ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ ବାରମ୍ବାର ଅପିଲ କରିଛନ୍ତି। ହେଲେ ଓଡିଶାରୁ ଅନେକ ଶ୍ରମିକ ପଦଯାତ୍ରା, ସାଇକେଲ ଯାତ୍ରା ଓ ଅନ୍ୟାନ୍ୟ ଉପାୟରେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । କେତେକ ଏଥିରେ ସଫଳ ହେଉଥିବା ବେଳେ ଅନ୍ୟ କେତେକ ଶ୍ରମିକ ପୋଲିସ ଦ୍ୱାରା ଅଟକ ରହିତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ ହେଉଛନ୍ତି । ବାମରାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗ ଯାଉଥିବା କେତେକ ଶ୍ରମିକ ଏଭଳି ଫସିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶୀଦାବାଦ ଜିଲା ଅଞ୍ଚଳର ୧୨ଜଣ ଶ୍ରମିକ ବାମରା ବ୍ଲକ ସଦର ମହକୁମା ଗଣେଶ ନଗର ଅଞ୍ଚଳରେ ରହି ପୁରୁଣା ଲୁହାଟିଣ କ୍ରୟ ବିକ୍ରୟ କରି ରୋଜଗାର କରି ଆସୁଥିଲେ । କରୋନା ଭାଇରସକୁ ନେଇ ଦେଶରେ ଲକଡାଉନ ଘୋଷଣା ହେବା ପରେ ସେମାନେ ନିଜ ରୋଜଗାର ହରାଇଥିଲେ। ଶେଷରେ ପରିବାର ଓ ଭିଟାମାଟି ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ସେମାନଙ୍କ ମଧ୍ୟରୁ ୮ ଜଣ ନିଜ ଘରକୁ ସାଇକେଲରେ ଫେରିଯିବା ପାଇଁ ସ୍ଥିର କରିଥିଲେ। ୧୨ ତାରିଖ ବାମରାରୁ ଘରକୁ ବାହାରିଥିଲେ । ବାଟରେ ବଡଗାଁ ଓ ରାଜଗାଙ୍ଗପୁରରେ କାମ କରୁଥିବା ଅନ୍ୟ କେତେକ ଶ୍ରମିକ ମିଶିଥିଲେ। ଓଡିଶା ସୀମା ଡେଇଁ ସେମାନେ ଝାଡ଼ଖଣ୍ଡ ରାଞ୍ଚତ୍ ଧାନବାଦ ଦେଇ ପଶ୍ଚମବଙ୍ଗ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ସୀମାରେ ମୁତ୍ତୟନ ଥିବା ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚତ୍ ଜିଲା ସିଲି ଥାନା ପୋଲିସ ଅଟକାଇଥିଲା। ସମସ୍ତଙ୍କ ସ୍ବାବ ନମୁନା ପରୀକ୍ଷା କରି ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦେଇଥିବା ସେମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକାଜାମ କଲା ମୋଟର ଚାଳକ ସଂଘ: ବରଗଡ଼ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ

ବରଗଡ଼ ଅଫିସ,୨୭।୭: ମୋଟର ଚାଳକ(ଡ୍ରାଇଭର)ଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ କରି ୯ଦଫା ଦାବି ନେଇ ମଙ୍ଗଳବାର ଓଡ଼ିଶା...

ବାଲେଶ୍ୱରରେ ଖୋଲିଲା ଶ୍ରୀଲେଦର ଶୋ’ରୁମ୍‌

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ୱର ସହରର ଷ୍ଟେଶନ ରାସ୍ତାରେ ଦେଶର ଅନ୍ୟତମ ପ୍ରମୁଖ ଜୋତା କମ୍ପାନୀ ‘ଶ୍ରୀଲେଦର’ର ଶୋ’ରୁମ୍‌ ଖୋଲିଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ...

ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ...

ବନ୍ଦ ହେଲା ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା

ଅନୁଗୋଳ ଅଫିସ, ୨୯।୩ – କରୋନା ରୋକିବାକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ଅତ୍ୟନ୍ତ ଆବଶ୍ୟକ। ଏପରି କି ପରିବା ଦୋକାନ ଠାରୁ...

କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ: ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଫେରୁଥିଲା

ଭଞ୍ଜନଗର,୨ା୫(ଡି.ଏନ୍‌.ଏ.)- ପ୍ରବାସୀ ଓଡ଼ିଆଙ୍କୁ ସୁରଟରୁ ନେଇ ଫେରୁଥିବା ଏକ ବସ ଶନିବାର ରାତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ...

ବୈତରଣୀ ନଦୀଶଯ୍ୟାରୁ ବାଲି ଲୁଟ୍‌

ଯାଜପୁର ରୋଡ,୩୦ା୮(ଡି.ଏନ.ଏ.):ନଦୀଶଯ୍ୟାରୁ ବାଲି ଖନନ ପାଇଁ କୌଣସି ମେଶିନ ବ୍ୟବହାର ଅନୁମତି ଦିଆଯିବ ନାହିଁ। ଏହାସହ ବାଲିଖାଦାନଗୁଡ଼ିକରେ ସିସିଟିଭି ଏବଂ ପରିବହନ ଗାଡ଼ିରେ ଜିପିଏସ୍‌ ସ୍ଥାପନ...

ଆଜି ମାଘ ସପ୍ତମୀ: ବିନା ଶ୍ରଦ୍ଧାଳୁରେ ବୁଡ଼ ସମ୍ପନ୍ନ

କୋଣାର୍କ,୭ା୨(ଡି.ଏନ୍‌.ଏ.): ଆଜି ପବିତ୍ର ମାଘ ସପ୍ତମୀ। କୋଭିଡ୍‌ କଟକଣାରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ନୀତି ସମ୍ପନ୍ନ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା...

ଗିରଫ ପରେ ଜେଲ ଗଲେ ଶିକ୍ଷକ

ଭବାନୀପାଟଣା,୭।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମାଲିଗଁା ପଞ୍ଚାୟତରେ ଗତ ନଭେମ୍ଭର ୧୧ରେ ମାସିକ ପଞ୍ଚାୟତ ବୈଠକ ସାରି ସ୍ଥାନୀୟ ୱାର୍ଡମେମ୍ବରମାନେ ଫେରୁଥିବା ବେଳେ...

Advertisement
Archives

Model This Week