ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ମିଳିଛି। ଏଭଳି ସ୍ଥିତିରେ ଗୁଗଲ ଏବଂ ଫେସ୍‌ବୁକ ଭଳି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରିବା ସୁବିଧା ଦେଇଛନ୍ତି। ଏହି କମ୍ପାନୀଗୁଡିକର ଅଧିକାଂଶ କର୍ମଚାରୀ ଚଳିତ ବର୍ଷ ଶେଷ ଯାଏ ଘରେ ରହି କାମ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଜୁଲାଇ ୬ରେ ଫେସ୍‌ବୁକ୍‌ ଏହାର ଅଧିକାଂଶ ଅଫିସ କାର୍ଯ୍ୟକ୍ଷମ କରାଇବ। କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡିବ ସେ ନେଇ ଏହି ସୋସିଆଲ ନେଟ୍‌ଓ୍ବାର୍କିଂ ସାଇଟ୍‌ କମ୍ପାନୀ ଏବେ ବିଚାର କରୁଛି। ସେହିଭଳି କୋଭିଡ୍‌-୧୯ ଭୂତାଣୁର ଭୟାବହତାକୁ ବିଚାରକରି ଗୁଗଲ ସମାନ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାଯାଇଛି।
ଏହି ପରିପ୍ରେକ୍ଷୀରେ ଗୁଗଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ କହିଛନ୍ତି, ଜୁଲାଇରେ ଅଫିସ ଆରମ୍ଭ ହେଲେ କର୍ମଚାରୀଙ୍କୁ ଡକାଯିବ। ମାତ୍ର ଓ୍ବାର୍କ ଫ୍ରମ୍‌ ହୋମ୍‌ ଅନ୍ତର୍ଗତ କାମ କରୁଥିବା କର୍ମଚାରୀ ଚଳିତ ବର୍ଷ ଶେଷ ଯାଏ ସେହିଭଳି ଘରୁ କାମ କରିବେ। ସୂଚନାଯୋଗ୍ୟ, ଜୁନ ୧ ପର୍ଯ୍ୟନ୍ତ ଘରୁ କାମ କରିବା ଲାଗି ଗୁଗଲ ମୁଖ୍ୟତଃ ଯୋଜନା ଧାର୍ଯ୍ୟ କରିଥିଲା। ଫେସ୍‌ବୁକରେ ବର୍ତ୍ତମାନ ୪୮,୨୬୮ ଜଣ କର୍ମଚାରୀ କାମ କରୁଛନ୍ତି। ଏହି କମ୍ପାନୀର କର୍ମଚାରୀ ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ଘରୁ କାମ କରୁଛନ୍ତି। ଅଫିସ ପୁଣି ଥରେ ଖୋଲିବା ଯୋଜନା ସମ୍ପର୍କରେ ଫେସ୍‌ବୁକ ଶୀଘ୍ର ଘୋଷଣା କରିବ। ଉକ୍ତ କମ୍ପାନୀ ଏହାର ପ୍ରମୁଖ କନ୍‌ଫରେନ୍ସଗୁଡ଼ିକୁ ମଧ୍ୟ ବାତିଲ କରି ଦେଇଛି। କେବଳ ଅନ୍‌ଲାଇନ ତଥା ଭର୍ଚୁଆଲ ଭାବେ ବୈଠକ ଅନୁଷ୍ଠିତ ହେଉଥିବା ଫେସ୍‌ବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ବଜାର ଯୋଗୁ ଅନ୍ୟ କମ୍ପାନୀଗୁଡିକ ଭଳି ଫେସ୍‌ବୁକର ରାଜସ୍ବ ଏବେ ଗଭୀର ଭାବେ ପ୍ରଭାବ ପଡିଛି। ବାଣିଜ୍ୟ ଆଶା କ୍ଷେତ୍ରରେ ଗଭୀର ଚାପ ଏବେ ସାମ୍ନା କରିବାକୁ ପଡୁଛି। ବାଣିଜ୍ୟ ଉପରେ ରହିଥିବା ଏହି ପ୍ରଭାବ ନିୟନ୍ତ୍ରଣ ବାହାରେ ରହିଛି ବୋଲି ଜୁକରବର୍ଗ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ...

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨...

ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭...

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୭।୧୨(ଅଭୟ ଦାଶ)ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ପ୍ରତି ମିନିଟରେ ୮.୪୯ କୋଟି ରୋଜଗାର କଲେ ଗୌତମ ଆଦାନୀ

ମୁମ୍ବାଇ,୬ା୧୨: ଗତ ଦୁଇ ଦିନ (ସୋମବାର ଏବଂ ମଙ୍ଗଳବାର) ରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୬.୭୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।...

ରେଲୱେ ଏହି କମ୍ପାନୀର ବଡ଼ ଅଂଶଧନ ବିକ୍ରି କରିବେ ସରକାର, ରିହାତିରେ ମିଳିବ ସେୟାର

ନୂଆଦିଲ୍ଲୀ, ୬ା୧୨: ପବ୍ଲିକ ସେକ୍ଟର କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡର ୮ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ କେନ୍ଦ୍ର ସରକାର ଏକ ଅଫର ଆଣିଛନ୍ତି। ବିକ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri