Posted inଜାତୀୟ

ଗୁରୁଦିବସ ଅବସରରେ ସମ୍ମାନିତ ହେବେ ୪୬ ଶିକ୍ଷକ

ନୂଆଦିଲ୍ଲୀ,୪।୯: ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ରେ ପଡ଼ୁଥିବା ବେଳେ ସମଗ୍ର ଦେଶରେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ଗୁରୁଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୪୬ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ। ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଦିଲ୍ଲୀ, ଗାଜିଆବାଦ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀରର କଠୁଆ, ପଞ୍ଜାବ, ଉତ୍ତରପ୍ରଦେଶର ବାରବାଙ୍କୀ ଓ ଉତ୍ତରାଖଣ୍ଡର ଡେରାଡୁନ ପ୍ରମୁଖ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ସମ୍ମାନିତ କରାଯିବ। ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଛତିଶଗଡ଼, ମୁମ୍ବାଇ ଓ ବେଙ୍ଗାଲୁରୁରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଆଲର୍ଟ ଜାରି

ଶ୍ରୀନଗର, ୧୭।୫: ଜମ୍ମୁ-କଶ୍ମୀରରର ଶ୍ରୀନଗର ଏବଂ ଅବନ୍ତିପୋରା ଏୟାରବେସ୍‌ରେ ଆତଙ୍କବାଦୀଙ୍କ ଯୋଜନା ରହିଛି। ସୁରକ୍ଷା ଏଜେନ୍ସୀ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା...

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ...

ବିଚାରପତିଙ୍କ ଡ୍ରାଇଭର୍‌ ଥିଲେ ପିତା: ୨୬ ବର୍ଷରେ ପୁଅ ହେଲେ ସିଭିଲ୍‌ ଜଜ୍‌

ଭୋପାଳ,୨୪।୮: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ...

ଭାଜପାର ବିଜୟ ଅବା ପରାଜୟ ପାଇଁ ମୁଁ ଦାୟୀ ରହିବି: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ସାରା ଦେଶର ନଜର। ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ପ୍ରାୟ ସବୁଦଳ...

ମହାରାଷ୍ଟ୍ରରେ କଂଗ୍ରେସର ନୂଆ ଫର୍ମୂଲା: ୧୪-୧୪ ମନ୍ତ୍ରୀ; ୨ ଉପମୁଖ୍ୟ ମନ୍ତ୍ରୀ !

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି। ଭାଜପା ସରକାର ଗଠନରୁ ଓହରି ଯିବା ପରେ ଏବେ ଶିବସେନା ଏବେ ଏନ୍‌ସିପି ଏବଂ...

ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧି ଦୌଡିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା,୧୩।୯: ଗୟାସ୍ଥିତ ଡେଲହା ପୋଲିସ ଷ୍ଟେଶନରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ପୋଲିସ ଷ୍ଟେଶନରୁ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ...

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି।...

ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି...

Advertisement


Archives

Model This Week