧୬।୫: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା...

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ...

ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା

ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ସୂଚନା...

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ

ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ।...

ଫ୍ଲାଏ ଓଭରରୁ ତଳକୁ ଖସିଲା ଟ୍ୟାଙ୍କର, ବିଚ୍‌ ରାସ୍ତାରେ ହେଲା…

ରାୟଗଡ଼ା,୪ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri