ଘରପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବି: ପୌରସଂସ୍ଥା ଘେରିଲା ଭାଜପା

ଜୟପୁର,୧୨ା୬(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହରର ବସ୍ତି ଅଞ୍ଚଳରେ ଘରପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ଦାବି ନେଇ ବୁଧବାର ପୌରସଂସ୍ଥା କାର୍ଯ୍ୟାଳୟ ଘେରିଛି ନଗର ଭାଜପା। ସହରର ଭୂମିହୀନ ଲୋକଙ୍କୁ ସରକାରୀ ଜମି ଦିଆଯିବା ପାଇଁ ଡ୍ରୋନ ସର୍ଭେ ପରେ ୪ ହଜାରରୁ ଅଧିକ ହିତାଧିକାରୀଙ୍କୁ ଚୟନ କରାଯାଇଛି। କିନ୍ତୁ ମାତ୍ର ୧୨ଶହ ଜଣଙ୍କୁ ଏହା ଦିଆଯାଇଥିବା ବେଳେ ବାକି ଲୋକଙ୍କୁ ପଟ୍ଟା ମିଳିନାହିଁ। ସେହିପରି ପଟ୍ଟାଧାରୀ ଓ ଅନ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ପାଇଁ ଦାବି ହୋଇଛି। ପୌରସଂସ୍ଥା ତୁରନ୍ତ ଏହାକୁ କାର୍ଯ୍ୟକାରୀ ନକଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଭାଜପା ପୌର କାର୍ଯ୍ୟନର୍ବାହୀ ଅଧିକାରୀ ଗୋପୀନାଥ ସାରକାଙ୍କୁ ଲିଖିତ ଦାବିପତ୍ର ଦେଇଛି। ନଗର ସଭାପତି ଅମରଲାଲ ଆହୁଜାଙ୍କ ନେତୃତ୍ୱରେ ଦେବେନ୍ଦ୍ର ବାହିନୀପତି, ଏ. ଦୁର୍ଗାପ୍ରସାଦ, ସୁଧାଂଶୁ ଶେଖର ଜେନା, ଗୌର ଦାଶ, ଅହଲ୍ୟା ବିଶୋୟୀ, ନଳିନୀ ଦାଶ ଓ ବିଭିନ୍ନ ବସ୍ତି ଅଞ୍ଚଳ ବାସିନ୍ଦା ଏଥିରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୪|୪(ଡିଏନଏ):ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି...

ଗାଁରେ ପହଞ୍ଚିଲା ଗୋବିନ୍ଦ ସାହୁଙ୍କ ମୃତଦେହ

ଭବାନୀପାଟଣା,୨୧ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର କଣ୍ଟାବାଞ୍ଜି...

‘ଜାତୀୟସ୍ତରୀୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କର’

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଫରେଷ୍ଟ ରେଞ୍ଜର କଲେଜରେ ରାଜ୍ୟସ୍ତରୀୟ ବନ ବିଭାଗ ସ୍ପୋଟର୍‌ସ ମିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ୮ଟି ସର୍କଲର...

ରୋକାଯାଇପାରୁନି ଦୁର୍ଘଟଣା

ଭୁବନେଶ୍ୱର ୨୫।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେଥିରେ...

ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି...

ପୌରାଞ୍ଚଳରେ ପଲିଥିନ ନିଷେଧ: ଅକ୍ଟୋବର ୨ରୁ ସାରା ରାଜ୍ୟରେ ଲାଗୁ ହେବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସବୁ ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ...

ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ: ଡ୍ରାଇଭର ଗିରଫ

ନୟାଗଡ଼ ଅଫିସ,୧୫।୨: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣୀଗୋଛା ରାଜପୁତ ଢାବା ନିକଟରୁ ଶନିବାର ଏକ ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେନ୍ଦ୍ରୀୟ...

କଟକ ଚଣ୍ଡି ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ

କଟକ ଅଫିସ,୨୧।୪: କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଗୁରୁବାର ସେ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ...

Advertisement
Archives

Model This Week