ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ

ଗଣିଆ,୧୮ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ସଦ୍‌ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଉପାଧ୍ୟକ୍ଷା ଶାନ୍ତିଲତା ଦାସ, କନ୍ଧମାଳ ଏମ୍‌ପିଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର ଓ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କନ୍ଧମାଳ ଏମ୍‌ପିଙ୍କ ତରଫରୁ ନିଯୁକ୍ତି ପାଇଥିବା ଜିଲା ଓ ବ୍ଲକ ପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ପୂର୍ବ ଅଧିବେଶନର ବିବରଣୀ ପାଠ କରିବା ସହ ଆଲୋଚିତ ପ୍ରସ୍ତାବଗୁଡିକ ଦୃଢୀକରଣ କରାଯାଇଥିଲା। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଭତ୍ତା ବଣ୍ଟନରେ ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଥିଲା।
ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଥିବା ୭ ଡାକ୍ତର ମଧ୍ୟରୁ ୨ଜଣ ରହିଥିବାରୁ ଜିଲା ପ୍ରଶାସନ ସହ ଆଲୋଚନା କରି ଡାକ୍ତର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଆଲୋଚନା ହୋଇଥିଲା। ବ୍ଲକର ସୀମାନ୍ତ ବଣଜଙ୍ଗଲ ଘେରା ବଡଶିଲିଙ୍ଗା ପଞ୍ଚାୟତରେ ମ୍ୟାଲେରିଆ ନିରାକରଣକୁ ଦୃଷ୍ଟିରେ ରଖି ୦-୧୪ ବର୍ଷର ଶିଶୁ ଓ ଗର୍ଭବତୀ ମହିଳାମାନେ ମଶାରି ବ୍ୟବହାର କରିବା ନିମନ୍ତେ ଯନତ୍ବାନ କରାଇବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଥିଲା। ତେବେ ଗତ ବୈଠକରେ ଅନୁପସ୍ଥିତ ଥିବା ନେଇ ନୋଟିସ୍‌ ହୋଇଥିବାରୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିଜର କାରଣ ଦର୍ଶାଇଥିଲେ। ବ୍ଲକର ୬୩ ବିଦ୍ୟାଳୟ ମଧ୍ୟରୁ ୨୨ଟି ଗ୍ରୀନ, ୩୧ଟି ୟେଲୋ ଏବଂ ଡୁଇସିଂ, ବାଙ୍କଝରୀ, ମହନାପଦା, ଆଡକଟା ପୀତାବଳି ୟୁପି ସ୍କୁଲ, ତଅଁଳା ନୂଆଗାଁ ସ୍କୁଲ ଓ ମହୁକଣ ବିଦ୍ୟାଳୟକୁ ରେଡ୍‌ ମାନଦଣ୍ଡ ମଧ୍ୟରେ ଗଣନା କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ପ୍ରକାଶ କରିଥିଲେ। ରେଡ୍‌ ମାନଦଣ୍ଡ ମଧ୍ୟରେ ଥିବା ଏହି ବିଦ୍ୟାଳୟଗୁଡିକର ଉନ୍ନତି ନିମନ୍ତେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଧ୍ୟାନ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ୧୦୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବ୍ଲକରେ କୃଷି ବିଭାଗର କାର୍ଯ୍ୟକ୍ରମ ଓ କାଳିଆ ଯୋଜନା ସମ୍ପର୍କରେ ସଠିକ୍‌ ତଥ୍ୟ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବ୍ଲକରେ କାର୍ଯ୍ୟ କରୁଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଟି ଗଣିଆଠାରୁ ୩କିଲୋମିଟର ଦୂରରେ ରହିଥିବାରୁ ଚାଷୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ହେଲ୍ପ ଡେକ୍ସ ଖୋଲାଯିବା ସହ ଜଣେ କୃଷି ଅଧିକାରୀ ମାସକୁ ନିର୍ଦ୍ଧାରିତ ୪ଦିନ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ବିଭିନ୍ନ ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟ ନିମିତ୍ତ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ବୈଠକରେ ବ୍ଲକର ୮ ପଞ୍ଚୟତର ସମସ୍ତ ନିର୍ବାଚିତ ଲୋକପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ୧୪ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ଦୁଇଦିନ ହେବ ବର୍ଷା ହୋଇଥିବାରୁ ଲୋକଙ୍କୁ ଗରମରୁ ଆସ୍ବସ୍ତି ମିଳିଛି। ଶନିବାର ଫୁଲବାଣୀରେ ସର୍ବାଧିକ ୧୬ମିମି ବର୍ଷା ହୋଇଥିବାବେଳେ...

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ...

ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ...

କୋଭିଡ୍‌-୧୯ କଟକଣା: ଉପନିର୍ବାଚନ ପାଇଁ ସଂଶୋଧିତ ଗାଇଡ୍‌ଲାଇନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଉପନିର୍ବାଚନ ପାଇଁ କୋଭିଡ୍‌-୧୯ କଟକଣାରେ କୋହଳ କରାଯାଇଛି। ସଂକ୍ରମିତ ଅଞ୍ଚଳ ବାହାରେ ୧୦୦ ବଦଳରେ ୨୦୦ ଲୋକ ଏକାଠି ହୋଇପାରିବେ। ଯଦି କୋଣସି ହଲ୍‌ରେ...

ତୁରନ୍ତ ଧାନ କିଣା ଟାର୍ଗେଟ ପୂରଣ କରିବାକୁ ଜିଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଧାନ କିଣା ଧିମା ରହିଛି । କେତେକ ଚାଷୀଙ୍କ ଟୋକନ ଅବଧି ସରିବାକୁ ଥିବାବେଳେ ଏହା ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି।...

ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ

ଜଗତ୍‌ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍‌ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ ଦେଲେ ସବୁ ମନ୍ତ୍ରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ...

ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା...

Advertisement
Archives

Model This Week