ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ ନିଜର ଏକ ବ୍ୟକ୍ତିଗତ ଜୀବନ ଅଛି ତାକୁ ନେଇ ଚର୍ଚ୍ଚା ହେବା ଆଦୌ ଉଚିତ୍‌ ନୁହେଁ। ମୁଁ କେବେ ମା’ ହେବି ତାହା ସମ୍ପୂର୍ଣ୍ଣ ମୋ ଉପରେ ନିର୍ଭର କରେ। ତେଣୁ ଏଭଳି ଉଡା ଖବରକୁ ଅଧିକ ଚର୍ଚ୍ଚା କରିବା ଠିକ୍‌ ନୁହେଁ ବୋଲି ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଗତ ବର୍ଷେ ହେବ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ରଖି ସ୍ବାମୀ ବିରାଟ କୋହଲିଙ୍କୁ ଅଧିକ ସମୟ ଦେଉଛନ୍ତି ଅନୁଷ୍କା। ଆଗକୁ ମଧ୍ୟ ସେ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ...

ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍‌

ମୁମ୍ବାଇ: ବୁଧବାର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା...

ଲକ୍‌ଡାଉନ୍‌ରେ ମନେ ପଡ଼ୁଛନ୍ତି ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିି ଲକ୍‌ଡାଉନ୍‌ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍‌ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି।...

ଏପ୍ରିଲ ୨ରେ ପରଦାକୁ ଆସିବ ଇର୍‌ଫାନ୍‌ଙ୍କ ‘ଅପ୍‌ନୋ ସେ ବେବଫାଇ’

ଭେଟେରାନ ଅଭିନେତା ତଥା ଅନ୍ତର୍ଜାତୀୟ ତାରକା ଇରଫାନ୍‌ ଖାନ୍‌ ଲମ୍ବା ବ୍ୟବଧାନ ପରେ ପୁଣିଥରେ ଫିଲ୍ମ ‘ଇଂଗ୍ରେଜି ମିଡିୟମ୍‌’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି...

ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ...

ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି...

ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା।...

ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ

ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ...

Coronavirus Update


Archives

Model This Week

Why Dharitri