ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରୁ ଚୋରି

ଛେଣ୍ଡିପଦା,୩।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ଗଡ଼ମଣ୍ଡଳ ସରସ୍ବତୀ ଶିଶୁମନ୍ଦିର କାର୍ଯ୍ୟାଳୟ ତାଲାଭାଙ୍ଗି ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋମବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ଶିକ୍ଷକ ଦେବରାଜ ସାହୁ ସବୁଦିନ ପରି ସୋମବାର ସକାଳୁ ସରସ୍ବତୀ ଶିଶୁ ମନ୍ଦିରକୁ ଟ୍ୟୁସନ କରିବା ପାଇଁ ଆସିଥିଲେ । ସେ ଶିଶୁ ମନ୍ଦିର କାର୍ଯ୍ୟାଳୟର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଦେବରାଜ ଘଟଣା ସମ୍ପର୍କରେ ଶିଶୁମନ୍ଦିରର ପ୍ରଧାନ ଗୁରୁଜୀ ଜଗବନ୍ଧୁ ସାହୁ ଓ ସମ୍ପାଦକ ସୁଶିଲ କୁମାର ସାହୁଙ୍କୁ ଜଣାଇଥିଲେ । ପ୍ରଧାନ ଗୁରୁଜୀ ଓ ସମ୍ପାଦକ ଶିଶୁମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦୁର୍ବୃତ୍ତ ତାଲା ଭାଙ୍ଗି ଭିତରେ ପଶି ଆଲମାରୀ ଭାଙ୍ଗି ସେଥିରୁ ୨୦ହଜାର ଟଙ୍କା ନେଇ ପଳାଇଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ବାଗଡ଼ିଆ ଫାଣ୍ଡି ଅଧିକାରୀ ଅବଦୁଲ ୱାସିନ ଖାନ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍‌ତା ହେଲେ ବିକାଶ ଆପେ ହେବା

ଜାମଟିକ୍ରା, ୧୭।୪ (ଡି.ଏନ.ଏ):  କେହେନ୍‌ସି ଗାଁର ବିକାଶ କଥା ଚିନ୍‌ତା  କଲେ ସରକାର ପହେଲା ସେ ଗଁାକେ ରାସ୍‌ତାଘାଟର ସୁବିଧା କରସନ୍‌। ରାସ୍‌ତାଘାଟ, ବିଜଲି, ପିଇଲା...

ହିନ୍ଦୋଳ ରାଜନୀତି ଚଳଚଞ୍ଚଳ

ହିନ୍ଦୋଳ, ୧।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ...

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ୩ ମନ୍ତ୍ରୀ

ଗୋପାଳପୁର,୨୩ା୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ...

ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ

ବାରଙ୍ଗ,୧୬।୪(ଡି.ଏନ୍‌.ଏ.): ନନ୍ଦନକାନନରେ ମାଈ ସିଂହୀ ଶ୍ୟାମାର ଶନିବାର ମୃତ୍ୟୁ ଘଟିଛି। ତାହାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି । ଗତ ୩...

ପରିବା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୫ ଦୋକାନ, ନଗଦ ଏକ ଲକ୍ଷ ଟଙ୍କା

ପୋଲସରା, ୪।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିଠାରେ ଥିବା ପରିବା ମାର୍କେଟରେ ବୁଧବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁଶାନ୍ତ କୁମାର ସାହୁ, ସୁଦର୍ଶନ ପ୍ରଧାନ,...

ଛାମୁଣ୍ଡିଆରେ ଖୋଲିଲା ଧାନମଣ୍ଡି

ଗଣିଆ,୨୨।୧୨(ଡି.ଏନ.ଏ.)-ଗଣିଆ ବ୍ଲକ ଛାମୁଣ୍ଡିଆ ସେବା ସମବାୟ ସମିତି ତରଫରୁ ଶନିବାର ସମିତି କାର୍ଯ୍ୟାଳୟ ପରିସରରେ ଚଳିତବର୍ଷର ଧାନମଣ୍ଡି ଖୋଲାଯାଇଛି ।  ପୂଜାର୍ଚ୍ଚନା ପରେ ଛାମୁଣ୍ଡିଆ ଅଞ୍ଚଳର...

ଦୁର୍ଦ୍ଦାନ୍ତ ଅପରାଧୀ ଜୁମାଙ୍କ ସମେତ ୪ ଗିରଫ

ଫୁଲନଖରା,୨୧ା୯(ଡି.ଏନ୍‌.ଏ.): ଗାଡ଼ି ଓ ସୁନା ଚୋରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କଟକ ସଦର ଥାନା ପୋଲିସ ଗରିଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର...

ଘୁଞ୍ଚିଲା ପିଜି ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶ ତାରିଖ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ସ୍ନାତକୋତ୍ତର ବିଭାଗଗୁଡିକର ନାମଲେଖା ପ୍ରକ୍ରିୟା ଆରମ୍ଭକୁ ନେଇ ଏବେ ପୁଣି ସମସ୍ୟା ଦେଖାଦେଇଛି ା ଏନ୍‌ଆଇସିର ଅପଲୋଡିଂରେ ବିଳମ୍ବ...

Advertisement
Archives

Model This Week