‘ରେବତୀ’ ଅନୁବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପାଇବାଠାରୁ ପାଠକୀୟ ସ୍ବୀକୃତି ଜଣେ ଲେଖକଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି ବହୁ ସମୟରେ ବିଭିନ୍ନ ସାହିତି୍ୟକ କହିଥାଆନ୍ତି। କିନ୍ତୁ ଯେଉଁ ଚରିତ୍ର ଆଧାରରେ ଲେଖକ ଜଣେ ବ୍ୟକ୍ତିଙ୍କ ବିଷୟରେ ଲେଖିଥିବେ ସେ ଯଦି ତାଙ୍କୁ ପ୍ରଶଂସା କରନ୍ତି, ସମ୍ଭବତଃ ତାହାଠାରୁ ବଡ଼ ସମ୍ମାନ ସମ୍ପୃକ୍ତ ସାହିତି୍ୟକଙ୍କ ଜୀବନରେ ଆସି ନ ଥାଏ। ଅନୁବାଦ କ୍ଷେତ୍ରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବା ଲାଗି ଯୋଗ୍ୟ ହୋଇଥିବା ତେଲୁଗୁ ଲେଖିକା ପି. ସତ୍ୟବତୀଙ୍କୁ ନିକଟରେ ସେଭଳି ଆନନ୍ଦ ମିଳିଛି। କିନ୍ନର ତଥା ତାମିଲ ଲେଖିକା ରେବତୀ ୨୦୦୪ରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଉନର୍ଭୁମ୍‌ ଉରୁଭାମୁମ୍‌’ ରଚନା କରିଥିଲେ। ତାହା ଇଂଲିଶରେ ଅନୁବାଦ କରାଯାଇଥିଲା। ସତ୍ୟବତୀ ସେହି ଇଂଲିଶ ପୁସ୍ତକ ପଢ଼ିବା ପରେ ରେବତୀଙ୍କ କାହାଣୀ ପ୍ରତି ଆକୃଷ୍ଟ ହୋଇଥିଲେ। ସମାଜରେ କିନ୍ନରମାନଙ୍କୁ ଅତି ନୂ୍ୟନ ଦୃଷ୍ଟିରେ ଦେଖାଯାଉଥିବା ଅନୁଭବ କରିବା ପରେ ଉକ୍ତ ପୁସ୍ତକକୁ ତେଲୁଗୁରେ ଅନୁବାଦ କରିବାକୁ ସେ ମନସ୍ଥ କରିଥିଲେ। ଫଳରେ ଇଂଲିଶ ଅନୂଦିତ ‘ଦି ଟ୍ରୁଥ୍‌ ଏବାଉଟ୍‌ ମି: ଏ ହିଜ୍‌ରା ଲାଇଫ୍‌ ଷ୍ଟୋରି’କୁ ସତ୍ୟବତୀ ତେଲୁଗୁରେ ‘ନିଜାମ୍‌ ଚେପ୍‌ତୁନ୍ନା: ଓକା ହିଜ୍‌ରା ଆତ୍ମକଥା’ ନାମକ ପୁସ୍ତକରେ ୨୦୧୬ରେ ଏହାକୁ ପ୍ରକାଶ କରିଥିଲେ। ୨୪ ଫେବୃୟାରୀ ୨୦୨୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଯେତେବେଳେ ଏହି ବହି ପାଇଁ ପୁରସ୍କୃତ କରାଯିବ ବୋଲି ଟେଲିଫୋନ୍‌ ମିଳିଲା ସେତେବେଳେ ସତ୍ୟବତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଅନେକ୍‌ ଫୋନ ଆସିଥିଲା। ତେବେ ସବୁଠାରୁ ଅଧିକ ଆନନ୍ଦ ଦେଇଥିଲେ ନିଜେ ରେବତୀ ତାଙ୍କ ସହ କଥା ହେବା। ସତ୍ୟବତୀ କହିଛନ୍ତି, କଥା ହେବା ଲାଗି ପରସ୍ପରର ଭାଷା ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ଉଭୟ ହିନ୍ଦୀରେ କାମ ଚଳାଇ ନେଇଥିଲେ। ବାସ୍ତବରେ ରେବତୀ ତାଙ୍କୁ କଥା ହେବା ପାଇଁ କଲ୍‌ କରିବା ଥିଲା ପ୍ରକୃତ ପୁରସ୍କାର ବୋଲି ସତ୍ୟବତୀ କହିଛନ୍ତି। ଏଭଳି ମର୍ମସ୍ପର୍ଶୀ ଅନୁଭବକୁ ବ୍ୟକ୍ତ କରିଥିବାରୁ ସତ୍ୟବତୀଙ୍କ ଦୀର୍ଘବର୍ଷର ସୃଜନଶୀଳତାକୁ ଜାଣିବା ଲାଗି ସମସ୍ତେ ଆଗ୍ରହ ରଖିବା ସ୍ବାଭାବିକ।
ଆନ୍ଧ୍ରପ୍ରଦେଶ ତେନାଲିର ଏକ ଛୋଟିଆ ଗ୍ରାମ କୋଲାକାଲୁରର ଏକ ମଧ୍ୟବିତ୍ତ ପରିବାରରେ ସତ୍ୟବତୀଙ୍କ ଜନ୍ମ। ପିତା ସତ୍ୟନାରାୟଣ ଦେଶୀରାଜୁ ଥିଲେ ଜଣେ କୃଷକ ଓ ମାତା କନକା ଦୁର୍ଗ ଥିଲେ ଗୃହିଣୀ। ୭୯ ବର୍ଷୀୟା ସତ୍ୟବତୀ ହେଉଛନ୍ତି ପରିବାରର ବଡ଼ ଝିଅ। ସେତେବେଳର ରକ୍ଷଣଶୀଳ ସମାଜରେ ପିତାଙ୍କ ପ୍ରଗତିଶୀଳ ଚିନ୍ତାଧାରା ତାଙ୍କୁ ପଢ଼ିବା ଲାଗି ସୁଯୋଗ ଦେଖାଇଥିବାରୁ ସେ ତାଙ୍କ ନିକଟରେ କୃତଜ୍ଞ ବୋଲି କହିଥାଆନ୍ତି। ସ୍କୁଲ ଶିକ୍ଷା ପରେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟାପିକା ଭାବେ ଯୋଗଦେଇ ସୟେଦ ଆପଲ୍ଲାସ୍ବାମୀ କଲେଜରେ ପ୍ରାଧ୍ୟାପକ ହୋଇଥିଲେ। ୧୯୭୧ରେ ଲେଖାଲେଖି ପ୍ରତି ଅନୁରାଗ ରଖିଥିବା ସତ୍ୟବତୀଙ୍କ ସୃଜନଯାତ୍ରା ୧୯୯୮ରୁ ଅଧିକ କ୍ରିୟାଶୀଳ ହୋଇଥିଲା। ଅଦ୍ୟାବଧି ସେ ୬୦ କ୍ଷୁଦ୍ରଗଳ୍ପ ଲେଖି ସାରିଛନ୍ତି। ଉଭୟ ମୌଳିକ ଓ ଅନୁବାଦ ସାହିତ୍ୟରେ ସେ ସିଦ୍ଧହସ୍ତା ହୋଇଥିଲେ ହେଁ ନିଜେ କାହାଣୀ ସୃଷ୍ଟି ଲାଗି ଅଧିକ ଆଗ୍ରହ ରଖିଥାଆନ୍ତି। ରେବତୀଙ୍କ ଚରିତ୍ର ତାଙ୍କୁ ଅଧିକ ପ୍ରଭାବିତ କରିଥିବାରୁ ସେ ଉପରଲିଖିତ ପୁସ୍ତକକୁ ଅନୁବାଦ କରିଥିଲେ ବୋଲି ସତ୍ୟବତୀ କହିଥାଆନ୍ତି। ତାଙ୍କ ରଚନାରେ ସାମାଜିକ ମୂଲ୍ୟବୋଧ ଭରି ରହିଥିବାରୁ ‘ହ୍ବାଟ୍‌ ଇଜ୍‌ ମାଇଁ ନେମ୍‌’ ଆନ୍ଧ୍ରପ୍ରଦେଶର ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ସ୍ଥାନ ପାଇପାରିଛି। ଏହା ଉପରେ ମତ ଦେଇ ଲେଖିକା କହିଛନ୍ତି ଯେ, ସାଧାରଣତଃ ଜଣେ ମହିଳା ବିବାହ କରିସାରିବା ପରେ ନିଜ ପରିଚୟ ହଜାଇ ବସିଥାଆନ୍ତି। ଉକ୍ତ ଲେଖାରେ ଜଣେ ମହିଳା ନିଜ ନାମ ଜାଣିବା ଲାଗି ସହରର ଏତେତେଣେ ବୁଲୁଛନ୍ତି, ଯେଭଳି ତାଙ୍କୁ କେହି ଚିହ୍ନିପାରିବେ ନାହିଁ। କାହାଣୀ ଗତିଶୀଳ ହେଉଛି ବୁଲିବା ଭିତରେ ମହିଳା ଜଣଙ୍କ ଯେତେବେଳେ ନିଜ ପରିଚୟ, ସଉକ ଏବଂ ପ୍ରତିଭାକୁ ଖୋଜିପାଉଛନ୍ତି। ସେଥିପାଇଁ ସତ୍ୟବତୀ ଏହି ଲେଖା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ଆହ୍ବାନ ଦେଉଛନ୍ତି, ପରିସ୍ଥିତି ଯେତେ ଶୋଚନୀୟ ହେଉ ପଛେ ନିଜ ପରିଚୟ ହରାନ୍ତୁ ନାହିଁ। ଏଭଳି ଏକ ଆତ୍ମପ୍ରତ୍ୟୟର ବାର୍ତ୍ତା ଦେଇ ସେ ନାରୀ ସମାଜକୁ ସଶକ୍ତ କରିବାକୁ ଚାହିଁଛନ୍ତି।
ଆଜିର ଯୁବପିଢ଼ି ପଢ଼ା ପ୍ରତି ଆକର୍ଷିତ ହେଉନାହାନ୍ତି। ସେମାନଙ୍କୁ ସନ୍ଦେଶ ଦେବାକୁ ଯାଇ ସତ୍ୟବତୀ କହନ୍ତି, ପିଲାଟିଏ କେଉଁ ପରିବେଶରେ ବଢ଼ୁଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପିଲାବେଳେ ଖବରକାଗଜ ଓ ପୁସ୍ତକ ପଠନ ପ୍ରତି ଆଗ୍ରହ ଥିଲା। ସେ ଆଜି ଯେଉଁଠାରେ ପହଞ୍ଚିଛନ୍ତି, ଏହା ପଛରେ ପଢ଼ାଭ୍ୟାସ ଥିଲା। ଏବେ ଅନ୍‌ଲାଇନ୍‌ରେ ପୁସ୍ତକ ମିଳିପାରୁଛି। ଆଜିର ପ୍ରଯୁକ୍ତିବିଦ୍ୟା ଓ କ୍ଷିପ୍ର ଯୁଗରେ ଏହା ଦରକାର। କିନ୍ତୁ ଖଣ୍ଡେ ବହି ହାତରେ ଧରି ପଢ଼ିବାରେ ଥାଏ ଅପାର ଆନନ୍ଦ ଓ ଅନୁଭବ। ଜଣେ ପୁସ୍ତକପ୍ରେମୀ ସେଥିରୁ ବାସ୍ତବ ବାସ୍ନା ପାଇଥାଏ ବୋଲି ସତ୍ୟବତୀ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri