ଗୁରୁବାରଠାରୁ ଘରେ ପହଞ୍ଚିବ ମଦ

ମୁମ୍ବାଇ, ୧୩ା୫: ମହାମାରୀ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଦ୍ୟପଙ୍କ ଲାଗି ମଦ ହୋମ୍‌ ଡେଲିଭରି କରିବା ପଦକ୍ଷେପ ଗ୍ରହଣ କରୁଛନ୍ତି। ଘରପାଖ ରିଟେଲ ଶପ୍‌ରୁ ଅନ୍‌ଲାଇନ୍‌ରେ ଯେକେହି ମଦ ମଗାଇ ପାରିବେ। ବର୍ତ୍ତମାନ ଫୋନ୍‌ ଦ୍ୱାରା ଏହାକୁ ଅର୍ଡର କରାଯାଇ ପାରିବ ବୋଲି ସରକାର କହିଛନ୍ତି। ମଦ ଅର୍ଡର କରିବାର ଦୁଇଦିନ ମଧ୍ୟରେ ଏହା ଗ୍ରାହକଙ୍କ ଘରେ ପହଞ୍ଚିବ। କାରଣ ଡେଲିଭରି ବୟ, ପ୍ରସ୍ତୁତି ସହ ଯୋଗାଇବା ଲାଗି କିଛି ସମୟ ଲାଗିବ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମଙ୍ଗଳବାରଠାରୁ ରାଜ୍ୟ ଅବକାରୀ ବିଭାଗ ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଖୋଲିବା ସହ ଲୋକଙ୍କ ଅର୍ଡର ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକଙ୍କ ନାମ ଓ ଠିକଣା ରଖି ଏସବୁକୁ ହୋମ୍‌ ଡେଲିଭରି କରିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ଇ-ଟୋକନ ସିଷ୍ଟମ ଲାଗୁକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ, ପୁଣେ, ନାସିକ ଆଦି ସହରର ହୋଲ୍‌ସେଲରମାନେ ଫୋନ୍‌ ଓ ଆପ୍‌ ମାଧ୍ୟମରେ ଅର୍ଡର ରଖି ନିର୍ଦ୍ଧାରିତ ସମୟରେ ମଦର ହୋମ୍‌ ଡେଲିଭରୀ କରିବାକୁ କୁହାଯାଇଛି। ସନ୍ଧ୍ୟା ୬ଟାରେ ସମସ୍ତ ମଦ ଦୋକାନ ବନ୍ଦ ରଖିବା ଓ ବିନା ଲାଇସେନ୍ସଯୁକ୍ତ ଦୋକାନ ଏହି କାରବାର ନ କରିବାକୁ ନିର୍ଦ୍ଦେଶ ରହିଛି। ହୋମ୍‌ ଡେଲିଭରି କରୁଥିବା ବୟ ମୁହଁରେ ମାସ୍କ ପିନ୍ଧିବା, ହ୍ୟାଣ୍ଡ୍‌ ସାନିଟାଇଜର ବାରମ୍ବାର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷାକରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏହି ବୟ ମେଡିକାଲରୁ ଡାକ୍ତରଙ୍କ ଦ୍ୱାରା ସ୍ବୀକୃତ ଫିଟ୍‌ନେସ୍‌ ସାର୍ଟିଫିକେଟ ପାଇଥିବା ଜରୁରୀ। ମଦ ଦୋକାନ ମାଲିକ ଏସବୁର ଦାୟିତ୍ୱ ଗ୍ରହଣ କରି ବିଭିନ୍ନ ସ୍ଥିତିର ସମୀକ୍ଷା କରିବେ ବୋଲି କୁହାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆସୋସିଏସନ ଅଫ୍‌ ପ୍ରୋଗ୍ରେସିଭ୍‌ ଲିକର ଭେଣ୍ଡର୍ସ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦ ମହାସାଗରରେ ଭାରତ ନିିୟୋଜିତ କରିବ ଏହି ମିଶାଇଲ, ଚାଇନାର ୫ ସହରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୨: ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଜଳରାଶିରେ ଥିବା ଉଭୟ ଦେଶକୁ ଏକ...

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ...

ଅଶାନ୍ତ ପଶ୍ଚିମବଙ୍ଗ, ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା,୨୬।୨: ସାନ୍ଦେଶଖାଲୀ ବିବାଦ ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ଅଶୋକନଗରରେ ହତ୍ୟା ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ରାଜ୍ୟର ଶାସକ ଦଳ...

ଝାଡ଼ଖଣ୍ଡ କଂଗ୍ରେସକୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୨୬।୨: ସୋମବାର ଝାଡ଼ଖଣ୍ଡରେ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଏକମାତ୍ର ଏମପି ଗୀତା କୋଡା ଭାଜପାରେ ଯୋଗ ଦେଇଛନ୍ତି। ଗୀତା...

‘ଜଜ୍‌ ସାହେବ ଭୁଲ୍‌ କରିଦେଲି’

ନୂଆଦିଲ୍ଲୀ,୨୬ା୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଆଇଟି ସେଲ୍‌ ସହ ଜଡ଼ିତ ଅପମାନଜନକ ଭିଡିଓ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ଭୁଲ ସ୍ବୀକାର...

ISC Paper Postponed: ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୨: କାଉନସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସୋମବାର ଫେବୃଆରୀ ୨୬ରେ ଧାର୍ଯ୍ୟ ହୋଇଥିବା ରସାୟନ ବିଜ୍ଞାନ ପେପରକୁ ବାତିଲ୍‌ କରାଯାଇଛି।...

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିବୁ ଅଗ୍ନିପଥ ଯୋଜନା, ଲାଗୁ ହେବ ପୁରୁଣା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେନାରେ ନିୟମିତ ସେବା ପାଇଁ...

ପଶ୍ଚିମବଙ୍ଗରେ କଂଗ୍ରେସ ପୂର୍ବରୁ ଅଖିଳେଶ ଜିତିଲେ ମେଣ୍ଟର ଗେମ!

କୋଲକାତା,୨୬।୨: ଲୋକ ସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତ୍ରୁଣମୂଳ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri