ଘରୋଇ ହସ୍ପିଟାଲକୁ ପୁଣି ଚେତାବନୀ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ (କଣ୍ଟ୍ରୋଲ ଓ ରେଗୁଲେଶନ) ଆକ୍ଟ ଓ ଏହା ଅଧୀନରେ ଆସୁଥିବା ନିୟମଗୁଡ଼ିକୁ ପାଳନ କରୁନାହାନ୍ତି। ପୁଣି ଅଭିଯୋଗ ଆସିବା ପରେ ସରକାର ଚେତାବନୀ ଦେଇଛନ୍ତି। ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସମ୍ପୃକ୍ତ ହସ୍ପିଟାଲର ପଞ୍ଜୀକରଣ ବାତିଲ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ସୂଚନାଯୋଗ୍ୟ, ନିୟମ ଅନୁସାରେ ହସ୍ପିଟାଲଗୁଡ଼ିକ ଗୁରୁତର ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରିବା ପୂର୍ବରୁ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବେ। ତେବେ ଅନେକ ସମୟରେ ଏହି ନିୟମକୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ଗୁଡ଼ିକୁ ପାଳନ କରୁ ନ ଥିବା ନଜରକୁ ଆସିଛି। ତେଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ହସ୍ପିଟାଲ, ନର୍ସିଂହୋମ୍‌ଗୁଡ଼ିକୁ ରାଜ୍ୟ ସରକାର ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ହସ୍ପିଟାଲରେ ଚିକିତ୍ସା ସୁବିଧା ରହିଛି, ତେବେ ଚିକତ୍ସା ନ କରି କୌଣସି ରୋଗୀଙ୍କୁ ଫେରାଇ ଦେଇପାରିବେ ନାହିଁ। ଯଦି ଏନେଇ କୌଣସି ଅଭିଯୋଗ ଆସିବ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଚିନ୍ତା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହାଇଛି। ରାଜ୍ୟକୁ ୫ଲକ୍ଷରୁ ଅଧିକ...

ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ

କପ୍ତିପଦା,୧୯ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ...

ଇଗ୍ନୁ ନାମଲେଖା ଅବଧି ୨୨କୁ ବୃଦ୍ଧି

ଭୁବନେଶ୍ୱର, ୧୩।୯(ବ୍ୟୁରୋ):ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ)ରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଅବଧି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ...

ବ୍ୟାପକ ହେଉନି ଟେଲିମେଡିସିନ ସେବା

ଭୁବନେଶ୍ୱର, ୨୯ା୧(ବ୍ୟୁରୋ): କରୋନାର ତୃତୀୟ ଲହର ଓ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ପାଇଁ ରାଜ୍ୟରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଥିଲା। ସ୍ଥିତି ଏପରି ହେଲା ଯେ ହସ୍ପିଟାଲଗୁଡ଼ିକରେ...

ବୁଲ୍‌ବୁଲ୍‌ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୯।୧୧(ବ୍ୟୁରୋ):  ‘ବୁଲ୍‌ବୁଲ୍‌’ ଓଡ଼ିଶା ଉପକୂଳ ଦେଇ ଗତି କରୁଅଛି। ଏହାର ପ୍ରଭାବରେ ଉତ୍ତର ତଥା ଉପକୂଳ ଓଡ଼ିଶା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ...

ସୁରକ୍ଷା ପାଚେରି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଛନ୍ତି ଚନ୍ଦକା ଜଙ୍ଗଲର ଦୁଇଟି ହାତୀ। ପରିସରରେ ପଶି ଏଣେତେଣେ ବୁଲି ବୋଟ୍‌ ଘାଟ ପାଖ...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍‌

କଟକ ଅଫିସ୍‌,୯ା୪: ଆଇନ୍‌ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍‌ଆପ୍‌ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ...

Advertisement
Archives

Model This Week