ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁ ନୁହେଁ, ଗୃହପାଳିତ ପ୍ରାଣୀ ଯଥା ଗୋରୁ ଏବଂ ମଇଁଷିଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଟ୍ରାଫିକ୍‌ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ମାଲିକମାନେ କ୍ଷୀର ଦୁହିଁଦେବା ପରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏଗୁଡ଼ିକ ସାରା ଦିନ ସହରରେ ଏଣେତେଣେ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରରେ ଥିବା ସମସ୍ତ ଗୋରୁ ଏବଂ ମଇଁଷିର ଟ୍ୟାଗିଂ କରାଯିବ। ପ୍ରତ୍ୟକଙ୍କ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ରାସ୍ତାରେ ଯଦି ଗୋରୁ କି ମଇଁଷି ବୁଲାବୁଲି କରୁଥିବେ, ତେବେ ବିଏମ୍‌ସି ପକ୍ଷରୁ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ।
ଗୃହପାଳିତ ପ୍ରାଣୀଙ୍କ ଯୋଗୁ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ନେଇ ଅନେକ ଥର ବିଏମ୍‌ସିର ବୈଠକରେ ଆଲୋଚନା ହେଉଥିଲା। କିନ୍ତୁ ଏହାର ସମାଧାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇପାରୁ ନ ଥିଲା। ଗତ ଫେବୃୟାରୀ ୨୨ତାରିଖରେ ତତ୍କାଳୀନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ, କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ ଏବଂ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗୃହପାଳିତ ପ୍ରାଣୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋରୁ, ମଇଁଷିକୁ ଚିହ୍ନଟ କରିବା ସହ ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏକାଠି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ।
ପଶୁ ସମ୍ପଦ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ତ୍ରିନାଥ ନାୟକଙ୍କ କହିବାନୁଯାୟୀ, ପ୍ରତ୍ୟକ ଗୋରୁ ଏବଂ ମଇଁଷିଙ୍କ ୧୧ ସଂଖ୍ୟା ବିଶିଷ୍ଠ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ଏଥିରେ ମାଲିକଙ୍କ ନାମ, ଠିକଣା ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ରଖାଯିବ। ଏହି ଟ୍ୟାଗ୍‌କୁ ପଶୁଙ୍କ କାନ ପାଖରେ ଖଞ୍ଜା ଯିବ। ଯଦି ଗୃହପାଳିତ ପ୍ରାଣୀ ଏଣେତେଣେ ବୁଲାବୁଲି କରୁଥିବ, ତେବେ ବିଏମ୍‌ସି କର୍ମଚାରୀମାନେ ତାକୁ ଧରିନେଇ ଗୋଶାଳାରେ ରଖିବେ। ନମ୍ବରକୁ ଦେଖି ମାଲିକଙ୍କୁ ଡକାଇ ଜରିମାନା ଆଦାୟ କରାଯିବ। ଭବିଷ୍ୟତରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଖୋଲା ଛାଡ଼ିବେ ନାହିଁ ବୋଲି ମାଲିକମାନେ ଲିଖିତ ଆକାରରେ ଦେବେ। ତେବେ ଏସବୁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟକ ୱାର୍ଡ଼ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହେବ। ଉକ୍ତ ତାରିଖରେ ନିଜ ନିଜ ଗୃହପାଳିତ ପ୍ରାଣୀଙ୍କୁ ଘର ଓ ଗୁହାଳରେ ରଖିବାକୁ କୁହାଯିବ। ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ପହଞ୍ଚି ଟ୍ୟାଗିଂ କରିବେ। ଖୁବ୍‌ ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଜୁଲାଇରୁ ଟ୍ୟାଗିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କ କହିବାନୁଯାୟୀ, ଗୃହପାଳିତ ପ୍ରାଣୀଙ୍କୁ ଟ୍ୟାଗିଂ ଦାୟିତ୍ୱ ପ୍ରାଣୀଧନ ବିଭାଗକୁ ପ୍ରଦାନ କରାଯାଇଛି। ତେବେ ଗୋରୁ କି ମଇଁଷିଙ୍କୁ ଧରିବା ପରେ ମାଲିକଙ୍କଠାରୁ କେତେଟଙ୍କା ଜରିମାନା ଆଦାୟ କରାଯିବ, ସେନେଇ ନିଷ୍ପତ୍ତି ନିଆଯାଇନାହିଁ। ଓଡ଼ିଶାରେ ପ୍ରଥମେ ଭୁବନେଶ୍ୱରରେ ଏହି ଟ୍ୟାଗିଂ କରାଯାଇଥିଲା। ବ୍ରହ୍ମପୁର ଦ୍ୱିତୀୟ ସହର ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୨ରେ ବ୍ରହ୍ମପୁର ସହରାଞ୍ଚଳରେ ପ୍ରାଣୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରରେ ଗୋରୁ ୬୩୫୯ ଏବଂ ମଇଁଷିଙ୍କ ସଂଖ୍ୟା ୭୯୩ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଗରେ ଚାଲିଗଲା ଶିଶୁପୁତ୍ରର ଜୀବନ

ପୋଲସରା,୧୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନ ପଞ୍ଚାୟତ ବିରିପୁର ଗ୍ରାମ ପୋଖରୀରେ ବୁଡି ବୁଧବାର ଗ୍ରାମର ଅରୁଣ ବିଷୋୟୀଙ୍କ ୩ ବର୍ଷୀୟ...

୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର...

ଜମି ବିବାଦକୁ ନେଇ ମାଲିକ-କିନ୍ନର ଗୋଷ୍ଠୀ ମୁହଁ।ମୁହିଁ

ବ୍ରହ୍ମପୁର ଅଫିସ,୨୪ା୬-ଗୋଷାଣୀନୂଆଗଁ। ରେ ଥାନା ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ଜମି ବିବାଦ ଏବେ ଉଗ୍ରରୂପ ନେଇଛି। ଗୋଟିଏ ପଟେ...

ଦୋକାନରେ ଚଢ଼ାଉ, ୨୭ କେଜି ପଲିଥିନ ଜବତ

ଭଞ୍ଜନଗର,୧୯।୬(ଡି.ଏନ.ଏ)-ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ତଥାପି ବେଧଡ଼କ ବହୁଳ ଭାବେ ଏହାର ବ୍ୟବହାର ଚାଲିଛି। ଭଞ୍ଜନଗର ସହରରେ ବହୁଳ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର...

ସତ୍ୟଙ୍କ କ୍ଷୁଦ୍ରତମ ହକି ଷ୍ଟିକ୍‌: ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ

ବ୍ରହ୍ମପୁର ଅଫିସ,୧୯ା୧: ପୁରୁଷ ବିଶ୍ୱକପ୍‌ ହକି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କ୍ଷୁଦ୍ରତମ ହକି ଷ୍ଟିକ୍‌ ନିର୍ମାଣ କରି ଇଣ୍ଡିଆ ବୁକ୍‌ ଅଫ୍‌...

୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ...

ଜଳଖିଆ ଖାଇବା ପରେ ଜୀବନ ହାରିଲେ କଏଦୀ

ଭଞ୍ଜନଗର,୨୧।୧୧(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର...

ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌...

Advertisement
Archives

Model This Week