ଘରୋଇ ବିଦ୍ୟାଳୟ ଫି’ ପ୍ରସଙ୍ଗ: ରାସ୍ତାକୁ ଓହ୍ଲାଇଲା ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ରି-ଆଡ୍‌ମିଶନ ଫି, ପରିବହନ ଖର୍ଚ୍ଚ, ଇନ୍‌ଫ୍ରାଷ୍ଟ୍ରକ୍ଚର ଫି, କମ୍ପ୍ୟୁଟର ଫି, ଡେ’ ବୋର୍ଡିଙ୍ଗ୍‌ ଫି ଆଦି ୩ ମାସ ପର୍ଯ୍ୟନ୍ତ ନ ନେବାକୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ହେଲେ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ କରି ଫି ମାଗୁଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ। ସୋମବାର ମହାସଂଘ କର୍ମକର୍ତ୍ତl ସୂଚନା ଭବନ ସମ୍ମୁଖରେ ଧାରଣା ଦେବାସହ ଫି ନ ମାଗିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସ୍କୁଲ୍‌ଗୁଡ଼ିକ ନିଜେ ବହି ବିକ୍ରି କରୁଥିବାରୁ ଜାଣିଶୁଣି ତାଲିକା ପ୍ରକାଶ କରୁନାହାନ୍ତି। ସରକାର ପଦକ୍ଷପ ନ ନେଲେ ସାରା ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ। ଘରୋଇ ବିଦ୍ୟାଳୟ ପ୍ରୀତି ପାଇଁ ଲକ୍ଷ ଲକ୍ଷ ଅଭିଭାବକ ଆଜି ଯେଉଁ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ସେଥିପାଇଁ ସରକାର ଦାୟୀ ବୋଲି ଭଟ୍ଟ କହିଛନ୍ତି। ସବୁ ଜିଲାରେ ଏପରି ଧାରଣା ଦିଆଯାଇଥିଲା। ଭୁବନେଶ୍ୱର କାଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାଙ୍କ ସମେତ ମହାସଂଘ ଅଧ୍ୟକ୍ଷ ଭଟ୍ଟ ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭ କିମ୍ବା...

ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ।...

ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ଶନିବାର ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି।...

ଖୁସି ଖବର, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ପ୍ରଭାବଶାଳୀ..

ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ...

ଅବଢ଼ା ଯୋଜନା ପାଇଁ ଖର୍ଚ୍ଚ ହେବ ୩୨୦୮ କୋଟି

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାର ବୃହତ୍‌ ବ୍ୟୟବରାଦ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସରକାର ଏହି ଯୋଜନା ସକାଶେ ୩୨୦୮ କୋଟି...

ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍‌

କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଭାରତ-ଦକ୍ଷିଣ...

Advertisement
Archives

Model This Week