ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍ଫଣ୍ଡ ସଂସ୍ଥାର ଅନ୍ୟତମ ଏମ୍ଡି ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍)ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ ଦାୟିତ୍ୱରେ ଥିବା ସିଭିଲ ରେଜିଷ୍ଟ୍ରାର ଅମିତ ସ୍ବରୂପ ସେଠ୍ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ ଛତିଶଗଡ଼ ପୋଲିସକୁ ଅନୁମତି ଦେଇଛନ୍ତି। ଛତିଶଗଡ଼ ରାଜ୍ୟ ଚେରିମେରି ଥାନା ଇଲାକାରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ୨୦୧୬ ମାର୍ଚ୍ଚ ୫ରେ ଅଭିଯୋଗ ହୋଇଥିଲା। ଏ ନେଇ ଚେରିମେରି ଥାନା ଥାନାରେ ମାମଲା ନଂ. ୭୯/୧୬ ରୁଜୁ ହୋଇଥିଲା। ସେବେଠାରୁ ସଂସ୍ଥାର ଏମଡି ଜିତେନ୍ଦ୍ରଙ୍କୁ ପୋଲିସ ଖୋଜୁଥିଲା। ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଗଣପତି ନଗରରେ ଜିତେନ୍ଦ୍ର ଲୁଚି ରହୁଥିବା ସୂଚନା ମିଳିଥିଲା। ତେଣୁ ଛତିଶଗଡ଼ ପୋଲିସ ଗୁରୁବାର ଠାରୁ ବ୍ରହ୍ମପୁରରେ ଡ଼େରା ପକାଇଥିଲା। ବ୍ରହ୍ମପୁର ଟାଉନ ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ର ଡିଏସ୍ପି କରିନା କୁମାର ୱାଇ, ଇନ୍ସପେକ୍ଟର ଅଭିଳାଶ ଦୁବେଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଶୁକ୍ରବାର ବ୍ରହ୍ମପୁର ଆସି ଜିତେନ୍ଦ୍ରଙ୍କୁ ଛତିଶଗଡ଼ ନେଇଛନ୍ତି।

ରଙ୍ଗ୍ ଡ୍ରାଇଭିଂ କଲେ ଚକା ଲିକ !
ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର
ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ...

୧୮୭୨ କୋଟିର ୮ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟ ସରକାର ୧୮୭୨.୧୧କୋଟି ଟଙ୍କାର ୮ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ...

କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ
ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ...

ନନ୍ଦିନୀଙ୍କ ୮୮ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ନେତାଙ୍କ ମାଲ୍ୟାର୍ପଣ; ଶ୍ରଦ୍ଧାଞ୍ଜଳି ଦେଲେ ‘ଧରିତ୍ରୀ ଓ ଓଡ଼ିଶାପୋଷ୍ଟ’ ପରିବାର
ଭୁବନେଶ୍ୱର,୯।୬(ବ୍ୟୁରୋ): ଭାରତୀୟ ସଂସ୍କୃତି ଏବଂ ରାଜନୀତି କ୍ଷେତ୍ରରେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱର ଛାପ ଛାଡ଼ିଥିବା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରବିବାର ହେଉଛି...

କିରୋସିନ ଚୋରା ଚାଲାଣ ବେଳେ ଗୋଡେଇ ଧରିଲେ ଗ୍ରାମବାସୀ
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ବୁଧବାର ଟ୍ରାକ୍ଟର ଯୋଗେ ୨ ବ୍ୟାରେଲ ପିଡିଏସ୍ କିରୋସିନ ଚୋରାଚାଲାଣ ବେଳେ ଗ୍ରାମବାସୀ ପିଛା କରିଥିଲେ। ସମ୍ପୃକ୍ତ...

ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ରାଜ୍ୟରେ କରୋନାରେ ମଙ୍ଗଳବାର ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି।...

ବର୍ଷେ ବିତିଲା, ୩୨ ଏମ୍ସିସି କାମ ସରିଲାନି
ଭୁବନେଶ୍ୱର, ୧୫।୯(ବ୍ୟୁରୋ): ରାଜଧାନୀରେ ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ...