ଗୁରୁତର ସଙ୍କଟରେ ଆମେରିକାର ଖବରକାଗଜ ଶିଳ୍ପ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମଣ ଖବର ସାଉଁଟିବାକୁ ପ୍ରବଳ ଆଗ୍ରହ ଦେଖାଉଥିବା ଆମେରିକା ସାମ୍ବାଦିକଙ୍କ ପାଇଁ ଏବେ ବିପଦ ଘନେଇ ଆସିଛି। ଏହା ଖବରକାଗଜ ଶିଳ୍ପ ପ୍ରତି ଏକ ବଡ଼ ବିଡ଼ମ୍ବନା ବୋଲି କୁହାଗଲାଣି। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠିକାପାଠକଙ୍କ ନିକଟରେ ଖବରଦାତାଙ୍କ ରିପୋର୍ଟ ପଢ଼ିବାର ଚାହିଦା ବଢ଼ିଯାଇଥିଲେ ହେଁ ଖବରକାଗଜ ଶିଳ୍ପ ଆର୍ଥିକ ଦୁର୍ଦ୍ଦିନରେ ପଡ଼ିଯାଇଛି। ଗଣମାଧ୍ୟମର ମୁଖ୍ୟ ଆୟର ଉତ୍ସ ବିଜ୍ଞାପନ କମିଯାଇଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।
କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ପାଠିକାପାଠକ ଏ ସଂକ୍ରାନ୍ତ ଖବର ଜାଣିବା ସକାଶେ ଖବରକାଗଜ ଓ ନ୍ୟୁଜ୍‌ ସାଇଟ୍‌ ଉପରେ ନିର୍ଭର କରୁଛନ୍ତି। ହେଲେ ଗଣମାଧ୍ୟମର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବାରୁ ସଂସ୍ଥାଗୁଡ଼ିକ ସାମ୍ବାଦିକଙ୍କୁ ଛଟେଇ କରୁଛନ୍ତି, ଫଳରେ ସେମାନଙ୍କ ଜୀବିକା ପ୍ରତି ବିପଦ ଦେଖାଦେଇଛି। ଏପରି କି ନାମକରା ଖବରକାଗଜଗୁଡ଼ିକ ସେମାନଙ୍କ ପ୍ରିଣ୍ଟିଂ ବନ୍ଦ କରିଦେଇ ଡିଜିଟାଲ ମଞ୍ଚକୁ ଆବୋରି ନେଲେଣି। ଖର୍ଚ୍ଚ ଅସମ୍ଭାଳ ହୋଇପଡ଼ିଛି। କାରଣ ବିଜ୍ଞାପନ ଦ୍ରୁତଗତିରେ କମିଯାଇଛି। ମୁଦ୍ରଣ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ହେଉଥିବାରୁ ପ୍ରିଣ୍ଟ ମିଡିଆ ସଙ୍କଟ ଦେଇ ଗତିକଲାଣି।
କରୋନା ଭୂତାଣୁ ଆମେରିକାର ଲୁଇସିଆନା ପ୍ରଦେଶରେ ଘୋର ବିପତ୍ତି ଆଣିଥିବାରୁ ସେଠାକାର ‘ଦି ଟାଇମ୍ସ ପିକାୟୁନ୍‌’ ତା’ର ୪୦୦ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଛୁଟି ଦେଇଦେଇଛି। ଅନ୍ୟମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାକୁ କହିଛି। ସେହିପରି ଓହିଓ ପ୍ରଦେଶର କ୍ଲେଭେଲାଣ୍ଡସ୍ଥିତ ଦୈନିକ ଖବରକାଗଜ ‘ଦି ପ୍ଲେନ୍‌ ଡିଲର’ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କ ସମେତ ନ୍ୟୁଜରୁମ୍‌ରେ କାମ କରୁଥିବା ୨୨ ଜଣ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ଅନୁରୂପ ଭାବେ ସିଆଟେଲ୍‌ର ‘ଦି ଉଇକ୍‌ଲି ଷ୍ଟ୍ରେଞ୍ଜର’ ପତ୍ରିକା ତା’ର ୧୮ ଜଣ କର୍ମଚାରୀଙ୍କୁ ସାମୟିକ ଭାବେ ବିଦା କରିଦେବା ପରେ ପ୍ରକାଶନକୁ ବନ୍ଦ କରିଦେଇଛି। କେତେକ ସ୍ଥାନୀୟ ଖବରକାଗଜ ସଂସ୍ଥାର ମାଲିକମାନେ କହିଲେଣି ଯେ, କରୋନା ଯୋଗୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଆହୁରି ଭାଙ୍ଗିପଡ଼ିଛି। ସେମାନେ ଖବରକାଗଜ କିମ୍ବା ପତ୍ରିକା ବାହାର କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି। ଏପରି କି କେତେକ ବିଶେଷଜ୍ଞ ମତ ଦେଲେଣି ଯେ, ଆଗକୁ ପରିସ୍ଥିତିରେ ସୁଧାର ଆସିବ ବୋଲି ସେମାନେ ଅନୁମାନ ଲଗାଇପାରୁ ନାହାନ୍ତି। ଆସନ୍ତା ଦିନଗୁଡ଼ିକରେ ପ୍ରିଣ୍ଟମିଡିଆ ଡଜନ୍‌ ନୁହେଁ, ଶହ ଶହ ସଂଖ୍ୟାରେ ବନ୍ଦ ହେବ ବୋଲି ଆଶଙ୍କା ଉପୁଜିଲାଣି। ପ୍ରଖ୍ୟାତ ସାମ୍ବାଦିକ, ଲେଖିକା ତଥା ୟୁନିଭର୍ସିଟି ଅଫ୍‌ ନର୍ଥ କରୋଲିନାର ଜର୍ନାଲିଜିମ୍‌ ଆଣ୍ଡ୍‌ ଡିଜିଟାଲ ମିଡିଆ ଇକୋନମିକ୍ସର ନାଇଟ୍‌ ଚେୟାର ଥିବା ପେନି ଏବର୍ନାଥି ଭବିଷ୍ୟବାଣୀ କଲେଣି ଯେ, ମିଡିଆ ଉପରେ ଘୋର କଳାବାଦଲ ଦେଖାଦେଲାଣି ଏବଂ ଆଗକୁ ଅନେକ ଖବରକାଗଜ ଓ ଓ୍ବେବ୍‌ସାଇଟ୍‌ ବନ୍ଦ ହୋଇଯିବ।
ବିଶେଷଜ୍ଞମାନେ ଆକଳନ କଲେଣି ଯେ ଆର୍ଥିକ ବୋଝରେ ନଇଁପଡ଼ିଥିବା ଛୋଟ ମିଡିଆ ହାଉସ୍‌ ପ୍ରଥମେ ଲୋପ ପାଇଯିବେ। କରୋନା ଭାଇରସ୍‌ର ପ୍ରଭାବ ପଡ଼ିବା ପୂର୍ବରୁ ମଧ୍ୟ ଗଣମାଧ୍ୟମ ଶିଳ୍ପ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିଆସୁଛି। ଆମେରିକାରେ ୨୦୦୪ରୁ ୨୦୧୮ ମଧ୍ୟରେ ପ୍ରାୟ ୧,୮୦୦ ଖବରକାଗଜ ବନ୍ଦ ହୋଇଯାଇଥିଲା। କାରଣ ପାଠିକାପାଠକମାନେ ଏସବୁ କିଣିବା ଲାଗି ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପକ୍ଷରେ ଡିଜିଟାଲ ଯୁଗରେ ସମସ୍ତେ ଅନ୍‌ଲାଇନ୍‌, ଗୁଗଲ୍‌, ଫେସ୍‌ବୁକ୍‌ ପ୍ରତି ଆକୃଷ୍ଟ ହେଉଛନ୍ତି। ତେଣୁ ବିଜ୍ଞାପନଦାତାମାନେ ଏସବୁ ମାଧ୍ୟମ ବା ମଞ୍ଚ ପ୍ରତି ଆଗ୍ରହ ଦେଖାଇବା ସ୍ବାଭାବିକ। ଏମିତି ଦେଖିଲେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ଶିଳ୍ପ ଭାବେ ଗଣାଯାଇ ନ ଥାଏ। ଏଭଳି ସ୍ଥଳେ କରୋନା ଭାଇରସ୍‌ର ପ୍ରଭାବ ଏହାକୁ ମୋଡିମକଚି ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର

କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି।...

କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ...

ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି

କାଠମାଣ୍ଡୁ,୯।୩: ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଛନ୍ତି। ନିର୍ବାଚନରେ ପୌଡେଲ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗଙ୍କୁ ପରାସ୍ତ କରିଛନ୍ତି। ପୌଡେଲ ନିର୍ବାଚନରେ...

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା...

ପୃଥିବୀ ପାଇଁ ପୁଣି ସଙ୍କଟ,ଭାଙ୍ଗିଲା ବିରାଟକାୟ ହିମ ପାହାଡ଼…

ଓ୍ବାଶିଂଟନ, ୨୬।୩ : ପୃଥିବୀ ପାଇଁ ପୁଣି ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର...

ସବୁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଅ

ନୂଆଦିଲ୍ଲୀ,୨୦ା୬(ଆଇଏଏନ୍‌ଏସ୍‌): କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗାଇବା ଦିଗରେ ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି।...

ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍‌ଡାଉନ

ମୁ୍‌ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି...

ରାଜ୍ୟରେ ଆଖିବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୬୮୭ରେ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି। ଏ ନେଇ...

Advertisement
Archives

Model This Week