Posted inଜାତୀୟ

ଗୁଲାମ ନବୀଙ୍କ ପୁତୁରା ଭାଜପାରେ ସାମିଲ

ଜମ୍ମୁ,୨୮।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାଶିର ଆଜାଦ ଭାଜପାରେ ସାମିଲ ହୋଇଛନ୍ତି। ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ସେ ପ୍ରଭାବିତ ହୋଇଥିବା କହିଛନ୍ତି। ଗୁଲାମ ନବୀଙ୍କ ସାନଭାଇ ଲିଆକତ୍‌ ଅଲିଙ୍କ ପୁଅ ମୁବାଶିର। ଦାଦା ଗୁଲାମ ନବୀଙ୍କୁ କଂଗ୍ରେସ ନେତୃତ୍ୱ ଅସମ୍ମାନିତ କରୁଛି, ଯାହା ତାଙ୍କୁ ଆଘାତ ଦେଇଛି। ସେହି କାରଣରୁ ସେ ପୁରାତନ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ ବୋଲି ମୁବାଶିର କହିଛନ୍ତି। ତେବେ ଭାଜପାରେ ସାମିଲ ହେବା ଯୋଜନା ସମ୍ପର୍କରେ ସେ ତାଙ୍କ ଦାଦାଙ୍କ ସହ ଆଲୋଚନା କରି ନ ଥିବା କହିଛନ୍ତି।

ଜମ୍ମୁ-କଶ୍ମୀରର ଭାଜପା ସଭାପତି ରବୀନ୍ଦ୍ର ରାଇନା ଏବଂ ଅନ୍ୟ ବରିଷ୍ଠ ନେତା ମୁବାଶିର ଓ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଛନ୍ତି। ଗୈରିକ ଦଳରେ ମୁବାଶିରଙ୍କ ଯୋଗଦାନ ଏକ ଟର୍ନିଂ ପଏଣ୍ଟ। ଡୋଡା, କିସ୍ତଓ୍ବାର ଏବଂ ରାମ୍ବାନ ଜିଲାରୁ ଅଧିକ ଯୁବ କର୍ମୀ ଦଳରେ ସାମିଲ ହେବାରେ ଏହା ସହାୟକ ହେବ ବୋଲି ରାଇନା କହିଛନ୍ତି। ୨୦୦୯ରେ ଗୁଲାମ ନବୀଙ୍କ ଭାଇ ଗୁଲାମ ଅଲି ଭାଜପାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ସ୍ବର ସମ୍ରାଜ୍ଞୀ

ମୁମ୍ବାଇ, ୭ ।୨: ଭାରତୀୟ ସଙ୍ଗୀତ ଦୁନିଆରେ ଘଟିଛି ଏକ ଯୁଗର ଅବସାନ। ୨୮ ଦିନ ଧରି କରୋନା ସହ ଲଢ଼େଇ ପରେ ସଙ୍ଗୀତର ସରସ୍ବତୀ...

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ...

ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୯।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିହାର ପାଇଁ ବିନୋଦ ଟଓ୍ବଡେଙ୍କୁ ସାଧାରଣ ସମ୍ପାଦକ...

୫୦୦ ଫୁଟ ତଳକୁ ଖସିଲା ବସ୍‌:୨୫ ଯାତ୍ରୀ ମୃତ, ୩୫ ଆହତ

ଶିମ୍‌ଲା,୨୧।୬:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଏକ ଘରୋଇ ବସ୍‌ ୫୦୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟ...

ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି...

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ...

‘ପାକ୍‌ ସହ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଛୁ, ପରୋକ୍ଷ ବି ଜିତିବୁ’

ନୂଆଦିଲ୍ଲୀ, ୧୩।୧୨: ଭାରତ ୧୯୭୧ରେ ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଥିଲା। ଏବେ ପାକିସ୍ତାନ ପ୍ରେରିତ ଆତଙ୍କବାଦ ବିରୋଧରେ ପରୋକ୍ଷ ଯୁଦ୍ଧରେ ମଧ୍ୟ ଆମେ ଜିତିବୁ...

ଲିଭ୍‌-ଇନ୍‌ରେ ରହିବା ଅପବିତ୍ର

ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍‌-ଇନ୍‌ ରିଲେସନଶିପ୍‌କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା...

Advertisement
Archives

Model This Week