ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ

ରୂପ୍‌ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି ତାଙ୍କ ବାଇକ୍‌ ସହ ୧ଲକ୍ଷ ୭୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ହଳଦୀପଦା ଫାଣ୍ଡି ଅଧିକାରୀ ବଦ୍ରିଶଙ୍କର ଷଣ୍ଢ ପହଞ୍ଚତ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ରୂପ୍‌ସା ଥାନା ଆଗମୌଦା ଗ୍ରାମର ଗୋରୁ ବ୍ୟବସାୟୀ ଭିକାରୀ ଚରଣ ପ୍ରଧାନ ବାରିକପୁର ହାଟରୁ ବ୍ୟବସାୟ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ବାଇକ୍‌ ଡିକିରେ ୧ଲକ୍ଷ ୭୦ହଜାର ଟଙ୍କା ଥିଲା ବୋଲି ସେ କହିଛନ୍ତି। ନିଧିପଣ୍ଡା ଛକ ନିକଟରେ ଏକ ପଲସରରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୁଣ୍ଡକୁ ଭୁଜାଲି ମାଡ଼ କରିଥିଲେ। ଭୟଭୀତ କରାଇ ଭିକାରୀଙ୍କ ବାଇକ୍‌ ସହ ଟଙ୍କା ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ଆହତ ଭିକାରୀ ମୋବାଇଲ ଯୋଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ପହଞ୍ଚତ୍ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ପଛ ଜଙ୍ଗଲରେ ହାତୀ

ଖୋର୍ଦ୍ଧା ଅଫିସ,୯।୪: ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ପୂର୍ବେ ରାମଚଣ୍ଡୀ ଠାରେ ଏକ ହାତୀ ଆକ୍ରମଣରେ...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ...

ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ...

ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲେ ମହିଳା ମୋର୍ଚ୍ଚା

ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣା ନେଇ ବୁଧବାର ଜିଲା...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ...

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, ଏମ୍‌ପି ଜୟରାମ ରମେଶ। କଂଗ୍ରେସ...

୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି ବାଲି ବୋଝଇ ଟ୍ରକ୍‌ ଜବତ କରାଯାଇଥିବା ଜଣାପଡ଼ିଛି l ଜବତ ଟ୍ରକ୍‌ଗୁଡ଼ିକ ଗଞ୍ଜାମ ଥାନା ସମ୍ମୁଖରେ ଦୁଇ...

Advertisement
Archives

Model This Week