ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’ ପଇସା ରୋଜଗାର ହୁଏ, ସେଥିରେ ସେମାନଙ୍କ ଘର ଚଳେ। କିନ୍ତୁ ଏବେ ଅନେକଙ୍କ ଜୀବନ ଜୀବିକା ଉପରେ କରୋନାର ପ୍ରଭାବ ପଡ଼ିଛି। ବିଶେଷକରି ପର୍ଯ୍ୟଟକ ଏବଂ ଜିଲାବାସୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ବସ୍‌, ଟେମ୍ପୋ ଏବଂ ଅନ୍ୟାନ୍ୟ ଗାଡ଼ିିର କର୍ମଚାରୀମାନେ ଦୁଃଖରେ ଦିନ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ କୌଣସି ଗାଡ଼ି ଗଡ଼ୁ ନ ଥିବାରୁ ରୋଜଗାର ଠପ୍‌। ତେଣୁ ଶହ ଶହ ସଂଖ୍ୟକ ଗାଡ଼ି ଚାଳକ, ହେଲ୍‌ପର ଏବଂ କଣ୍ଡକ୍ଟରଙ୍କୁ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା। ଲକ୍‌ ଡାଉନ ଦିନ ଯେତେ ଗଡୁଛି ଏମାନଙ୍କ ଚିନ୍ତା ସେତିକି ବଢୁଛି।
ପୁରୀ ଜିଲାରେ ଶ୍ରୀମନ୍ଦିର, ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା, ସାତପଡ଼ା, କାକଟପୁର ମଙ୍ଗଳା ମନ୍ଦିର ପ୍ରଭୃତି ଅନେକ ଦର୍ଶନୀୟ ସ୍ଥାନ ରହିଛି। ଏଥିଲାଗି ପ୍ରତ୍ୟହ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏମାନେ ବିଭିନ୍ନ ଗାଡ଼ି ଭଡାରେ ନେଇ ଏହିସବୁ ସ୍ଥାନ ବୁଲି ଯାଇଥାନ୍ତି। ସେହିପରି ଜିଲାର ବିଭିନ୍ନ ରୁଟ୍‌କୁ ଶହ ଶହ ବସ୍‌ ଚଳାଚଳ କରିଥାଏ। ଏବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ବସ୍‌, ଟେମ୍ପୋ, କାର ଆଦି ଉପରେ ଭରସା କରି ପରିବାର ଚଳାଉଥିବା ଲୋକେ ହାତବାନ୍ଧି ବସିଛନ୍ତି। ପୁରୀରୁ କାକଟପୁର, ଅସ୍ତରଙ୍ଗ, ଗୋପ, ସାକ୍ଷୀଗୋପାଳ, କୋଣାର୍କ, ନିମାପଡ଼ା, ବଳଙ୍ଗା, ପିପିଲି, ବ୍ରହ୍ମଗିରି, ସାତପଡ଼ା, କଣାସ, ଡେଲାଙ୍ଗ, ଚନ୍ଦନପୁର ପ୍ରଭୃତି ସ୍ଥାନକୁ ଶତାଧିକ ଘରୋଇ ବସ୍‌ ଦୈନିକ ଯାତ୍ରୀ ପରିବହନ କରିଥାନ୍ତି। କଟକ, ଭୁବନେଶ୍ୱରକୁ ମଧ୍ୟ ଅନେକ ବସ୍‌ ଚଳାଚଳ କରିଥାଏ। ଏତଦ୍‌ବ୍ୟତୀତ ଜିଲାରେ ୬୦ଟି ଟୁରିଷ୍ଟ ବସ୍‌, ୨୫ଟି ଟାଉନ ବସ୍‌ ଚଳାଚଳ କରେ। ଏହି ବସ୍‌ଗୁଡ଼ିକରେ ପ୍ରାୟ ୩୦୦ ଡ୍ରାଇଭର, ୨୦୦ କଣ୍ଡକ୍ଟର ଓ ୨୫୦ ହେଲ୍‌ପର କାର୍ଯ୍ୟ କରନ୍ତି। ହେଲେ କରୋନା କଟକଣା ଯୋଗୁ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଆଉ କେତେଜଣ ପୁରୀରେ ଥିବା ଭଡ଼ାଘରେ ରହିଛନ୍ତି। କାହାରି ହାତରେ କାମ ନାହିଁ। ଗାଡି ଗଡ଼ୁ ନ ଥିବାରୁ ମାଲିକମାନେ ବି ସେମାନଙ୍କ ଅସହାୟତା ପ୍ରକାଶ କରୁଛନ୍ତି। ତେଣୁ କର୍ମଚାରୀମାନେ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି।
ଅନ୍ୟପକ୍ଷରେ ବସ୍‌ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲାପାଳଙ୍କ ଉଦ୍ଦେଶ୍ୟରେ ନୀଳଗିରି ମୋଟର କର୍ମଚାରୀ ସଂଘକୁ ଚିଠି ଲେଖିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିବାକୁ ସଂଘ ଜରିଆରେ ଗୁହାରି ଜଣାଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। କେବଳ ବସ୍‌ କର୍ମଚାରୀ ନୁହଁନ୍ତି, ପୁରୀ ସହରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଅଟୋ, ଶହ ଶହ କାର ମଧ୍ୟ ରହିଛି। ଏହାର ଚାଳକମାନେ ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେମାନେ ବି ଏବେ ଖାଲି ହାତରେ ବସିଛନ୍ତି। ନୀଳଗିରି ମୋଟର କର୍ମଚାରୀ ସଂଘର ବିଭୂତି ଭୂଷଣ ମହାନ୍ତି କହିଛନ୍ତି, କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଠିକ୍‌ ଅଛି। କିନ୍ତୁ ଯେଉଁ ବସ୍‌ କର୍ମଚାରୀମାନେ ଗାଡ଼ି ଚାଲିଲେ ପରିବାର ପ୍ରତିପୋଷଣ କରିଥାନ୍ତି ସେମାନଙ୍କ ପାଇଁ ସରକାର କିଛି ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବା ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଓଲଟି ହେଲପର ମୃତ, ରାସ୍ତାରୋକୋ

ଗୁଡ଼ଭେଲା, ୩ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ବିଦେଶୀ ମଦ ଦେକାନ ସମ୍ମୁଖରେ ଏକ ଓଭରଲୋଡିଙ୍ଗ ଟ୍ରାକ୍ଟର ଓଲଟି ପଡିବାରେ ଗାଡି ହେରପରଙ୍କର ମୃତ୍ୟୁ ଘଟିଥିଲା। ସୋମବାର...

ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ...

ନାଗେଶ୍ୱର ଟାଙ୍ଗୀରୁ ହଟିଲାନି ଗଛ

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ଫନୀ ବାତ୍ୟାକୁ ୧୦ ମାସ ବିତିଗଲାଣି। ହେଲେ ସ୍ମାର୍ଟସିଟିର ନାଗେଶ୍ୱର ଟାଙ୍ଗୀରେ ଅଦ୍ୟାବଧି ଏକ ପୁରୁଣା ବରଗଛ ନ କଟା ଯିବାରୁ ରାସ୍ତା...

୬ ଜିଲାରୁ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୨ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ରାତି ହେଲେ ଏଟିଏମ୍‌ରେ ତାଲା

ଭଞ୍ଜନଗର,୧୬।୧୨(ଡି.ଏନ.ଏ)-ଭଞ୍ଜନଗର ସହରର କେତେକ ଏଟିଏମ୍‌ରେ ରାତି ୮ଟାରୁ ତାଲା ପକାଇ ଦିଆଯାଉଛି । ଏଟିଏମ୍‌ ସମ୍ମୁଖରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ନିଆଯାଉଛି । କିଛି...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା...

ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ

ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍‌ଆଇ ଝୁନୁବାଳା...

ଏଲ୍‌ପିଜି ଯୋଗାଣ ଠିକ୍‌ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦେଶର ତୈଳ ବିପଣନ କମ୍ପାନୀର ଜିଲା ନୋଡାଲ ଅଫିସରମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ଏହି...

Advertisement
Archives

Model This Week