ଗାଁ ସମସ୍ୟା ବୁଝିବାକୁ ୫ କି.ମି. ଚାଲିଲେ ବିଡିଓ

ପାପଡାହାଣ୍ଡି,୨୦। ୬(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଗ୍ରାମରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପାନୀୟ ଜଳ, ବିଦ୍ୟୁତ୍‌, ଶିକ୍ଷା, ଆବାସ ଯୋଜନା ଆଦି ପହଞ୍ଚିିପାରିନି। ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା। ଜଙ୍ଗଲ ମୂଳକରେ ଭଗବାନ ଭରସାରେ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟା ଗ୍ରାମବାସୀ । ଲୋକଙ୍କ ସମସ୍ୟା ବୁଝିବା ଲାଗି ବୁଧବାର ଘଞ୍ଚ ଜଙ୍ଗଲ ରାସ୍ତାରେ ୫ କିମି ଦୂର ଚାଲି ଚାଲି ଯାଇଥିଲେ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲିକ । ଜଙ୍ଗଲ ମୂଲକରେ ବସବାସ କରନ୍ତି କୁସୁମଖୁଣ୍ଟା ଗ୍ରାମବାସୀ। ୨୦୧୫ ମସିହା ପରେ ଏଠାରେ ଗାଁ ଥିବା ଜଣାପଡିବାରୁ ପଞ୍ଚାୟତରେ ସାମିଲ କରାଯାଇ ଲୋକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଗାଁର ଜନସଂଖ୍ୟା ପ୍ରାୟ ୧୨୦ ରୁ ଊର୍ଦ୍ଧ୍ୱ । ଗ୍ରାମରେ ରହିଛି ତଳ ସାହି ଓ ଉପର ସାହି । ମୁଖ୍ୟତଃ ସାନ୍ତା ଓ ପାଇକ ଶ୍ରେଣୀର ଲୋକେ ଏଠାରେ ବସବାସ କରନ୍ତି। ସାନ୍ତାମାନେ ରାୟଗଡା ଓ କାଶୀପୁର ଅଞ୍ଚଳରୁ ଏବଂ ପାଇକମାନେ ନିକଟସ୍ଥ ଗୁମିଦୋରା ଅଞ୍ଚଳରୁ ଆସି ଏଠାରେ ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି । ଚାଷ ସହ ବନଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା ଲୋକଙ୍କ ମୁଖ୍ୟ ଜୀବିକା। ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଉପର ସାହି ଲୋକେ ଝରଣା ପାଣି ଓ ତଳ ସାହି ଲୋକେ କୂଅ କରି ପାଣି ପିଅନ୍ତି । ଗ୍ରାମରେ ଆବାସ ଯୋଜନାରେ କେହି ସାମିଲ ହୋଇ ପାରି ନାହାନ୍ତି । ଶିକ୍ଷା କହିଲେ ଗ୍ରାମର ପିଲାମାନେ ନିକଟସ୍ଥ କତରା ଗ୍ରାମର ହଷ୍ଟେଲରେ ରହିକି ପାଠ ପଢ଼ନ୍ତି । ବିଦ୍ୟୁତ ସେବା ବି ଅପହଞ୍ଚ । ଡିବିରି ଆଲୁଅ ହିଁ ଲୋକଙ୍କ ଭରସା। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଗାଁ କୁ ଯାଇ ସେବା ଯୋଗାଇଥାନ୍ତି। ଲୋକେ ମଇଦଲପୁର ଆସି ପଞ୍ଚାୟତରୁ ଚାଉଳ ନେଇଥାନ୍ତି । ଗ୍ରାମର ୪ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ହେଲେ ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା । ଜଙ୍ଗଲ ସହ ପଥୁରିଆ ଖାଲ ଢିପ ରାସ୍ତା ଯୋଗୁଁ ଗ୍ରାମକୁ କୌଣସି ଗାଡି ଯାତାୟାତ କରେ ନାହିଁ। କରଲାକୋଟା ଗ୍ରାମରୁ କୁସୁମଖୁଣ୍ଟା ଯିବାକୁ ହେଲେ ୫ କିମି ଘଞ୍ଚ ଅରଣ୍ୟ ରାସ୍ତା ରହିଛ। ବୁଧବାର ବିଡିଓ ରଞ୍ଜିତା ଦୀର୍ଘ ୫ କ.ିମ.ି ରାସ୍ତା ଚାଲି ଚାଲି ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରିଥିଲେ। ଲୋକମାନେ କିପରି ସରକାର ଯୋଜନାରୁ ବଞ୍ଚିତ ନ ହେବେ ସେ ନେଇ ପ୍ରତିଶ୍ରୁତି ଦେବା ସହ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିଥିଲେ। ଝରଣା ପାଣି ବ୍ୟବହାର କରିବାକୁ ବାରଣ କରିବା ସହ ବର୍ଷା ଜଳକୁ ଗଚ୍ଛିତ କରି ବ୍ୟବହାର କଲେ ଭଲ ହେବ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ସ୍ବାସ୍ଥ୍ୟ ସମସ୍ୟା ହେଲେ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ପରାମର୍ଶ ନେବାକୁ କହିଥିଲେ । ବିଡିଓଙ୍କ ଗସ୍ତ ସମୟରେ ମଇଦଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ହରିଜନ, ଜିଆରଏସ ଦିଲୀପ କୁମାର ପଟ୍ଟନାୟକ, ଗାଦବା କୋତରା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ଭତରା, ପଦଲାମ ଯାନୀ, ସହଦେବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର, ସମ୍ବଲପୁର,୧।୭(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡା. ଅଶ୍ୱିନୀ ପୂଜାହାରୀ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି...

ହାତୀମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଉଦ୍‌ବେଗ

କଟକ ଅଫିସ,୧୦ା୫: ରାଜ୍ୟରେ କ୍ରମାଗତ ହାତୀମୃତ୍ୟୁକୁ ନେଇ ହାଇକୋର୍ଟ ମଙ୍ଗଳବାର ଶୁଣାଣିରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ହାତୀ...

ଆନ୍ଧ୍ର ଅନୁରୋଧକୁ ଓଡ଼ିଶାର ଅଗ୍ରାହ୍ୟ

ଭୁବନେଶ୍ୱର,୭ା୭(ବ୍ୟୁରୋ):ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ବିବାଦୀୟ ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟ ଚୂଡ଼ାନ୍ତ...

କାହିଁକି ମୃତ୍ୟୁ ପୂର୍ବରୁ ୨ ଲକ୍ଷ ଲୋନ୍‌ କରିଥିଲେ ଶ୍ୱେତା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ସପ୍ଟଓ୍ବେର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁକୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟ ପୂର୍ବରୁ ସେ ୨ଲକ୍ଷ ୩୦ ହଜାର ଟଙ୍କା ଲୋନ କରିଥିବା...

କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ।...

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ, ୨୩।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସିପଡ଼ି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ଏଥର ସ୍ନାନମଣ୍ଡପରେ ଦର୍ଶନ କରିବେନି ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୬ା୬: ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଗୋବର୍ଦ୍ଧନ ମଠର ପ୍ରବକ୍ତା ମନୋଜ ରଥଙ୍କ ସୂଚନା ମୁତାବକ, ନିକଟରେ...

Advertisement
Archives

Model This Week