ଗୋଦାମରେ ଚଢ଼ାଉ, ୧୬ ବସ୍ତା ଗୁଟ୍‌ଖା ଜବତ

ଜୟପୁର,୨୯ା୪(ନି.ପ୍ର./ଡି.ଏନ୍‌.ଏ.): ଲକ୍‌ଡାଉନ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ସହରରେ ଗୁଟ୍‌ଖା ଓ ତମାଖୁର ଅବାଧ ବିକ୍ରି ଚାଲିଛି। ତେଣୁ ବୁଧବାର ପୋଲିସ, ତହସିଲ ଓ ପୌରପରିଷଦ ମିଳିତ ଭାବେ ସହରର ଭଦ୍ରାୟାସାହିରେ ଥିବା ଦୋକାନ ଓ ୨ଟି ଗୋଦାମରେ ଚଢ଼ାଉ କରି ୧୬ ବସ୍ତା ଗୁଟ୍‌ଖା ଜବତ କରିଛି।
ରାଜ୍ୟ ଓ କେନ୍ଦ୍ର ସରକାର ଗୁଟ୍‌ଖା ବିକ୍ରିକୁ ବେନିୟମ ଘୋଷଣା କରିଥିଲେ ମଧ୍ୟ ଏହା ଜୟପୁର ଅଞ୍ଚଳରେ ଖୋଲାଖୋଲି ଚଢ଼ା ଦରରେ ବିକ୍ରି ହେଉଛି। ଆନ୍ଧ୍ରର ବିଜୟନଗରମ, ଛତିଶଗଡ଼ର ରାୟପୁର, ଜଗଦଲପୁର, ବ୍ରହ୍ମପୁରରୁ ଏହି ଦ୍ରବ୍ୟ ସବୁ ଜୟପୁର ଆସୁଛି। ଲକ୍‌ଡାଉନ ସତ୍ତ୍ୱେ ଚଢ଼ାଉ ହୋଇଥିବା ଗୋଦାମକୁ ଗତ ମଙ୍ଗଳବାର ବ୍ରହ୍ମପୁରରୁ ବିପୁଳ ପରିମାଣର ଗୁଟ୍‌ଖା ଆସିଥିଲା ଓ ଏହାକୁ ବ୍ୟବସାୟୀ ଜଣକ ଚଢ଼ା ଦରକରେ ବିକ୍ରି କରୁଥିଲେ। ପୌରସଂସ୍ଥା ଗୋଦାମ ମାଲିକ ବ୍ୟବସାୟୀ ନାରାୟଣ ସାହୁଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଚଢ଼ାଉରେ ତହସିଲଦାର ଅଶ୍ୱିନ ମହାପାତ୍ର, ନୀଳାମ୍ବର ପୂଜାରୀ, ଟାଉନ ଥାନା ଏସ୍‌ଆଇ ସୁନିତା ବେହେରା, ଜୟପୁର ପୌର କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ...

ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭଦ୍ରକ ଅଫିସ,୨୮।୧୦: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ି ପ୍ରାୟ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ...

ସ୍ବାସ୍ଥ୍ୟ ବୀମା କାର୍ଯ୍ୟକାରିତା ନେଇ ଦାବିପତ୍ର

ଯାଜପୁରରୋଡ/କଳିଙ୍ଗନଗର,୨୭।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଯାଜପୁର ଜିଲା ବ୍ୟାସନଗର ସହର ଆଗାମୀ ଦିନରେ ପ୍ରମୁଖ ସହର ହେବାକୁ ଯାଉଛି ା କିନ୍ତୁ ଜିଲା ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ...

ସମୁଦ୍ରରେ ଭାସିଗଲେ ୫ ଛାତ୍ର: ୪ ଉଦ୍ଧାର, ଜଣେ ନିଖୋଜ

ବାଲିଆପାଳ,୧୮।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ଡଗରା ବେଳାଭୂମିରେ ଜାମୁସୁଳି କଲେଜର ୫ ଛାତ୍ର ଗାଧୋଉଥିବା ସମୟରେ ସୋମବାର ସମୁଦ୍ରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ...

ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ରୂପ୍‌ସା, ୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଶନିବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୀପକ ମାଝିଙ୍କୁ ଗିରଫ...

ଏଥର ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ: ଗଞ୍ଜାମ ଜିଲାପାଳ

ଗଞ୍ଜାମ, ୫।୪(ଡି.ଏନ୍‌.ଏ): କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି...

Advertisement


Archives

Model This Week