ଗୀତାର ପ୍ରାସଙ୍ଗିକତା

ଶରତ ଚନ୍ଦ୍ର ମିଶ୍ର
ମହାଭାରତ ଯୁଦ୍ଧ କଥା ପ୍ରାୟ ସମସ୍ତେ ଜାଣନ୍ତି। ସେହି ମହାଭାରତରେ ଭୀଷ୍ମ ପର୍ବର ୩ୟ ଅଧ୍ୟାୟରୁ ୪୨ ଅଧ୍ୟାୟକୁ ‘ଭଗବତ୍‌ ଗୀତା’ ପର୍ବ ବୋଲି କୁହାଯାଏ। ଅନ୍ୟ ସମସ୍ତ ଧର୍ମପୁସ୍ତକ ଅପେକ୍ଷା ‘ଗୀତା’ ଅଧିକ ଭାବରେ ଲୋକଙ୍କ ହୃଦୟରେ ସ୍ଥାନ ଅଧିକାର କରିଛି। କୋର୍ଟ କଚେରିରେ ସାକ୍ଷୀମାନଙ୍କୁ ଗୀତା ଉପରେ ହାତ ରଖି ଶପଥ ନେବାକୁ ହୁଏ। ଗୀତା ହେଉଛି ଦୁଇ ବ୍ୟକ୍ତିଙ୍କ କଥୋପକଥନ। ନର (ଅର୍ଜୁନ) ଓ କୃଷ୍ଣରୂପୀ ନାରାୟଣଙ୍କର ଯୁଦ୍ଧ କ୍ଷେତ୍ରରେ ବାର୍ତ୍ତାଳାପ। ଗୀତାର ୭୦୧ ଶ୍ଳୋକ ଅର୍ଜୁନଙ୍କ ବିଷାଦ ଯୋଗରୁ ଆରମ୍ଭହୋଇ ମୋକ୍ଷ ସନ୍ନ୍ୟାସ ଯୋଗରେ ଶେଷ ହୋଇଛି। ଗୀତାରେ ପରିବେଷିତ ସମସ୍ତ ଜ୍ଞାନ ଦୈନିକ ଜ୍ଞାନର ଅନ୍ତର୍ଭୁକ୍ତ। ବୈଦିକ ଯୁଗର ଯାଗଯଜ୍ଞର ପ୍ରାଧାନ୍ୟରେ ଏହି ଜ୍ଞାନ ଲୋପ ପାଇବା ସମୟରେ ଶ୍ରୀକୃଷ୍ଣ ଶୁଦ୍ଧ ବୈଦିକ ତତ୍ତ୍ୱ ଅର୍ଜୁନଙ୍କୁ ଗୀତାରେ ବୁଝାଇଛନ୍ତି। ସମଗ୍ର ଗୀତା ଉପନିଷଦ ବା ବେଦତତ୍ତ୍ୱର ସାରସଂଗ୍ରହ। ଗୀତା ସ୍ମୃତିରେ ଏକ ବଚନ ଅନୁସାରେ ଶ୍ରୀକୃଷ୍ଣ ସବୁ ଉପନିଷଦରୂପୀ ଗାଈଠାରୁ ଗୀତାମୃତରୂପୀ ଦୁଗ୍ଧ ଦୋହନ କରିଛନ୍ତି ଏବଂ ଅର୍ଜୁନରୂପୀ ବାଛୁରି ତାହା ପ୍ରଥମେ ପାନ କରିବା ସହ ଦୋହନରେ ସାହାଯ୍ୟ କରିଛନ୍ତି। ସୁଧୀ ବା ସଜ୍ଜନମାନେ ସେଇ ଦୁଗ୍ଧ ପାନ କରିବା ଲୋକ। ମନୁଷ୍ୟର ଦାର୍ଶନିକ ପଥର ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ସଂଶ୍ଳେଷଣ। ବିଭିନ୍ନ ପଥ ହେଲା ଜ୍ଞାନ, ଭକ୍ତି, କର୍ମ ଓ ସନ୍ନ୍ୟାସ। ଆଲଡସ ହକ୍‌ସଲେଙ୍କ ମତରେ ଗୀତା ହେଉଛି ଚିରନ୍ତନ ଦର୍ଶନର ସର୍ବଶ୍ରେଷ୍ଠ ପଦ୍ଧତିଗତ ବିବରଣ।
ସମସ୍ତ ସୃଷ୍ଟି ଓ ଭକ୍ତଙ୍କ ପ୍ରତି ଦିବ୍ୟଶକ୍ତିଙ୍କର ଚିରନ୍ତନ ପ୍ରେମ ଓ ସ୍ନେହ, ଭାରତୀୟ ଦର୍ଶନରେ ଗୀତାର ଗୁରୁତ୍ୱପୂର୍ଣ୍ଣ ଅଭିନବକରଣ। ବୈଦିକ ଧର୍ମର କଠିନ କୁଚ୍ଛ୍ର ସାଧନାରେ ଗୀତା ହିଁ ପ୍ରଥମେ ଆବେଗପ୍ରବଣତାର ଶିକ୍ଷା ପ୍ରଦାନ କଲା। ଦୈବ ଶକ୍ତିକୁ ବ୍ୟକ୍ତିଗତ ସ୍ତରକୁ ନେଇ ଆସିିବା ଓ ହୃଦୟ ମଧ୍ୟରେ ଅନୁଭବ କରିବା ଗୀତାରୁ ହିଁ ଆରମ୍ଭ। ବୈଦିକ ଯୁଗରେ ଏ ଚିନ୍ତାଧାରାର ପରିପ୍ରକାଶ ଥିଲେ ମଧ୍ୟ ଯଜ୍ଞ ଓ ତପସ୍ୟା ଏବଂ ବ୍ରାହ୍ମଣବାଦର ପ୍ରଭାବରେ ଏହା ଲୋପ ପାଇ ଯାଇଥିଲା। ଶ୍ରୀକୃଷ୍ଣ ସେଇ ଚିନ୍ତାଧାରାକୁ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କ ଆଗରେ ପୁନଃପ୍ରକାଶ କଲେ। ତେଣୁ ଶ୍ରୀକୃଷ୍ଣଙ୍କୁ ଏକ ନବପ୍ରବର୍ତ୍ତକ ବିବେଚନା ନ କରି ଏକ ପୁନଃପ୍ରବର୍ତ୍ତକ ବୋଲି ଭାବିବା ଠିକ୍‌ ହେବ। ଗୀତାର ଚିନ୍ତାଧାରା ଉପନିଷଦଗୁଡ଼ିକରେ ସ୍ଥାନିତ ଥିଲେ ମଧ୍ୟ ଜନମାନସରେ ଏହି ଧାର୍ମିକ ଭାବକୁ ଆଣିବାରେ ଗୀତା ହିଁ ସଫଳ ହେଲା। ମହାଭାରତ ଯୁଦ୍ଧ ଏକ ଐତିହାସିକ ସତ୍ୟ ଘଟଣା ହୋଇଥାଇପାରେ। ଗୀତାରେ ଏ ଯୁଦ୍ଧକୁ କେବଳ ଉପଲକ୍ଷ୍ୟ ଭାବରେ ଗ୍ରହଣ କରାଯାଇଛି। ମଣିଷ ଜୀବନର ଅନ୍ତର୍ଦାହ, ଅନ୍ତର୍ଯୁଦ୍ଧ, ଐଶ୍ୱରିକ ଚେତନା ଓ ଆସୁରିକ ଚେତନା ମଧ୍ୟରେ ସଂଘର୍ଷ, ଉଚିତ ଓ ଅନୁଚିତ ମଧ୍ୟରେ ସଂଘର୍ଷ ହିଁ ଗୀତାର ପ୍ରକୃତ କାହାଣୀ। ଜୀବନର ସମସ୍ତ ସମସ୍ୟାର ଜଟିଳତା ଓ ତାହାର ସମାଧାନ ନିମନ୍ତେ ଗୀତା ଦିଗ୍‌ଦର୍ଶନ ପ୍ରଦାନ କରେ।
ଭାରତର ଧର୍ମ ହିଁ ଆର୍ଯ୍ୟ ଧର୍ମ। ଏହା ପୃଥିବୀର ସର୍ବପ୍ରାଚୀନ ଜୀବନ୍ତ ଧର୍ମ। ଏ ଧର୍ମର ମୂଳମନ୍ତ୍ର ହେଉଛି ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେବେ। ଏଇ ନୀତିରେ ପ୍ରତିଷ୍ଠିତ ଆର୍ଯ୍ୟ ସଭ୍ୟତା ଅବିଚ୍ଛିନ୍ନ ଧାରାରେ ଚାଲିଛି। ଶ୍ରୀକୃଷ୍ଣ ଗୀତାରେ ସେଇଆ ହିଁ କହିଛନ୍ତି। ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଆର୍ଯ୍ୟଧର୍ମ ବୁଝାଇଛନ୍ତି। ଯୋଗ ଓ ସ୍ବଧର୍ମ ହିଁ ଆର୍ଯ୍ୟ ଧର୍ମର ଭିତ୍ତି। ଏହି ଯୋଗସିଦ୍ଧ ହେବା ନିମନ୍ତେ ବ୍ରହ୍ମରେ ବୁଦ୍ଧି ସ୍ଥିର ରହିବା ଦରକାର। ବ୍ରହ୍ମ ହିଁ ମନୁଷ୍ୟର ସ୍ଥିର ଓ ଚରମ ଆଦର୍ଶ। ବ୍ରହ୍ମର ଆଦର୍ଶରେ ମନ ସ୍ଥିର କରି ନିଷ୍କାମ ଅଥଚ ନିରଳସ ଭାବରେ ନିଜର କର୍ମ କରିଯିବା ହିଁ ଯୋଗ। ଗୀତା ଧର୍ମ ମାନବ ଧର୍ମ। ସରଳ ସାଧାରଣ ଜୀବନରେ, କର୍ମରେ, ସ୍ବଧର୍ମନିରତ ହେବା ହିଁ ଗୀତା ଧର୍ମ। ଏହାର ଆଦର୍ଶ ଶାନ୍ତି।
ଆର୍ଯ୍ୟ ଧର୍ମ ଅବତାରବାଦରେ ବିଶ୍ୱାସ କରେ। ସମସ୍ତ ଅବତାରଙ୍କ ମଧ୍ୟରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ସର୍ବାଧିକ ଜନପ୍ରିୟ। ପର୍ଶୁରାମଙ୍କ ବ୍ୟତୀତ ସମସ୍ତ ମାନବ ଅବତାର କ୍ଷତ୍ରିୟ। ରାଜ୍ୟ ପାଳନ ସେମାନଙ୍କର ଧର୍ମ। ସେଇ ଧର୍ମରୁ ସେମାନେ ବିଚ୍ୟୁତ ହେବାରୁ ବ୍ରାହ୍ମଣ ପର୍ଶୁରାମ ସେମାନଙ୍କର ଦଣ୍ଡବିଧାନ କଲେ। କ୍ଷତ୍ରିୟ ଧର୍ମର ପୁନଃପ୍ରତିଷ୍ଠା କଲେ ଶ୍ରୀରାମଚନ୍ଦ୍ର। ଶ୍ରୀକୃଷ୍ଣ କିନ୍ତୁ ଅବତାର ଗ୍ରହଣ କରିଥିଲେ ଆର୍ଯ୍ୟଧର୍ମର ପୁନଃପ୍ରତିଷ୍ଠା ନିମନ୍ତେ। ତାଙ୍କ ସମୟରେ ଭାରତରେ ଜରାସନ୍ଧ, କଂସ, ଶିଶୁପାଳ, ଦୁର୍ଯ୍ୟୋଧନ ଆଦି ରାଜା, ସମ୍ରାଟମାନେ ଆର୍ଯ୍ୟଧର୍ମ ପାଳନ ନ କରି ଅନ୍ୟାନ୍ୟ ଧର୍ମକୁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ। ସେ ସମସ୍ତଙ୍କ ବିନାଶ କରି ଆର୍ଯ୍ୟଧର୍ମର ପୁନଃପ୍ରତିଷ୍ଠା କଲେ।
ଦୁର୍ଯ୍ୟୋଧନ କାମନାଗ୍ରସ୍ତ ହୋଇ ପାଣ୍ଡବମାନଙ୍କୁ ରାଜ୍ୟରେ ସ୍ଥାନ ନ ଦେଇ ନିଜେ ସବୁ ଭୋଗ କରିବାକୁ ବସିଲେ। ଆର୍ଯ୍ୟଧର୍ମର ଧାରା ଲୋପ ହେବାକୁ ବସିଲା। ଅଧିକନ୍ତୁ ସମାଜର ଅନେକ ମୁଖ୍ୟ ବ୍ୟକ୍ତି, ରାଜା ମହାରାଜା ଆସି ଦୁର୍ଯ୍ୟୋଧନ ନିମନ୍ତେ ରଣାଙ୍ଗନରେ ଠିଆହେଲେ। ଦୁର୍ଯ୍ୟୋଧନର ସୈନ୍ୟବଳ ପାଣ୍ଡବମାନଙ୍କଠାରୁ ବହୁଗୁଣରେ ଅଧିକ। ସମାଜରେ ଅନ୍ୟାୟକୁ ସମର୍ଥନ କରିବା ଲୋକ ନ୍ୟାୟର ସମର୍ଥକଙ୍କଠାରୁ ଅଧିକ। ଅନ୍ୟାୟ ସମର୍ଥନକାରୀମାନେ ମଧ୍ୟ ସମାଜର ବଡ଼ପଣ୍ଡା। ଏ କଥା ଏବେ ବି ସମାଜରେ ପରିଦୃଷ୍ଟ। ଶ୍ରୀକୃଷ୍ଣ ଆର୍ଯ୍ୟଧର୍ମର ଧାରା ରକ୍ଷାରେ ପାଣ୍ଡବମାନଙ୍କୁ ଧରି ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ। ସମ୍ମୁଖରେ ନିଜର ଜ୍ଞାତିକୁଟୁମ୍ବଙ୍କୁ ଦେଖି ଅର୍ଜୁନ ଧର୍ମସଙ୍କଟରେ ପଡ଼ିଗଲେ। ଏମାନଙ୍କୁ ମାରିଲେ କୁଳକ୍ଷୟ ହେବ, କୁଳଧର୍ମ ବୁଡ଼ିଯିବ, ପିତୃମାନେ ପିଣ୍ଡପାଣି ନ ପାଇ ନରକରେ ପଡ଼ିବେ। କୁଳନାରୀମାନେ ଅନ୍ୟ ପୁରୁଷ ଆଦରିବେ ଓ ଆର୍ଯ୍ୟ ଜାତି ନଷ୍ଟ ହୋଇଯିବ। ଏହା କହି ସେ ଧନୁଶର ଛାଡ଼ିଦେଲେ। ଶ୍ରୀକୃଷ୍ଣ ଏ ବିଷାଦ ଅବସ୍ଥାର ମୁକାବିଲା କରିବାକୁ ଉଦ୍ୟମ କଲେ। ଭାରତର ବଡ଼ ବଡ଼ ଲୋକ ଦୁର୍ଯ୍ୟୋଧନର ଏଇ ଦୁର୍ବାର ଲାଳସାରେ ଆପତ୍ତି ନ କରି ତା’ର ସହାୟ ହୋଇ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି। ଲାଳସା ଏକ ସ୍ବଭାବଗତ ପ୍ରବୃତ୍ତି। ସଂଯମ ହିଁ ଲାଳସାକୁ ଆୟତ୍ତରେ ରଖେ। ସେଇ ସଂଯମ ଏବେ ତୁଟିବା ଉପରେ। ଶ୍ରୀକୃଷ୍ଣ ବୁଝାଇଲେ, ନିଜର ଧର୍ମ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। କର୍ତ୍ତବ୍ୟ ପାଳନରେ ଫଳର ବିଚାର ନ କରି କାର୍ଯ୍ୟ କରିଯିବ। ଯୁଦ୍ଧରେ କାହାର ମୃତ୍ୟୁ ନାହିଁ। କାରଣ ଆତ୍ମା ଅମର। କେବଳ ଶରୀରର ଘଟ ପରିବର୍ତ୍ତନ ହୁଏ। ଯୁଦ୍ଧରେ ମୃତାହତଙ୍କ ଶୋକକୁ ଡରି ସନ୍ନ୍ୟାସ ନେବା ଆର୍ଯ୍ୟଧର୍ମ ନୁହେଁ କି କୌଣସି ଧର୍ମ ନୁହେଁ। ଏଇ ଶୋକ ଏଡ଼ି ନିଜର କର୍ତ୍ତବ୍ୟ କରିବା ହିଁ ସ୍ବଧର୍ମ। ଶେଷରେ ବିଶ୍ୱରୂପ ପ୍ରଦର୍ଶନ କରି ଅନୁଭବ କରାଇଛନ୍ତି ଯେ, ସଂସାରରେ ସମସ୍ତ କାର୍ଯ୍ୟ ଦିବ୍ୟ ଇଙ୍ଗିତରେ ହିଁ ଚାଲୁଛି। ତେଣୁ ମାନବ ନିଜର କର୍ମ ହିଁ କରିଯିବା ଦରକାର। ଭକ୍ତି, ଜ୍ଞାନ, କର୍ମ ଇତ୍ୟାଦି ନାନାଦି ପନ୍ଥା ଥିଲେ ହେଁ ସଂସାରୀ ପ୍ରତି କର୍ମଯୋଗ ଅଧିକ ପ୍ରଯୁଜ୍ୟ।
ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ଚାର୍ବାକ୍‌ପନ୍ଥୀ ଥିଲେ, ଯେଉଁମାନେ କି କେବଳ ଭୋଗବିଳାସରେ ବିଶ୍ୱାସ କରୁଥିଲେ। ଏମାନେ ଦେହବାଦୀ ଓ ଭୌତିକ ସୁଖରେ ବିଶ୍ୱାସୀ। ବର୍ତ୍ତମାନ ସଂସାରରେ ଏଇମାନଙ୍କ ସଂଖ୍ୟା ମାତ୍ରାଧିକ। ଫଳତଃ ସଂସାରରେ ଅଶାନ୍ତି ଓ ହତାଶାର ଧାରା ପ୍ରବହମାନ। କାମନା ଏକ ସହଜାତ ପ୍ରବୃତ୍ତି। କାମନାକୁ ବନ୍ଦ କରିବା ସହଜସାଧ୍ୟ ନୁହେଁ। ବୁଦ୍ଧଦେବଙ୍କ ବାଣୀ ‘କାମନାର ବିନାଶରେ ଦୁଃଖର ବିନାଶ’ ମଧ୍ୟ ଆଶାନୁରୂପ ଅନୁସୃତ ହୋଇପାରିଲାନି। କର୍ମଯୋଗରେ ‘ପ୍ରବୃତ୍ତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ ଭବିଷ୍ୟତି’ରେ ମଧ୍ୟ ଏଇ ଭାବଧାରା ପ୍ରତିଫଳିତ। ଯିଏ କର୍ମେନ୍ଦ୍ରିୟମାନଙ୍କୁ ରୋକି, ମନ ମଧ୍ୟରେ ଇନ୍ଦ୍ରିୟ ଭୋଗ କଥା ବିଚାରୁଥାଏ, ତାକୁ ମିଥ୍ୟାଚାର କୁହାଯାଏ। ବର୍ତ୍ତମାନ ଜଗତରେ ଏଇ ପ୍ରକାର ବ୍ୟକ୍ତି ଅନେକ। ଗୀତା ଧର୍ମର ପ୍ରଚାର ଓ ଗ୍ରହଣୀୟତା ବୃଦ୍ଧି ପାଇଲେ, ସଂସାରରୁ ଅଶାନ୍ତି ଓ ହତାଶା ହ୍ରାସପାଇବ। ଜ୍ଞାନ, ଭକ୍ତି ଓ କର୍ମ ଏହି ତ୍ରିଗୁଣର ସୁଷମ ବିକାଶରେ ହିଁ ବ୍ୟକ୍ତିତ୍ୱର ପ୍ରତିଷ୍ଠା ଲାଭ ହେବ।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?