ଗ୍ରାହକଶୂନ୍ୟ ନର୍ସରି, ନଷ୍ଟ ହେଉଛି ଚାରା

ଜୟପୁର,୨୯ା୪(ନି.ପ୍ର.): ପାଖାପାଖି ୪୦ ଦିନର ଲକ୍‌ଡାଉନ। ସ୍ବାସ୍ଥ୍ୟକୁ ଆଖି ଆଗରେ ସମାଜର ସବୁ ବର୍ଗର ଲୋକେ ସିନା ଘର ଭିତରେ ରହିଛନ୍ତି, କିନ୍ତୁ ସେମାନଙ୍କ ଜୀବନ ଜୀବିକା ଏବେ ହୁଡ଼ିବାକୁ ବସିଲାଣି। ଜୟପୁର ନିକଟସ୍ଥ ତେଲିଗୁଡ଼ାର ପାୟଲ ନର୍ସରୀ ସେହିଭଳି ସମସ୍ୟା ଭୋଗିଛି। ଲକ୍‌ଡାଉନ ଯୋଗୁ ସେମାନଙ୍କ ଚାରା ବିକ୍ରି ହୋଇପାରୁ ନାହିଁ।
କୋଲକତା ନିକଟସ୍ଥ ଦିଘା ଗ୍ରାମର ସଞ୍ଜୟ ଜେନା ଜୟପୁର ତେଲିଗୁଡ଼ାରେ ୨ ଏକର ଜମି ଲିଜ ନେଇ ଫୁଲ ଓ ଫଳ ଚାରା ଲଗାଇଛନ୍ତି। କୋଲକତା, ପୁନେ, ବେଙ୍ଗାଲୁରୁରୁ ଛୋଟ ଚାରା ଆଣି ତେଲିଗୁଡ଼ା ନର୍ସରିରେ ଲଗାଇବା ସହ ତାକୁ ବଡ଼ଚାରାରେ ପରିଣତ କରନ୍ତି। ସେହି ଚାରାରେ ଫୁଲ ଓ ଫଳ ଧରିବା ପରେ ବଜାରକୁ ନେଇ ବିକ୍ରି କରନ୍ତି। ଏହି ନର୍ସରିରେ ୨୫୦ ପ୍ରକାର ଫୁଲ ଓ ଶତାଧିକ ଫଳଚାରା ଲଗାଯାଇଛି। ଏସବୁ ଚାରାରେ ଫୁଲ ଫଳ ଧରିବା ପରେ ତାକୁ ଜୟପୁର, କୋରାପୁଟ, ସେମିଳିଗୁଡ଼ା, ନବରଙ୍ଗପୁର, ଉମରକୋଟ, ଗୋବିନ୍ଦପାଲିରେ ବିକ୍ରି କରାଯାଏ। ପୂର୍ବରୁ ଦୈନିକ ୬ରୁ ୭ ହଜାର ଟଙ୍କାର ଚାରା ବିକ୍ରି ହେଉଥିଲା। ଏବେ ଲକ୍‌ଡାଉନ ଯୋଗୁ କେହି ବାହାରି ପାରୁନାହାନ୍ତି କି କେହି ଗ୍ରାହକ ମଧ୍ୟ ନର୍ସରିକୁ ଆସୁନାହାନ୍ତି। ଫଳରେ ଚାରା ନଷ୍ଟ ହେବାକୁ ଲାଗିଲାଣି। କିନ୍ତୁ ଲକ୍‌ଡାଉନ ପାଇଁ ସବୁ କିଛି ହୁଡ଼ିଛି। ଏହି ନର୍ସରିରେ ୮ ଜଣ ଶ୍ରମିକ କାମ କରୁଥିବା ବେଳେ ସେମାନଙ୍କୁ ଦୈନିକ ମଜୁରି ଦେଇପାରୁ ନାହାନ୍ତି ମାଲିକ। ଶ୍ରମିକମାନେ ମଧ୍ୟ ବାହାର ରାଜ୍ୟର ହୋଇଥିବାରୁ ପ୍ରଶାସନ ପାଖରୁ ସେମାନଙ୍କୁ କିଛି ସହାୟତା ମିଳିପାରୁ ନାହିଁ। ଲକ୍ଷାଧିକ ଟଙ୍କାର ଚାରା ନଷ୍ଟ ହେବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୭।୧୦: ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବିଭିନ୍ନ ଶକ୍ତିପୀଠ ଏବଂ ପୂଜାମଣ୍ଡପରେ ମା’ଙ୍କୁ ଆବାହନୀ କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ...

ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର...

ମାଟି ତଳେ ଶହ ଶହ ଆଧାରକାର୍ଡ଼

ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍‌ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ...

ତଳିଆ ଅଞ୍ଚଳ ସ୍ଥିତି ପରଖିଲେ ଅଧିକାରୀ

ଆରଡି, ୨୧ା୮(ଡି.ଏନ.ଏ.)- ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ଆସିଛି । ବର୍ଷା ପରିମାଣ କମିବାରୁ ଆଖୁଆପଦାଠାରେ ମଙ୍ଗଳବାର ଜଳସ୍ତର ହ୍ରାସ ପାଇଥିବା...

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ...

ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା

ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ନାଲ୍‌କୋ ଦେଲା ୫୦ ହଜାର ମାସ୍କ

ବଅଁରପାଳ, ୨୩ା୪(ଡି.ଏନ.ଏ.) କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ନାଲ୍‌କୋ ପକ୍ଷରୁ ୫୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିସହ...

କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନ ଦେଲେ ଗଡିବନି ବସ୍‌

ଜୟପୁର,୨୮ା୫(ଡି.ଏନ.ଏ./ନି.ପ୍ର. )- ଯାତ୍ରୀବାହୀ ବସ୍‌ ଚଳାଚଳ ଆସନ୍ତା ୧ରୁ ଚାଲିବ। ଏନେଇ ରାଜ୍ୟସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଘୋରଇ ବସ୍‌ ମାଲିକ...

Play 250+ Trending Games
Archives

Model This Week

Why Dharitri