କପ୍ତିପଦା,୨୩ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କଟୁରିଆ ହୁଡିସାହି ଗ୍ରାମର ଦୁଲି ମୁର୍ମୁ ନାମକ ଜଣେ ମହିଳାଙ୍କ ଏକ ଗାଈକୁ ନଟୋ ସଂରକ୍ଷିତ ଜଙ୍ଗଲରେ ବାଘ ଖାଇ ଯାଇଥିବା ଅଭିଯୋଗ ହୋଇଛି ା ସ୍ବେଚ୍ଛାସେବୀ ଜୟ ମୁର୍ମୁଙ୍କ ସହାୟତାରେ ସମ୍ପୃକ୍ତ ମହିଳା ଜଣକ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗତ ୨୦ ତାରିଖରେ ଗାଈଟିକୁ ଚରିବା ପାଇଁ ଜଙ୍ଗଲ ନିକଟରେ ଛାଡି ଦିଆଯାଇଥିଲା। ମାତ୍ର ସେ ଘରକୁ ଫେରି ନ ଥିଲା। ଗ୍ରାମବାସୀଙ୍କ ସହଯୋଗରେ ମହିଳା ଜଣକ ଖୋଜାଖୋଜି କରୁଥିବା ବେଳେ ନଟୋ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗାଈର ଖଣ୍ଡିଆ ଖାବରା ଦେହାବଶେଷ ପାଇଥିଲେ। ଜଙ୍ଗଲରେ ବାଘ ଥିବାରୁ ଗାଈଟିକୁ ସେ ଖାଇ ଯାଇଥିବା ଗ୍ରାମବାସୀ ସନ୍ଦେହ କରି ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିନେଇ ରେଞ୍ଜର ସିଂଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇଛନ୍ତି ଓ ତଦନ୍ତ ପରେ ଯାହା କିଛି ଜଣାପଡିବ ବୋଲି କହିଛନ୍ତି।

ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଲା : ୨୩ରେ ରାସ୍ତାରୋକୋ ଆନ୍ଦୋଳନ
ବିଶୋଇ,୧୩ା୧୨(ଡି.ଏନ୍.ଏ.) – ୪୯ ନଂ ଜାତୀୟ ରାଜପଥର ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଲାଗି ଦାବି ଜୋର ଧରିଛି। ପୂର୍ବରୁ ଏନେଇ ଏନଏଚ କର୍ତ୍ତୃପକ୍ଷଙ୍କୁ...

ଶହୀଦ ନନ୍ଦୁରାମଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ବାରିପଦା ଅଫିସ/ରାଇରଙ୍ଗପୁର,୨୦ା୬(ଡି.ଏନ୍.ଏ.)- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନ ଶହୀଦ ନନ୍ଦୁରାମ ସୋରେନ୍ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ସକାଳେ ମୟୂରଭଞ୍ଜ ଜିଲା ବିଜତଳା ବ୍ଲକ...

୬ବର୍ଷର ପୁଅକୁ କଚାଡି ମାରିଲେ ବାପା
କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି।...

ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ
କପ୍ତିପଦା,୧୭ା୩(ଡି଼.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି...

ଅଖିମୁଠି ଅନୁକୂଳ
ବାରିପଦା ଅଫିସ, ୨୭ା୪- ଅକ୍ଷୟତୃତୀୟା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସବୁଜ ମୟୂରଭଞ୍ଜ ପକ୍ଷରୁ ଏହାର ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା
ଚିତ୍ରଡା,୧୮।୪(ଡି.ଏନ୍.ଏ.)-କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ ନିମନ୍ତେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଥିବା ଚିତ୍ରଡା ପଞ୍ଚାୟତର ମା’ ସିଂହାସନୀ ନାରୀ...

ମୟୂରଭଞ୍ଜରେ ମହିଳା କାର୍ଡ
ବାରିପଦା ଅଫିସ,୭ା୬: ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍ଦେଇ ମୁଖ୍ୟମନ୍ତ୍ରୀ...

ବଳାତ୍କାରୀଙ୍କୁ ୧୦ ବର୍ଷ, ସହଯୋଗୀଙ୍କୁ ୬ ବର୍ଷ ଜେଲ୍
ବାରିପଦା ଅଫିସ,୨୨।୧୨: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...